ମହାନଗର

ରେଜିଷ୍ଟ୍ରାରଙ୍କ ଚିଠିକୁ ଖୋର୍ଦ୍ଧା ଡିଆରସିଏସଙ୍କ ବେଖାତିର୍: ବିଧାୟକଙ୍କ ଶରଣ ନେଲେ ଚାଷୀ

ଚିଲିକା, ଶୁଭ୍ ଭାରତ ଟାଇମ୍ସ, ୨୧.o୯- ଗତ ଦେଢବର୍ଷ ଧରି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ (କେସିସିବି) ଅଧିନ ସୋରଣ ସେବା ସମବାୟ ସମିତିର ୪ ହଜାର ଚାଷୀ ପର୍ଯ୍ୟାୟ କ୍ରମେ ଗୋଟିଏ ଖରିଫ ଓ ୨ଟି ରବିଋଣରୁ ବଞ୍ଚିତ ହୋଇଛନ୍ତି। ଏନେଇ ଅଭିଯୋଗ ପାଇବା ପରେ ଭୁବନେଶ୍ୱରସ୍ଥିତ ଅଫିସ୍ ଅଫ୍ ଦ ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ୍ ସୋସାଇଟିଜ୍, ଖୋର୍ଦ୍ଧାଙ୍କ ପକ୍ଷରୁ ପତ୍ର ସଂଖ୍ୟା ୧୯୦୯୧/ ୦୫/ ୦୯ ଜରିଆରେ ଡିଆରସିଏସ୍, ଖୋର୍ଦ୍ଧାଙ୍କୁ ଘଟଣାର ବିଧିବଧ ତଦନ୍ତ କରି ସୋରଣ ସମିତିରେ ତୁରନ୍ତ ଏମଆଇସି ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସମ୍ପୃକ୍ତ ଡିଆରସିଏସ୍ ଏମଆଇସି ନିଯୁକ୍ତିକୁ ଅଣଦେଖା କରିଚାଲିଛନ୍ତି। ଘଟଣାକୁ ନେଇ ୩ଟି ପଞ୍ଚାୟତର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିବା ବେଳେ କେତେକ ଚାଷୀ ସୋରଣ ସମିତିରେ କାର୍ଯ୍ୟରତ ସମ୍ପାଦକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ପରୋକ୍ଷରେ ଆଗକୁ ଥିବା ସମବାୟ ନିର୍ବାଚନ ପୂର୍ବରୁ ଘଟଣାର ସମାଧାନ ନହେଲେ ବିରୋଧୀ ଏହାକୁ ମୁଦ୍ଦା କରିବେ ବୋଲି ଦର୍ଶାଇ ସ୍ଥାନୀୟ ବିଜେଡି ଦଳର କୃଷକ ନେତାମାନେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଭେଟି ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିବା ଜଣାପଡିଛି।

Suvbharat Times is an Odia fortnight newspaper. It was founded in 1st August, 2017 as Suvbharat Times, and still it’s name is continuing. Along with its sister links Suvbharat Times News Portal is a part of Suvbharat Times Media Group.

ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋରଣ ପଞ୍ଚାୟତ ଜିଲ୍ଲା ଅଧିକାରୀଙ୍କ ତାଲିକାରେ ଏକ ସମ୍ବେଦନଶୀଳ ଅଞ୍ଚଳ। ବିଗତ ଦିନର ବହୁଚର୍ଚ୍ଚିତ ସୋରଣ ଗୁଳିକାଣ୍ଡ ଘଟଣା ଜିଲ୍ଲା ପ୍ରଶାସକଙ୍କ ପାଇଁ ସର୍ବଦା ଏକ କଳଙ୍କିତ ଘଟଣା ଭାବେ ସ୍ମରଣ ରହିବ। ସୋରଣ ଗାଁଲୋକଙ୍କ ଭୟରେ ବିଗତ ୨୦ବର୍ଷ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ କୌଣସି ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଆଦୌ ଚେଷ୍ଟା କରାଯାଇନାହିଁ। କିନ୍ତୁ ପୂର୍ବରୁ ଯେଉଁ କେତୋଟି ସରକାରୀ କାର୍ଯ୍ୟାଳୟ ରହିଛି ସେମଧ୍ୟରୁ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍ ଅଧିନ ବାଲୁଗାଁ ଶାଖା ଦ୍ୱାରା ପରିଚାଳିତ ସୋରଣ ସେବା ସମବାୟ ସମିତି ଅନ୍ୟତମ। ଏଇଟିକୁ ବଞ୍ଚାଇ ରଖିବା ପାଇଁ ଗାଁର ପୁରୁଖା ଲୋକେ ଖୁବ୍ ଚେଷ୍ଟିତ। ଏହି ସମିତି ସୋରଣ, ଚଣ୍ଡେଶ୍ୱର ଓ ମାନସିଂପୁର ଆଦି ୩ଟି ପଞ୍ଚାୟତର ୪ ହଜାର ଚାଷୀଙ୍କ ସମ୍ନାନ ରଖିଆସିଛି। ପରିତାପର ବିଷୟ, ନିକଟ ଅତୀତରେ ଖୋର୍ଦ୍ଧା ଡିଆରସିଏସ୍ ଭାବେ ଯୋଗଦେଇଥିବା ରୋଜାଲିନ୍ ସେନାପତି ସୋରଣ ସମିତିରେ ଲାଗିରହିଥିବା ସମସ୍ୟା ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ଭାବେ ଅବଗତ ହୋଇ ମଧ୍ୟ ଚାଷୀମାନଙ୍କ ପ୍ରତି ଅବହେଳା କରିବା ଘଟଣା ତୀବ୍ର ଆଲୋଡନ ସୃଷ୍ଟି କରିଛି।

