Metro

ଚିଲିକା ବିଧାୟକଙ୍କ ବାଟ ଓଗାଳିଲେଣି କର୍ମୀ

ଚିଲିକା ବିଧାୟକଙ୍କ ବାଟ ଓଗାଳିଲେଣି କର୍ମୀ > ଚିଲିକା, ଶୁଭ୍ ଭାରତ ଟାଇମ୍ସ ୨୯/୦୧- କ୍ଷମତାକୁ ଆସିବାର ୯ମାସ ମଧ୍ୟରେ କର୍ମୀ ଅସନ୍ତୋଷର ସମ୍ମୁଖୀନ ହେଲେଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାରମ୍ବାର ଝୁଣ୍ଟି ତଳେ ପଡ଼ିବା ଏବଂ ଅଣ୍ଟାସଳଖି ଠିଆ ହେବା ଧିରେ ଧିରେ ଜଗଦ୍ଦେବଙ୍କର ଦେହସୁହା ତ ହେଇଗଲାଣି, କିନ୍ତୁ ଅଘଟଣ ସମୁହ ଜଗଦ୍ଦେବଙ୍କୁ ଅଣନିଶ୍ୱାସୀ କରିଦେଇଛି। ମାତ୍ର ୯ ମାସ ପୂର୍ବରୁ ବିଜେଡି, ପ୍ରାର୍ଥୀଙ୍କ ବିଜୟକୁ ଲକ୍ଷ ରଖି ଟିକେଟ ବଣ୍ଟନ କରିଥିଲା। ଏହି ଫର୍ମୁଲାରେ ଆଶାୟୀ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବଂ ନବାଗତ ମାନସଙ୍କୁ ଦଳ ଟିକେଟ ନଦେଇ ପ୍ରଶାନ୍ତଙ୍କୁ ଟିକେଟ ଦେଇଥିଲା। କିନ୍ତୁ ସୁପ୍ରିମୋଙ୍କ ଟେମ୍ପ୍ରାମେଣ୍ଟ ଭୟରେ ଚୂପ୍ ଥିବା ଆଶାୟୀଙ୍କ ପ୍ରତିକ୍ରିୟାର ବହ୍ନି ବେଗୁନିଆ ସମସ୍ୟା ପ୍ରତ୍ୟାବର୍ତ୍ତନର ଆହ୍ୱାନ ଦେଇଛି। For Details: www.suvbharattimes.in FollowUs: twitter.com/@suvbharat_times

Leave a Reply

Your email address will not be published. Required fields are marked *