National

ସିବିଆଇ ଅଧିକାରୀଙ୍କୁ ଜେରା

ଶୁଭ୍ ଭାରତ ଟାଇମ୍ସ, (ସୋର୍ସ୍ )– ସିବିଆଇର ବରିଷ୍ଠତମ ଅଧିକାରୀଙ୍କୁ ଭ୍ରଷ୍ଟାଚାର ମାମଲାରେ ଘେରିବା ପରେ ଏବେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଏଜେନ୍ସିର ବିଶେଷ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଭ୍ରଷ୍ଟାଚାର ଅଭିଯୋଗ ଉପରେ ଆସିଥିବା ମହତ୍ୱପୂର୍ଣ୍ଣ ମାମଲାର ଯାଞ୍ଚ କରୁଥିବା କିଛି ଅଧିକାରୀଙ୍କୁ ମଙ୍ଗଳବାର କେନ୍ଦ୍ର ସତର୍କତା ଆୟୋଗ (ସିଭିସି) ପଚରାଉଚରା କରିଛନ୍ତି। ଅଧିକାରୀଙ୍କ ପକ୍ଷରୁ ଜାରି ହୋଇଥିବା ସୂଚନା ମୁତାବକ ସିବିଆଇ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ପୋଲିସ୍ ଅଧୀକ୍ଷକ ସ୍ତରର ଅଧୀକାରୀଙ୍କୁ ପଚରାଉଚରା ପାଇଁ ଡକାଯାଇଛି।

ସିଭିସି’ର ଜଣେ ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଅଧିକାରୀଙ୍କ କହିବା ମୁତାବକ ମଙ୍ଗଳବାର ଯେଉଁ ଅଧିକାରୀ ବୟାନ ଦାଏର କରିଛନ୍ତି ସେଥିରେ ସେ ସାମିଲ, ଯିଏକି ମୋଇନ୍ କୁରୈସି ମାମଲା, ଆଇଆରସିଟିସି ଘୋଟାଲା ଓ ପଶୁ ତସ୍କରୀ ମାମଲାର ତଦନ୍ତ କରିଛନ୍ତି। ଏହା ପୂର୍ବରୁ ସୁପ୍ରିମ କୋର୍ଟ ଶୁକ୍ରବାର ଦିନ ସିଭିସିକୁ ଆସ୍ଥାନା ଦ୍ୱାରା ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମାମଲାର ତଦନ୍ତ ୨ ସପ୍ତାହ ମଧ୍ୟରେ ସାରିବାକୁ କହିଥିଲେ।ନିଜ ନିଜ ଉପରେ ଅଭିଯୋଗ ଆଣୁଥିବା ଦୁଇ ଅଧିକାରୀଙ୍କୁ କେନ୍ଦ୍ର ସରକାର ଛୁଟି ଦେଇଛନ୍ତି ଏବଂ ନାଗେଶ୍ୱର ରାଓଙ୍କୁ ଯାଞ୍ଚ ଏଜେନ୍ସିର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ସିବିଆଇ ରାକେଶ ଆସ୍ଥାନା (ସ୍ପେସାଲ୍ ଡାଇରେକ୍ଟର) ଏବଂ ଅନ୍ୟ କେତେଜଣଙ୍କ ବିରୋଧରେ କୁହାଯାଉଥିବା ମାଂସ ବ୍ୟବସାୟୀ ମୋଇନ୍ କୁରୈସୀଙ୍କ ତଦନ୍ତ ସହ ଜଡିତ ସତୀଶ ସାନା ନାମକ ବ୍ୟକ୍ତିଙ୍କ ମାମଲାର ରଫା ଦଫା କରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗରେ ଏଫଆଇଆର୍ ଦାଏର କରିଥିଲେ। ଏହାର ଗୋଟିଏ ଦିନ ପରେ ଏଏସପି ଦେବେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇଥିଲା। ଏହି ଗିରଫଦାରୀ ପରେ ସିବିଆଇ ମଙ୍ଗଳବାର ଦିନ ଆଉ ଦୁଇଟି ମାମଲା ଦାଏର କରିଛନ୍ତି।

Leave a Reply

Your email address will not be published. Required fields are marked *