Suvbharat Times is Owned, Published & Edited by Manoranjan Patnaik.
Web Link: http://www.suvbharattimes.in
Twitter.com/Suvbharat_Times / Facebook.com/suvbharattimes.web
Youtube.com/Suvbharat Times Studio
Linkedin.com/in/suvbharat-times-odia-fortnight-newspaper

ସରକାର ଚାଷୀଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କରିଛନ୍ତି। ସେମଧ୍ୟରୁ କୃଷିଋଣ ବ୍ୟବସ୍ଥା ଏକ ଲୋକପ୍ରିୟ ସରକାରୀ ଯୋଜନା। ଯେଉଁଥିପାଇଁ କେନ୍ଦ୍ର ସରକାର ମର୍ଯ୍ୟାଦାପୁର୍ଣ୍ଣ କୃଷିକର୍ମଣ ପୁରସ୍କାର ରାଜ୍ୟ ବିଜେଡି ସରକାରକୁ ପ୍ରଦାନ କରିଆସୁଛନ୍ତି। କିନ୍ତୁ ରାଜଧାନୀ ଭୁବନେଶ୍ୱର ସହ ବନ୍ଧିତ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଥିବା ସମବାୟ କାର୍ଯ୍ୟାଳୟର ଡିଆରସିଏସଙ୍କ ଅବହେଳା ସବୁ ମହଲରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏନେଇ କେତେକ ଚାଷୀ ‘ଶୁଭ୍ ଭାରତ ଟାଇମ୍ସ’ ମାଧ୍ୟମରେ ମାଡାମଙ୍କୁ ଚେତାବନୀ ଦେଇଛନ୍ତି ଯେ ‘୪ ହଜାର ଚାଷୀଙ୍କୁ ସାହାରା ଦେଉଥିବା ସମିତିରେ ତାଲା ପକାଇବାର ଅପଚେଷ୍ଟା କରନ୍ତୁନି’। ଗତ ଦେଢବର୍ଷ ଧରି କୃଷିଋଣରୁ ବଞ୍ଚିତ ହେବାପରେ ଚାଷୀମାନେ ପ୍ରତିକ୍ରିୟାଶୀଳ ହୋଇଥିବା ଦେଖିବାକୁ ମିଳିଛି। ସେପାଖେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଶନିବାର କାଳୁପଡା ହାଇସ୍କୁଲ୍ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପହଁଚିଥିବା ବେଳେ ସୋରଣ ସମିତିର କେତେକ ଚାଷୀ ସଭାସ୍ଥଳରେ ବିଧାୟକଙ୍କୁ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ବିଧାୟକ ଜଗଦ୍ଦେବ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଅଭିଯୋଗକାରୀ ଚାଷୀଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ପ୍ରାକ୍ତନ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କ ପୁରୁଣା ପେଣ୍ଠସ୍ଥଳୀ ରାଜସୁନାଖଳାର ବାସିନ୍ଦା ରୋଜାଲିନ୍ ସେନାପତିଙ୍କ ପ୍ରତି କିଭଳି ଆଭିମୁଖ୍ୟ ପୋଷଣ କରିବେ ତାହା ଜଣାପଡିବ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି > ଚିଲିକାରୁ ସ୍ୱତନ୍ତ୍ର ପ୍ରତିନିଧି ହରିହର ରଣାଙ୍କ ରିପୋର୍ଟ୍, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *