Food & Travel

ଇଜିପ୍ଟରୁ ଆରମ୍ଭ ହୋଇଥିଲା ବେଲି ଡ୍ୟାନ୍ସ

Suvbharat Times/ www.suvbharattimes.in/ 27092020/ ବେଲି ଡ୍ୟାନ୍ସ, ଯାହାର ଚମତ୍କାର ପ୍ରଦର୍ଶନ ଖୁବ୍ ଉପଭୋଗ୍ୟ। ୧୮୮୯ରେ ଇଜିପ୍ଟର ନୃତ୍ୟଶିଳ୍ପୀମାନେ ଅନୌପଚାରିକ ଭାବେ ଏହି ନୃତ୍ୟରେ ଦର୍ଶକଙ୍କୁ ବିମୋହିତ କରିଥିଲେ। ସେମାନେ ନୃତ୍ୟ ଭଙ୍ଗୀରେ ପେଟର ମାଂସପେଶୀକୁ ନଚାଉଥିଲେ। ରାକ୍ସ ଶାର୍କ୍ୟି ବା ପୂର୍ବାଂଚଳ ନୃତ୍ୟ ହେଉଛି ନୃତ୍ୟର ଏକ ବୃତିଗତ ବର୍ଗ। ଏଭଳି ନୃତ୍ୟର ଆକର୍ଷଣ ହେଲା ନୃତ୍ୟଶିଳ୍ପୀର ଛାତି, ପେଟ, ଓ ଜଂଘ ମାଂସପେଶୀକୁ, ସଙ୍ଗୀତର ଧୂନ୍ ସହ ମିଶାଇ ମତୁଆଲା ଢଙ୍ଗରେ ଅଙ୍ଗଭଙ୍ଗୀର ଚମତ୍କାର ପ୍ରଦର୍ଶନ। twitter.com/@suvbharat_times

ବିଶ୍ୱର ପୂର୍ବାଂଚଳରେ ଏହି ନୃତ୍ୟଶୈଳୀକୁ ରାକ୍ସ ବାଲାଡି ବା ଦେଶ ଗୀତ ଅଥବା ଲୋକନୃତ୍ୟ ରୂପେ ମାନ୍ୟତା ଦିଆଯାଇଛି। ଏପରିକି ସ୍ୱଦେଶୀ ନୃତ୍ୟ ଭାବେ ବିବେଚନା କରାଯାଇଛି। ଇଜିପ୍ଟରୁ ଆରମ୍ଭ ହୋଇଥିବା ବେଲି ଡ୍ୟାନ୍ସ, ମର୍ଡନ ଡ୍ୟାନ୍ସ ଷ୍ଟେପ୍ସ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ମହିଳା ବେଲି ଡ୍ୟାନ୍ସରମାନେ ଦର୍ଶକ ସମ୍ମୁଖରେ ପ୍ରଦର୍ଶନ ବେଳେ ଛୋଟ ପୋଷାକ ଏବଂ ସ୍ୱତନ୍ତ୍ର ଢଙ୍ଗରେ ପ୍ରସ୍ତୁତ ବ୍ଲାଉଜ୍ ପିନ୍ଧନ୍ତି। ଏଭଳି କଲରଫୁଲ୍ ବ୍ଲାଉଜକୁ ଇଜିପ୍ଟ ଭାଷାରେ ଗାଜୀ କୁହାଯାଏ। ବେଲି ଡ୍ୟାନ୍ସ ପ୍ରଦର୍ଶନ ସମୟରେ ଡ୍ୟାନ୍ସର ଅଂଟାରେ ଏକ ହାଲ୍‌କା ସ୍କର୍ଟ ପିନ୍ଧିବା ସହ କଲରଫୁଲ୍ ବ୍ଲାଉଜ୍ ପିନ୍ଧନ୍ତି, ଯେଉଁଟି ସ୍ଲିଭ୍ ଲେସ୍।
www.suvbharattimes.in / twitter.com/@suvbharat_times

