Metro

ଖୋର୍ଦ୍ଧା ଡିଆରସିଏସ ମାୟାରେ ମୋହଗ୍ରସ୍ତ ଚିଲିକା ବିଧାୟକ

ଚିଲିକା/ଖୋର୍ଦ୍ଧା(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୧୭.୧o- ସମୟ ଥିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଭୋଟର ଉକ୍ତ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦବଙ୍ଗ ବିଧାୟକ ବୋଲି ଆଖ୍ୟା ଦେଇଥିଲେ। କିନ୍ତୁ ସେ ଚିଲିକାରୁ ବିଜେଡି ଟିକେଟରେ ଲଢି ବିଧାନସଭାକୁ ଯିବାର ୬ ମାସ ପରେ ତାଙ୍କର ପୂର୍ବ ପରିଚୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ  ଆମ ନିକଟକୁ ପଠାଇଥିବା ଏକ ଚିଠିରେ ସ୍ପଷ୍ଟଭାବେ ଜଣାଇଛନ୍ତି ଯେ ଚିଲିକା ବିଧାୟକ ଶ୍ରୀଜଗଦ୍ଦେବ ଜିଲ୍ଲା ସମବାୟ ବିଭାଗର ଜଣେ ମହିଳା ଡିଆରସିଏସ ପ୍ରତି ଆକୃଷ୍ଟ ହୋଇ ସମ୍ପୃକ୍ତ ଅଧିକାରିଣୀଙ୍କ ସାତ୍ ଖୁନ୍ ମାଫ୍ କରିଛନ୍ତି। ଏହି ବଳିଷ୍ଠ ବିଧାୟକଙ୍କ ମଧ୍ୟରେ ଜାଗ୍ରତ ଉନ୍ମାଦନା ପରୋକ୍ଷରେ ବହୁ ଚର୍ଚ୍ଚିତ ସୋରଣ ସେବା ସମବାୟ ସମିତିରେ ପଞ୍ଜିକୃତ ୪ହଜାର ଚାଷୀଙ୍କୁ କୃଷିଋଣରୁ ବଞ୍ଚିତ କରିଥିବା ଅଭିଯୋଗ ହେଉଛି।

ଚିଲିକା ବିଧାୟକ ଓ ମହିଳା ଡିଆରସିଏସଙ୍କୁ ନେଇ ହେଉଥିବା ଚର୍ଚ୍ଚାର ଉତ୍ସ ଖୋଜିବାରେ ଜଣାଗଲା ବିଧାୟକ ଶ୍ରୀଜଗଦ୍ଦେବ ଗତ ୨ବର୍ଷ ଧରି କୃଷିଋଣରୁ ବଞ୍ଚିତ ହୋଇଥିବା ୩ଟି ପଞ୍ଚାୟତର ୪ହଜାର ଚାଷୀଙ୍କୁ ଅବହେଳା ପ୍ରଦର୍ଶନ କରି ଜଣେ ମହିଳା ଡିଆରସିଏସର ବେଆଇନ୍ କାର୍ଯ୍ୟକଳାପ ପ୍ରତି ଅକୁଣ୍ଠ ସମର୍ଥନ କରିବାରୁ ଚାଷୀମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି।

ଏହି ଘଟଣା ସଂକ୍ରାନ୍ତରେ ଖୋଳତାଡ ବେଳେସବିଶେଷ ତଥ୍ୟ ପାଇଁ ଆମେ ଆଇନଜୀବୀ କାହ୍ନୁଚରଣ ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲୁ। ଗତ କିଛିମାସ ପୂର୍ବେ ଆଇନଜୀବୀ ଶ୍ରୀପ୍ରଧାନ ସୋରଣ ସେବା ସମବାୟ ସମିତିର ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟଙ୍କ ତରଫରୁ ସମିତି ପରିଚାଳନା ପରିଷଦର ସଦସ୍ୟଙ୍କ ବିରୋଧରେ ଟ୍ରିବ୍ୟୁନାଲରେ ଲଢୁଥିଲେ। ‘ଶୁଭ୍ ଭାରତ ଟାଇମ୍ସ’ ପ୍ରତିନିଧିଙ୍କ ପକ୍ଷରୁ ପଚରା ଯାଇଥିବା କେତେକ ପ୍ରଶ୍ନରେ ଶ୍ରୀପ୍ରଧାନ ଆମ୍ଭ ନିକଟକୁ ୭ ଫର୍ଦ କାଗଜରେ ଉତ୍ତର ଲେଖି ପଠାଇଥିଲେ।

ଆଇନଜୀବୀ ଶ୍ରୀପ୍ରଧାନ ଆମ୍ଭଙ୍କୁ କହିଛନ୍ତି ଯେ ଖୋର୍ଦ୍ଧା ଡିଆରସିଏସ ରୋଜାଲିନ୍ ସେନାପତି ଆଇନକୁ ଅବମାନନା କରି ସୋରଣ ସମବାୟ ସମିତିରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ସମିତି ପରିଚାଳନା ପରିଷଦର କେତେକ ସଦସ୍ୟ ସମିତିରୁ କୃଷିଋଣ ଆକାରେ ଲକ୍ଷାଧିକ ଟଙ୍କା ନେଇ ପରିଶୋଧ କରୁନାହାଁନ୍ତି। ସମ୍ପାଦକ ଶ୍ରୀଆଚାର୍ଯ୍ୟ ସମତିର ପିଅନ ମାଧ୍ୟମରେ ସେମାନଙ୍କ ନିକଟକୁ ନାଲି ନୋଟିସ୍ ପଠାଇଥିଲେ ମଧ୍ୟ ସେମାନେ ନୋଟିସ ଗ୍ରହଣ କରିନାହାଁନ୍ତି। ଏହାସତ୍ୱେ ଡିଆରସିଏସ ସେନାପତି ଗ୍ରୀନ୍ କଙ୍କଡା ଲୋଭରେ ଋଣ ଖିଲାପକାରୀ ସଦସ୍ୟଙ୍କ ପ୍ରତି ଅନୁକମ୍ପା ଦେଖାଇଛନ୍ତି।

ଗୋଟିଏ ପକ୍ଷରୁ ମହିଳା ଡିଆରସିଏସ ଦ୍ୱାରା ମୋହଗ୍ରସ୍ତ ଚିଲିକା ବିଧାୟକଙ୍କ କୁମ୍ଭକର୍ଣ୍ଣ ଚିନ୍ତାଧାରା ଏବଂ  ଅପର ପକ୍ଷରେ ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟଙ୍କ ନାମରେ ଉଠିଛି ଦୁର୍ନ୍ନୀତି ଅଭିଯୋଗ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମିତିରେ ପଞ୍ଜିକୃତ ୪ହଜାର ଚାଷୀଙ୍କୁ କେବଳ ଭଗବାନ ଭରଷା ବୋଲି ଚର୍ଚ୍ଚା ହେଉଛି > ନିୟୁଜ୍ ସୋର୍ସ ହରିହର ରଣା, ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ କୋର୍ଡିନେଟର, ଶୁଭ୍ ଭାରତ ଟାଇମ୍ସ

One Reply to “ଖୋର୍ଦ୍ଧା ଡିଆରସିଏସ ମାୟାରେ ମୋହଗ୍ରସ୍ତ ଚିଲିକା ବିଧାୟକ

  1. I was looking at some of your blog posts on this site and I believe this web site is rattling instructive! Continue putting up.

Leave a Reply

Your email address will not be published. Required fields are marked *