Metro

ଓଡିଶାରେ ବିଜେପି, ବିଜେଡି ଭାଇଭାଇ

Suvbharat Times/ Bhubaneswar/ www.suvbharattimes.in/ 10032021/ ଦରଦୀ ଓଡିଆ ବୁଝିପାରୁନାହାଁନ୍ତି ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ନେତାଙ୍କ ଖେଳ। ପେଟ୍ରୋଲ, ଡିଜେଲ୍‌, ଇନ୍ଧନ ଗ୍ୟାସ୍ ଦର ବୃଦ୍ଧି ନେଇ ରାଜରାସ୍ତାରେ ରାଜ୍ୟ କଂଗ୍ରେସ କର୍ମୀ, କିନ୍ତୁ ବିଜେଡି ଶୋଇଛି। ମେହନତୀ ଓଡିଆଙ୍କ ଭଗବାନ ବୋଲାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଧ୍ୟରେ କୌଣସି ଦିନ ଦର ବୃଦ୍ଧି ସମ୍ପର୍କରେ ପାଟି ଖୋଲିନାହାଁନ୍ତି। ଯାହା ସ୍ପଷ୍ଟ କରୁଛି ବିଜେପି ସରକାରର ନିଷ୍ପତ୍ତିକୁ ନବୀନ ସମର୍ଥନ କରୁଛନ୍ତି।

Courtesy: ANI

www.suvbharattimes.in/ ଓଡିଶାରେ ନିର୍ବାଚନ ବିଗୁଲ ବାଜିବା ମାତ୍ରେ ରାଜ୍ୟ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଏ। ଏମାନଙ୍କ ମଧ୍ୟରେ ଲୋକ ଦେଖାଣିଆ ବାଡିଆପିଟା ବୋଲକରା ମିଡିଆର ଟିଆରପି ବଢାଏ। ବିଜ୍ଞାପନ ଓ ଟିଆରପି ଲୋଭରେ ଗତ କିଛିଦିନ ଧରି ଏମାନେ ମିଥ୍ୟାରେ ପ୍ରଚାର ଚଳାଇଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଖୁବଶୀଘ୍ର ଲିଟର ପିଛା ୩୦ ଟଙ୍କା ହ୍ରାସ ପାଇବ।

www.suvbharattimes.in/ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ଖବର କେବଳ ଗୁଜବ। କିନ୍ତୁ ଏହି ପ୍ରହେଳିକାର ଜନ୍ମଦାରତାମାନେ ଟ୍ରେଣ୍ଡ୍ ବଜାୟ ରଖିଛନ୍ତି। ବୁଦ୍ଧିଜୀବି କହୁଛନ୍ତି ଲୋକସଭା ଓ ରାଜ୍ୟସଭାରେ ଓଡିଶାର ସାଂସଦମାନେ ନିରବଦ୍ରଷ୍ଟା। ଟ୍ୟୁସନ୍ ହୋଇ ଗୃହ ପ୍ରବେଶ କରିଥିଲେ ରାଜ୍ୟ ସ୍ୱାର୍ଥରକ୍ଷା ପ୍ରସ୍ତାବ ଉପସ୍ଥାପନ କରନ୍ତି ଏବଂ ଆବଶ୍ୟକ ବେଳେ ମିତ୍ର ବିଜେପିର ସଂଖ୍ୟା ଖେଳରେ ଗୃହରୁ ଉଭାନ ହୋଇଯାନ୍ତି।

www.suvbharattimes.in/ ଓଡିଶା ବିଜେପି ସହ ଶାସକ ବିଜେଡିର ସମ୍ପର୍କ ଦେଖିଲେ ମନକୁ ପ୍ରଶ୍ନ ଆସୁଛି ନିର୍ବାଚନ ମୈଦାନରେ ଏମାନେ ଶତ୍ରୂ ହେଲେ କିଭଳି? ଏହି ଦୁଇ ଦଳ ପରସ୍ପରର ନିବିଡ ସହଯୋଗୀ। ବିଭିନ୍ନ ପ୍ରସଙ୍ଗରେ ନିଜ ନିଜ ଦଳର ଭାବମୂର୍ତ୍ତୀ ବଞ୍ଚାଇବା ପାଇଁ ଏବଂ ସ୍ତାବକଙ୍କ ମଧ୍ୟରେ ଶତୃତାର ବହ୍ନି ପ୍ରଜ୍ୱଳିତ କରିବା ପାଇଁ ବୋଲକରା ମିଡିଆଙ୍କୁ ଢାଲ କରନ୍ତି। ବିଭିନ୍ନ ଟେଲିଭିଜନ ପର୍ଦ୍ଦାରେ ଏମାନଙ୍କ ତାମସା ଦେଖୁଥିବା ଦର୍ଶକ କହୁଛନ୍ତି, ଧିକ୍ ତୁମ ରାଜନୀତି।

www.suvbharattimes.in/ ରାଜ୍ୟ ବିଜେପି ଓ ବିଜେଡି ଭାଇଭାଇ। ଏହି ପ୍ରସଙ୍ଗ ରାଜ୍ୟବାସୀ ଜନତାଙ୍କ ମଧ୍ୟରେ ଏବେ ଚର୍ଚ୍ଚିତ ବିଷୟ ପାଲଟିଛି। ଯଦିଓ ବଚସ୍କର ଗୋଷ୍ଠୀ ଏହି ପ୍ରସଙ୍ଗରେ ପାଟି ଖୋଲିବାକୁ ଭୟ କରୁଛନ୍ତି, କିନ୍ତୁ ଜନତା ଜନାର୍ଦ୍ଦନ ବିଜେପି ଓ ବିଜେଡି ନେତାଙ୍କ ପିସି ଖେଳ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ଅବଗତ। ତା’ସହ ଓଡିଶା କଂଗ୍ରେସ ରାଜନୀତିରେ ନିଆଁ ଲଗାଇଥିବା ବିଜେଡି ଲିଙ୍କ୍ ପ୍ରସଙ୍ଗ ବିଜେପି-ବିଜେଡି ଲୁକ୍କାଛୁପି ଖେଳକୁ ପଦାରେ ପକାଇଛି।

www.suvbharattimes.in/ ଲୋକସଭା, ରାଜ୍ୟସଭାରେ ଯେକୌଣସି ବିଲ୍ ଆସୁନା କାହିଁକି ବିଜେଡି ନିର୍ବିଘ୍ନରେ ବିଜେପିକୁ ସମର୍ଥନ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଡଭାଇ ବୋଲି ମାନନ୍ତି। ଭାଇଭାଇ ସମ୍ପର୍କକୁ ସଲାମ୍। ଏହି ଭିତିରିଆ ବନ୍ଧୁତ୍ୱର ଫଣ୍ଡା ଅନ୍ତତଃ ଉଭୟ ଦଳର ସମର୍ଥକ ଓ କର୍ମୀମାନଙ୍କୁ ବୁଝାଇ ଦିଅନ୍ତୁ। ରାଜ୍ୟରେ ପ୍ରାକ୍ ନିର୍ବାଚନୀ ହିଂସା, ଛାତ୍ର ସଂଗଠନ ମଧ୍ୟରେ ହିଂସା ରୋକିବାକୁ ଉଭୟ ଦଳ ସଂକଳ୍ପ ନିଅନ୍ତୁ।

Leave a Reply

Your email address will not be published. Required fields are marked *