National

ମୁଁ ଲଜ୍ୟା ଅନୁଭବ କରୁଛି- ନୀତିଶ

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଶେଷରେ ଲଜ୍ଜା ଅନୁଭବ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ମୁଜାଫରପୁର ବାଳିକା ଗୃହରେ ଝିଅମାନଙ୍କ ସହ ହୋଇଥିବା ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲଜ୍ୟାବୋଧ କରୁଛନ୍ତି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି। ଆରଜେଡି ନେତା ତଥା ବିହାରର ପୂର୍ବ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନୀତିଶଙ୍କ ଉପରେ ନାନା ଆରୋପ ଲଗାଇଥିଲେ। ତେଜସ୍ୱୀ ଏନେଇ ଟ୍ୱିଟ କରି କହିଛନ୍ତି କି, “ନୀତିଶ ଚାଚା ଆପଣଙ୍କ ନାକ ତଳେ ଦୁନିଆର ସବୁଠାରୁ ଭୟାନକ ଦୁଷ୍କର୍ମ କାଣ୍ଡ ଉପରେ ଆପଣଙ୍କ ମୌନ ଭାଙ୍ଗିବାକୁ ମୁଁ ଆପଣଙ୍କୁ ବାଧ୍ୟ କରିଦେବି। ଆପଣଙ୍କ ପାଖଲୋକ ଲାଗାତାର ୩୪ ବାଳିକାଙ୍କ ସହିତ ଦୁଷ୍କର୍ମ କରୁଥିଲେ ଓ ଆପଣ ଚୁପ ରହିଥିଲେ। ଆପଣ ମୁଖ୍ୟମନ୍ତ୍ରୀ ହୋଇ କିପରି ଶୋଇ ପାରୁଛନ୍ତି।”

ପରେ ନୀତିଶ ତାଙ୍କର ମୌନତା ଭଙ୍ଗ କରିଛନ୍ତି। ସେ କହିଛନ୍ତି କି, ମୁଜାଫରପୁରେ ଏପରି ଏକ ଘଟଣା ଘଟିଗଲା ଯାହା ପାଇଁ ସେ ଲଜ୍ଜାବୋଧ କରୁଛନ୍ତି। ବାରମ୍ବାର ଏହି ମାମଲାରେ ବିରୋଧିଙ୍କ ଅକ୍ରୋଶର ଶିକାର ହେଉଥିବା ନିତିଶ କହିଲେ, ସିବିଆଇ ଏହାର ତଦନ୍ତ କରୁଛି, ଉଚ୍ଚନ୍ୟାୟାଳୟରେ ମଧ୍ୟ ମାମଲାର ପର୍ଯ୍ୟାଲୋଚନା କରାଯିବ। ସେପାଖେ ନୀତିଶ କୁମାରଙ୍କ ଉପରେ ବିରୋଧି ଦଳଗୁଡିକ ପକ୍ଷରୁ ବାରମ୍ବାର ଇସ୍ତଫା ଦେବାକୁ ଚାପ ପକାଯାଉଛି। ନୀତିଶ ଚୁପ ରହିବାକୁ ନେଇ ବିରୋଧି ଦଳର ସଦସ୍ୟମାନେ ବାରମ୍ବାର ପ୍ରଶ୍ନ ଉଠାଇବା ପରେ ବିହାର ସି.ଏମଙ୍କ ମୌନ ଭଙ୍ଗ ହେବା ସହ ସେ ଆଶ୍ୱସ୍ତି ଲାଭ କରିଛନ୍ତି। ନୀତିଶଙ୍କ ଅନୁସାରେ ଏହି ମାମଲାରେ କାହା ସହିତ କୌଣସି ପ୍ରକାର ଦାୟିତ୍ୱହିନତାକୁ ବରଦାସ୍ତ କରାଯିବ ନାହିଁ। ଯିଏ ବି ଏହି ଘଟଣାରେ ଦୋଷୀ ପ୍ରମାଣିତ ହେବ ତାକୁ କଠିନରୁ କଠିନ ଦଣ୍ଡ ଦିଆଯିବ।

Leave a Reply

Your email address will not be published. Required fields are marked *