Entertainment

ସିଲଭର ଗାନ୍ଧୀ ଭୂମିକାରେ ହିତେନ୍ ତେଜୱାନୀ

ଭୁବନେଶ୍ୱର(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୨୮.୧୦- ଓଡ଼ିଆ ଫିଲ୍ମ ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ ଅବିନାଶ ନନ୍ଦଙ୍କ ଆଗାମୀ ହିନ୍ଦି ମୁଭି ‘ସିଲଭର ଗାନ୍ଧୀ’ର ସୁଟିଂ ଶେଷ ହୋଇଛି। ଏଥିପାଇଁ ଭୂବନେଶ୍ୱର ଓ କଟକ ଦ୍ୱୈତ ନଗରୀର ବିଭିନ୍ନ ଲୋକେସନକୁ ଚୁଜ୍ କରାଯାଇଥିଲା।

Director Abinash Nanda and Manas Pattanaik are giving looks for photo frame.

ଫିଲ୍ମର ଲିଡ୍ ରୋଲ୍ ରେ ଅଛନ୍ତି ‘କ୍ୟୁଁକି ଶାଶ୍ ଭି କଭି ବୋହୁ ଥି ଫେମ୍’ ହିତେନ୍ ତେଜୱାନୀ ଓ ପଶ୍ଚିମବଙ୍ଗ ମନୋରଞ୍ଜନ ଦୁନିଆର ହଟ୍ ଆସେଟ ଅନନ୍ୟା ସେନ୍ ଗୁପ୍ତା। କାହାଣୀରେ ସ୍ପେଶାଲ୍ ଟୁଇଷ୍ଟ୍ ରହିଛି। ଏହା ଏକ ସତ୍ୟ ଘଟଣାର କାର୍ବନ କପି। ମହାତ୍ମା ଗାନ୍ଧୀ ବେଶରେ ପରିବେଶ ସଚେତନତାର ବାର୍ତ୍ତା ଦେଉଥିବା ସାଇରାମ୍ ମହାପାତ୍ର ଓରଫ ମୋହନ ମହାପାତ୍ରଙ୍କ ଜୀବନୀ ଉପରେ ଆଧାରିତ ନିର୍ମାଣାଧିନ ଫିଲ୍ମ ମୋଟାମୋଟି କହିବାକୁ ଗଲେ ଏକ ବାୟୋପିକ୍।

Hiten Tejwani with his wife Gouri Pradhan.

ଚର୍ଚ୍ଚିତ ଓଡ଼ିଆ ନିର୍ଦ୍ଦେଶକ ଅବିନାଶ ନନ୍ଦ ଦୀର୍ଘ ବର୍ଷ ଧରି ମୁମ୍ବାଇରେ ରହି ଅନେକ ବଲିଉଡ୍ ଆଡର୍ଭରଟାଇଜମେଣ୍ଟ ଓ ଫିଲ୍ମର ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ତେବେ ଆଗାମୀ ଫିଲ୍ମ ‘ସିଲଭର ଗାନ୍ଧୀ’ରେ ଅବିନାଶଙ୍କ ମୁଖ୍ୟ ସହଯୋଗୀ ମାନସ ପଟ୍ଟନାୟକ କ୍ୟାମେରା ସମ୍ମୁଖରେ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ପ୍ରଡକ୍ସନ ହାଉସ୍ ତଥ୍ୟ ଅନୁସାରେ ଏହା ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ସହ ସାମିଲ ହେବା ପାଇଁ ସ୍ୱୀକୃତି ଲାଭ କଲେ ଏହାକୁ ଏକ ଡକୁମେଣ୍ଟରୀ ଫିଲ୍ମର ମାନ୍ୟତା ମିଳିବ। କିନ୍ତୁ ଏଥିରୁ ବାଦ୍ ପଡ଼ିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଫିଲ୍ମରେ ଉଭୟ ଓଲିଉଡ୍ ଏବଂ ବଲିଉଡ୍ କଳାକାର ଅଭିନୟ କରୁଛନ୍ତି। ଆଗକୁ ସରକାରୀ ସ୍ୱୀକୃତି ମିଳିଲେ ଫିଲ୍ମଟି ଜାନୁଆରୀ ୨୦୨୦ ସୁଦ୍ଧା ୧୨ଟି ଭାଷାରେ ସ୍କ୍ରିନକୁ ଆସିବାର ମଧ୍ୟ ସମ୍ଭାବନା ରହିଛି।

One Reply to “ସିଲଭର ଗାନ୍ଧୀ ଭୂମିକାରେ ହିତେନ୍ ତେଜୱାନୀ

  1. I used to be very pleased to find this net-site. I needed to thanks you for your time for this glorious learn!! I undoubtedly enjoying every little bit of it and I have you bookmarked to take a look at new stuff your weblog post.

Leave a Reply

Your email address will not be published. Required fields are marked *