ସଙ୍ଗୀତ ଧ୍ୱନୀକୁ ଲକ୍ଷ କରି ନୃତ୍ୟଶିଳ୍ପୀ, ନିଜର ନଗ୍ନ ପେଟର ମାଂଶପେସୀକୁ ନୃତ୍ୟଭଙ୍ଗୀରେ ପ୍ରଦର୍ଶନ କରନ୍ତି। ନୃତ୍ୟଶିଳ୍ପୀ ଖାଲି ପାଦରେ ନାଚନ୍ତି ଏବଂ ପାଶ୍ଚାତ୍ୟ ଡ୍ୟାନ୍ସ ଫର୍ମ ଭଳି ନୃତ୍ୟର ଧ୍ୟାନ ସ୍ପେସ୍ ମାଧ୍ୟମରେ ଅଙ୍ଗର ଗତିବିଧି ଅପେକ୍ଷା ଦେହ ଗଣ୍ଡି ମାଂସପେଶୀର ବିଚ୍ଛିନ୍ନତା ଉପରେ ଥାଏ। ନୃତ୍ୟ ପ୍ରଦର୍ଶନ ସମୟରେ ନୃତ୍ୟଶିଳ୍ପିର ଅର୍ଦ୍ଧନଗ୍ନ ଛାତି ଓ ନଗ୍ନ ପେଟ ଚିତ୍ରକଳା ଦର୍ଶକଙ୍କ ଆଡକୁ ଠେଲି ହୋଇଯାଏ। ସମୟ ସହିତ ମଧ୍ୟ ପୂର୍ବ ଏବଂ ପୂର୍ବାଂଚଳର ସମସ୍ତ ନୃତ୍ୟଶୈଳୀକୁ ଧୀରେ ଧୀରେ ବିଶ୍ୱର ଅନ୍ୟାନ୍ୟ ଦେଶ ଗ୍ରହଣ କରିଛି। ଦେହର ବେକ ଠାରୁ ଜଂଘ ମଧ୍ୟସ୍ଥ ମାଂସପେଶୀର ଜଟିଳ ଗତିବିଧିରେ ଲୟ ରଖି ଦର୍ଶକ ସାମ୍ନାରେ ପ୍ରଦର୍ଶନ ଯଦିଓ ଏକ କଠିନ କାର୍ଯ୍ୟ, ଆରବୀ ଯୁବତୀମାନେ ଏହାକୁ ସାଧାରଣ ମନେ କରନ୍ତି।
www.suvbharattimes.in / twitter.com/@suvbharat_times

ନୃତ୍ୟଶିଳ୍ପୀ ନିଜର ପାରମ୍ପରିକ ପୋଷାକ ଗାଜି ବ୍ଲାଉଜ୍ ଓ ପାରମ୍ପରିକ ସଂଗୀତରେ ନୃତ୍ୟ କରି ବିଶ୍ୱକୁ ନୃତ୍ୟକଳାର ନୂଆ ଫଣ୍ଡା ଶିଖାଇଛନ୍ତି। ଯାହା ଭାରତର ଯୁବପିଢି ମଧ୍ୟରେ ଖୁବ୍ ଗ୍ରହଣୀୟ ହେଇପାରିଛି। ସୋଲୋ, ହିପ୍ ହପ୍‌, ଲପିଂ ପପିଙ୍ଗ୍‌, ଫ୍ରୀ- ଷ୍ଟାଇଲ୍‌, ବଲିଉଡ୍‌, ଜାଜ୍‌, ସାଲ୍‌ସା, ଜୁମ୍ବା, ବ୍ରେକ୍ ଡ୍ୟାନ୍ସ ପ୍ରତି ଭାରତୀୟ ଦର୍ଶକମାନେ ଯେତିକି ଆକର୍ଷିତ, ବେଲି ଡ୍ୟାନ୍ସ ପ୍ରତି ସେମାନଙ୍କର ସେଭଳି ଆବେଗ ରହିଛି। ଦେଶର ଯୁବପିଢି ସୋସିଆଲ୍ ମିଡିଆରେ ନିଜର ପ୍ରଦର୍ଶନ ସେୟାର କରିବା ସ୍ପଷ୍ଟ କରିଛି ବିଶ୍ୱର ମଧ୍ୟ ପୂର୍ବ ଦେଶ ଗୁଡିକ ଭଳି ଭାରତରେ ମଧ୍ୟ ଲୋକପ୍ରୀୟ ଆରବୀ ବେଲି ଡ୍ୟାନ୍ସ ପ୍ରତି ସେଭଳି କ୍ରେଜ୍ ରହିଛି।
www.suvbharattimes.in / twitter.com/@suvbharat_times

Leave a Reply

Your email address will not be published. Required fields are marked *