Metro

ସରକାରଙ୍କୁ ବଦନାମ କରୁଛି ସମବାୟ ବିଭାଗ

ଲକ୍ଷ୍ମୀଧର ମହାପାତ୍ର, ଶୁଭ୍ ଭାରତ ଟାଇମ୍ସ- ଖୋର୍ଦ୍ଧା ଜିଲ୍ଲାର ଏକମାତ୍ର ଖୋଳ ସମିତି ଭାବେ ପରିଚିତି ସୋରଣ ସେବା ସମବାୟ ସମିତି ଲିଃ। ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍ ଅଧିନ ବାଲୁଗାଁ ଶାଖା ଦ୍ୱାରା ପରିଚାଳିତ ଏହି ସମିତି ଦୁର୍ନୀତିରେ ଉବୁଟୁବୁ। ଜିଲ୍ଲାରେ ନିୟୋଜିତ ଆସିଷ୍ଟାଣ୍ଟ୍ ରେଜିଷ୍ଟ୍ରାର୍ ଅଫ୍ କୋ-ଅପରେଟିଭ୍ ସୋସାଇଟିଜ୍ (ଏଆରସିଏସ୍) ପ୍ରମୋଦ ମହାପାତ୍ର ଓ ସମିତି ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟଙ୍କ ମଧ୍ୟରେ ଚାଲିଛି ନିବିଡ ମଧୂଚନ୍ଦ୍ରିକା। ଏଥିଲାଗି ସମିତିର ୪ ହଜାର ଗରିବ ଚାଷୀଙ୍କ ସମସ୍ୟା ବଢିଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ସମଗ୍ର ରାଜ୍ୟରେ ରବି ଫସଲ ଋଣ ପ୍ରଦାନ ଶେଷ ହେବାକୁ ବସିଛି। କିନ୍ତୁ ସୋରଣ ସମିତିରେ ସମ୍ପାଦକର ଅନୁପସ୍ଥିତି ଯୋଗୁଁ ଏଠାରେ ଋଣ କାରବାର ଆରମ୍ଭ ହୋଇନାହିଁ।

ଏସମ୍ପର୍କରେ ପରିଚାଳନା ପରିଷଦ ସଭାପତି ଜୟକୃଷ୍ଣ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସଭାପତି ବେହେରା କହିଲେ, “ଦୀର୍ଘ ଦିନ ଧରି ସମିତିରେ ଅଚଳାବସ୍ଥା ଲାଗି ରହିଥିଲା। ପରିଚାଳନା ପରିଷଦ ପକ୍ଷରୁ ଖୋର୍ଦ୍ଧା ବ୍ୟାଙ୍କ ସେକ୍ରେଟାରୀ ଏବଂ ଏଆରସିଏସଙ୍କୁ ଆମେ ବହୁବାର ଅଭିଯୋଗ କରିଛୁ। ହେଲେ ସେମାନେ କୌଣସି ପଦକ୍ଷେପ ନେଲେନାହିଁ କିମ୍ବା ସମ୍ପାଦକର ଦୌରାତ୍ମ୍ୟକୁ ଲଗାମ ଦେଲେନି। ଶେଷରେ ତିନୋଟି ପଂଚାୟତକୁ ନେଇ ଗଠିତ ଏହି ସମିତିର ୪ ହଜାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆମେ ଟ୍ରିବ୍ୟୁନାଲ କରିଛୁ। ସମ୍ପାଦକ ଏହାକୁ ଚ୍ୟାଲେଂଜ କରିବାରେ ମାନ୍ୟବର ଅଦାଲତ ଉକ୍ତ ମକଦ୍ଦମା ଉପରେ ଷ୍ଟେ ଅର୍ଡର କରିଛନ୍ତି। ହେଲେ କୌତୁହଳର ବିଷୟ ଅଦାଲତଙ୍କ ଷ୍ଟେ ଅର୍ଡର ସତ୍ୱେ ଯଦି ଧାନମଣ୍ଡି କରାଯାଇ ଧାନ ସଂଗ୍ରହ କରାଗଲା, ତେବେ ଚାଷୀଙ୍କୁ ରବି ଫସଲ ଋଣ କାହିଁକି ଦିଆଯାଉନାହିଁ। ସମିତି ପରିଚାଳନା ପରିଷଦ ସଭ୍ୟମାନେ ଏ ବିଷୟରେ ସମ୍ପାଦକ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହୁଛନ୍ତି, ମୁଁ କଣ କରିବି କୋର୍ଟ ତ ଷ୍ଟେ ଅର୍ଡର କରିଛି। ଫଳରେ ଏହି ସମିତି ଏବଂ ବିଜେଡି ସରକାରଙ୍କ ସମବାୟ ବିଭାଗ ପ୍ରତି ଲୋକଙ୍କ ମନରେ ଘୃଣା ଜନ୍ମୁଛି। ଆପଣ ଜଣେ ସୁଚନା ଅଧିକାର କର୍ମୀ ଭାବରେ ଆମ ସମସ୍ୟାକୁ ତୁରନ୍ତ ସରକାରଙ୍କ ଦୃଷ୍ଟିଙ୍କୁ ଆଣନ୍ତୁ।”

ଏଭଳି ମନ୍ତବ୍ୟ ରଖିଥିଲେ ସମିତି ପରିଚାଳନା ପରିଷଦ ସଭାପତି ଜୟକୃଷ୍ଣ ବେହେରା। ତାଙ୍କ ମତାମତର ସତ୍ୟାସତ୍ୟ ଜାଣିବାକୁ ବାଲୁଗାଁ ଶାଖା ପରିଚାଳକଙ୍କୁ ଭେଟି ପଚାରିଥିଲୁ। ଆମେ ଦୁଃଖିତ କି ସୋରଣ ସମବାୟ ସମିତି ସମ୍ପାଦକ ନାମରେ ସାଂଘାତିକ ଅଭିଯୋଗ ଶୁଣିବାକୁ ମିଳିଛି। ଯାହାକି ଆବଶ୍ୟକ ବେଳେ ଆରଟିଆଇ ଆଇନ ବଳରେ ମଗାଯିବ। ଜଣେ ଆରଟିଆଇ କର୍ମୀ ଭାବରେ ସରକାରଙ୍କ ସମବାୟ ମନ୍ତ୍ରୀ ଓ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୋର ପ୍ରଶ୍ନ ଚଳିତ ରବି ଋତ୍ତୁରେ ଏହି ସମିତିର ଚାଷୀମାନଙ୍କ ଲାଗି ଯେଉଁ ଅଢେଇ କୋଟି ଟଙ୍କା ଋଣ ଅର୍ଥ ମଞ୍ଜୁର ହୋଇଛି, ଏହି ଅର୍ଥ ରାଜ୍ୟ ସରକାରଙ୍କ ସମ୍ପତି ନା ସମିତି ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟର ବାପା ସମ୍ପତି ? ରାଜ୍ୟ ସରକାର ୪ ହଜାର ଚାଷୀରେ ଦାୟ ନା ଗୋଟେ ଦାୟିତ୍ୱହୀନ କର୍ମଚାରୀ ପାଇଁ ଦାୟ ? ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯାଇ ସମ୍ପାଦକକୁ ତାର ସୀମା ଦେଖାଇ ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି।
ସୂଚନା ଅଧିକାର ଆଇନ, କୋର କମିଟି ସଭ୍ୟ, ଖୋର୍ଦ୍ଧା ଜିଲ୍ଲା

Leave a Reply

Your email address will not be published. Required fields are marked *