Metro

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କଳାପତାକା ପ୍ରଦର୍ଶନ

Suvbharat Times/ Bhubaneswar/24122020- ଭରତପୁର ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କର୍ମୀଙ୍କ ବିରୋଧ ପ୍ରଦର୍ଶନ। ଖୋଦ୍ ବିଜେପି କର୍ମୀ କହିଲେ ଗୋ ବ୍ୟାକ୍ ମାଡାମ୍। ଏଥିରେ ହଡବଡେଇ ଗଲେଣି ମାଡାମ୍ ସାଂସଦ। ଆଇଏଏସ୍ ବୃତ୍ତି ଛାଡି ବିଜେପିରୁ ରାଜନୀତି ଆରମ୍ଭ କରିବାର ୨ବର୍ଷ ମଧ୍ୟରେ ମାଡାମଙ୍କୁ କର୍ମୀ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିଛି। ଘଟଣାଟି ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚାରେ ଅଛି। https://twitter.com/Suvbharat_Times

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ଲୋକସଭାକୁ ଯାଇଛନ୍ତି ଅପରାଜିତା ଷଡଙ୍ଗୀ। କିନ୍ତୁ ଭରତପୁରରେ ଚିତପଟାଙ୍ଗ ମାରିଛନ୍ତି ମାଡାମ୍ ସାଂସଦ। ଭରତପୁର ବିଜେପି କର୍ମୀ ମାଡାମଙ୍କୁ କଳାପତାକା ଦେଖାଇବା ସହ ଗାଁରୁ ଫେରିଯିବାକୁ କହିଲେ। ଶ୍ରୀମତୀ ଷଡଙ୍ଗୀ ରାଜନୀତିର ଖିଅ ଧରିବା ବେଳକୁ ହଠାତ୍ କ’ଣ ଏମିତି ଘଟିଗଲା, ଯଦ୍ୱାରା ତାଙ୍କୁ ଅପଦସ୍ତ ହେବାକୁ ପଡିଛି! ମାଡାମ୍ ଏଯାଏଁ ଘଟଣାର ଟେର୍ ପାଉନାହଁନ୍ତି। https://twitter.com/Suvbharat_Times

ବିଜେପି ଜନସଂପର୍କ ପଦଯାତ୍ରା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ଏହା ପ୍ରମାଣ କରୁଛି ଭାଗ ଭାଗ ହୋଇଗଲାଣି ବିଜେପି। କର୍ମୀ ଓ ସାଂସଦଙ୍କ ମଧ୍ୟରେ ସମନ୍ୱୟ ନାହିଁ। କାହା ଇଶାରାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଏଭଳି ଶଂଢ଼ୁଆସି ଆକ୍ରମଣ କରାଗଲା, ଏନେଇ ବିଶ୍ଳେଷକ ମହଲ ଚଳଚଞ୍ଚଳ। ସାଧାରଣ ଜନତାଙ୍କ ପ୍ରଶ୍ନ ଘଟଣା ପଛର ଖଳନାୟକଟି କିଏ? https://twitter.com/Suvbharat_Times

ରାଜଧାନୀ ଉପକଣ୍ଠ ଭରତପୁରରେ ସାଂସଦ ଅପରାଜିତା ଜନସଂପର୍କ ପଦଯାତ୍ରା କରୁଥିବା ବେଳେ ସ୍ଥାନୀୟ ବିଜେପି କର୍ମୀ ଅପରାଜିତାଙ୍କ ଉଦ୍ଦେଶ୍ୟରେ ଗୋ ବ୍ୟାକ୍ ଗୋ ବ୍ୟାକ୍ ନାରା ଦେଉଥିଲେ। ଅପରାଜିତାଙ୍କୁ କାହିଁକି ବିରୋଧ? କେତେକ ସମର୍ଥକ ଅପରାଜିତାଙ୍କୁ ଦଳର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଚାର କରିବା ଯୋଗୁ କ’ଣ ଏଭଳି ଘଟିଲା? ଏଭଳି ଅନେକ ପ୍ରଶ୍ନ ଅପରାଜିତାଙ୍କ ସମର୍ଥକଙ୍କ ମନରେ ଉଙ୍କି ମାରୁଛି। https://twitter.com/Suvbharat_Times

Leave a Reply

Your email address will not be published. Required fields are marked *