International

୩୧ ମୋଷ୍ଟ ୱାଣ୍ଟେଡ ତାଲିକାରେ ହାଫିଜ ସଇଦ ଓ ମୌଲାନା ମାସୁଦ ଅଜହର

Suvbharat Times | 20062021 |www.suvbharattimes.in/ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପ୍ରତିଷ୍ଠାତା ମୌଲାନା ମାସୁଦ ଅଜହର, ଲଶ୍କର-ଇ-ତାଇବା ସହ-ପ୍ରତିଷ୍ଠାତା ତଥା ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ମହମ୍ମଦ ସଇଦ ଏବଂ ମୁମ୍ବାଇ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାକି-ଉର-ରେହମାନ ଲାଖଭି ଭାରତର ୩୧ ମୋଷ୍ଟ ୱାଣ୍ଟେଡ ଏହି ତାଲିକାରେ ଅନ୍ତର୍ଭୁକ୍ତ। ଏହି ଆତଙ୍କବାଦୀଙ୍କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ଅନୁଯାୟୀ ବୁକ୍ କରାଯାଇଛି। ବୋମା ବିସ୍ଫୋରଣ, ହତ୍ୟା, ଆଭ୍ୟନ୍ତରୀଣ ସୁରକ୍ଷା ସହିତ ଖେଳିବା ଏବଂ ଅନ୍ୟାନ୍ୟ ଷଡଯନ୍ତ୍ର ଭଳି ବିଭିନ୍ନ ଜାତୀୟ ବିରୋଧୀ କାର୍ଯ୍ୟକଳାପ ପାଇଁ ଭାରତ ସରକାର ଚାହୁଁଥିବା ଆତଙ୍କବାଦୀଙ୍କ ତାଲିକାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଭାରତର ମୋଷ୍ଟ ୱାଣ୍ଟେଡ ୩୧ ଆତଙ୍କବାଦୀ ତାଲିକାର ଶୀର୍ଷ ୫ଜଣଙ୍କ ମଧ୍ୟରେ ଅଛନ୍ତି ମୌଲାନା ମାସୁଦ ଅଜହର, ହାଫିଜ ମହମ୍ମଦ ସଇଦ ଏବଂ ଜାକି-ଉର-ରେହମାନ ଲାଖଭି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିୟୁ ଅପଡେଟରେ ଏମାନଙ୍କ ନାମ ଉଲ୍ଲେଖ ଅଛି। ଏହି ତାଲିକାରେ ଦାଉଦ ଇବ୍ରାହିମ କସ୍କର ଏବଂ ନିଷିଦ୍ଧ ଆତଙ୍କୀ ସଂଗଠନ ବବ୍ବର ଖାଲ୍ସା ଇଣ୍ଟରନ୍ୟାସନାଲର ବିଶିଷ୍ଟ ନେତା ବଧୱା ସିଂ ବବ୍ବର ମଧ୍ୟ ଅଛନ୍ତି। ତାଲିକାରେ ଉଲ୍ଲେଖ ଥିବା ଅନ୍ୟ ଆତଙ୍କୀଙ୍କ ମଧ୍ୟରେ ଦାଉଦ ଇବ୍ରାହିମର ପାକିସ୍ତାନ୍ ଭିତ୍ତିକ ସହଯୋଗୀ ଜାଭେଦ୍ ଚିକନା ଓରଫ୍ ଜାଭେଦ୍ ଡାଉଡ୍ ଟେଲର, ଇବ୍ରାହିମ ମେମନ୍ ଓରଫ୍ ଟାଇଗର ମେମନ୍ ଏବଂ ଶେଖ୍ ଶକିଲ ଓରଫ୍ ଛୋଟା ଶକିଲ ମଧ୍ୟ ଅଛନ୍ତି। ୧୯୯୩ ବମ୍ବେ ବିସ୍ଫୋରଣରେ ଏମାନେ ସମସ୍ତେ ସାମିଲ୍।

Leave a Reply

Your email address will not be published. Required fields are marked *