National

ନୂଆ ସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ ନରଓ୍ୱଣେ

ନୂଆ ସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ ନରଓ୍ୱଣେ > ଶୁଭ୍ ଭାରତ ଟାଇମ୍ସ, ୩୧/୧୨- ଆଜି ୨୮ଶ ସ୍ଥଳସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ଜେନେରାଲ୍ ବିପିନ୍ ରାୱତ ଆଜି ସ୍ଥଳସେନା ମୁଖ୍ୟ ପଦବୀରୁ ଅବସର ନେବାପରେ ନରଓ୍ୱଣେ ପଦବୀରେ ଯୋଗ ଦେଇଛନ୍ତି। ଦୀର୍ଘ ୩୭ ବର୍ଷ ଧରି ସେନାରେ ବିଭିନ୍ନ ପଦପଦବୀ ସମ୍ଭାଳି ଆସିଥିବା ଶ୍ରୀ ନରୱାଣେଙ୍କୁ ବରିଷ୍ଠତା ଦୃଷ୍ଟିରୁ ସ୍ଥଳସେନା ମୁଖ୍ୟ ପଦବୀରେ ନିଯୁକ୍ତି ଦେଇଛନ୍ତି ସରକାର। ଏହା ପୂର୍ବରୁ ସେ ସ୍ଥଳସେନା ଉପମୁଖ୍ୟ ଭାବରେ ଦାୟିତ୍ୱ ତୁଲାଉଥିଲେ। ସ୍ଥଳସେନା ଉପମୁଖ୍ୟ ହେବା ପୂର୍ବରୁ ସେ ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ପଦବୀରେ ଥିଲେ। ଅଧିକ ଖବର ପାଇଁ ଲଗଅନ୍ କରନ୍ତୁ > http://www.suvbharattimes.in Follow us: http://twitter.com/@Suvbharat_Times  

ସ୍ଥଳସେନାର ମୁଖ୍ୟ ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଥିବା ନରଓ୍ୱଣେଙ୍କ ଦୁଇ ବନ୍ଧୁ ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ବାୟୁସେନା ଏବଂ ଆଡମିରଲ ସିଂହ ନୌସେନା ମୁଖ୍ୟ ରହିଛନ୍ତି। ଏହି ତିନି ସାଙ୍ଗ ୧୯୭୬ରେ ଜାତୀୟ ଡିଫେନ୍ସ ଏକାଡେମୀରେ ଭର୍ତ୍ତି ହୋଇଥିଲେ। ୧୯୮୦ରେ ଏନଡିଏ ପାସ୍ କରିବା ପରେ ତିନି ଜଣ ନିଜ ନିଜ ବିଭାଗରେ ଯୋଗ ଦେଇଥିଲେ। ଏହି ତିନି ଜଣଙ୍କ ମଧ୍ୟରୁ ଜେନେରାଲ ନରଓ୍ୱଣେ ଏବଂ ଆଡମିରଲ ସିଂହ ଏନଡିଏରେ ଯୋଗ ଦେବା ପୂର୍ବରୁ ଗୋଟିଏ ସ୍କୁଲରେ ଏକାଠି ପାଠ ପଢ଼ୁଥିଲେ > Follow us: http://Twitter.com/@Suvbharat_Times

Leave a Reply

Your email address will not be published. Required fields are marked *