Metro

ବିଧାୟକଙ୍କ ସୁପାରିଶରେ ଚାଲିଛି ବେଆଇନ୍ ବ୍ଳାଷ୍ଟିଂ, ବୃଷବନ୍ଧ ଛାରଖାର

Suvbharat Times/ Chilika/ www.suvbharattimes.in/ 18022021/ କୋଲକାତା – ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର କୁହୁଡି ଓ କୟଥପଲ୍ଲା ବସ୍ ଷ୍ଟପେଜ୍ ପାର୍ଶ୍ଵରେ ଥିବା କୁଆଁରୀ ଗୁଡିକରେ ବେଆଇନ୍ ବ୍ଳାଷ୍ଟିଂ ଯୋଗୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। କଳା ମଚମଚ୍ ସ୍ପଲ, ମେଟାଲ ଓ ଚିପ୍ସ ପାଇଁ ବୃଷବନ୍ଧର ଚାହିଦା ଆକାଶ ଛୁଆଁ। କିନ୍ତୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଛତ୍ରଛାୟାରେ ପ୍ରତିପାଳିତ ମାଫିଆ ଗୋଷ୍ଠୀ ୪୦ ଏକର ୪୩୦ ଡେସିମିଲ ପରିମିତ ବହୁଚର୍ଚ୍ଚିତ ବୃଷବନ୍ଧ ମୁଣ୍ଡିଆକୁ ଲୁଟି ଧ୍ୱଂସ କରିବା ସହ କୟଥପଲ୍ଲା ମୁଣ୍ଡିଆ ଗୁଡିକରୁ ବହୁମୂଲ୍ୟ ସ୍ପଲ୍ ଲୁଟିବାରେ ସଫଳ ହେଉଛନ୍ତି।

www.suvbharattimes.in/ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଚିଲିକା ବିଧାୟକଙ୍କ ଇଶାରାରେ ବୃଷବନ୍ଧ ଓ କୟଥପଲ୍ଲା ମୁଣ୍ଡିଆରୁ ମୂଲ୍ୟବାନ ଗ୍ରାନାଇଟ୍ ଷ୍ଟୋନ୍ କାରବାରକୁ ପ୍ରୋତ୍ସାହନ ଦେଉଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ ସମେତ ଟାଙ୍ଗୀ ଓ ଚିଲିକା ତହସିଲଦାର ପଥର ମାଫିଆଙ୍କ ବକସିସରେ ମାଲାମାଲ୍। ୪୦ ଏକର ୪୩୦ ଡେସିମିଲ ପରିମିତ ବହୁଚର୍ଚ୍ଚିତ ବୃଷବନ୍ଧ ମୁଣ୍ଡିଆ ଏବଂ କୟଥପଲ୍ଲା ମୁଣ୍ଡିଆକୁ ଧ୍ୱଂସ କରିବାରେ ଏମାନଙ୍କ ବୀରତ୍ୱ ଇତିହାସରେ ସ୍ଥାନ ପାଇବ।

www.suvbharattimes.in/ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ପ୍ରମୁଖ ଅଧିକାରୀ କୁହୁଡି ଓ କୟଥପଲ୍ଲାରେ ଲୁଟପାଟ୍ ଚଳାଇଥିବା ଗ୍ରାନାଇଟ୍ ଷ୍ଟୋନ ମାଫିଆଙ୍କ ସହ ଦୋସ୍ତୀ ଜମାଇଛନ୍ତି। ପ୍ରତିଦିନ ସ୍ପଷ୍ଟ ଦିବାଲୋକରେ କୁହୁଡି ଫାଣ୍ଡି ଠାରୁ ଅନତୀ ଦୂରରେ ଥିବା ବୃଷବନ୍ଧ ଓ କୟଥପଲ୍ଲା ମୁଣ୍ଡିଆରୁ ଆସିଥିବା ସ୍ପଲ୍, କ୍ରସର୍ ୟୁନିଟରେ ଗ୍ରାଇଣ୍ଡିଙ୍ଗ ପରେ ଏଥିରୁ ଉତ୍ପାଦ ବହୁମୂଲ୍ୟ ଚିପ୍ସ ଓ କ୍ରସର ମେଟାଲକୁ ଶହ ଶହ ସଂଖ୍ୟକ ଟ୍ରକ୍‌, ଟିପ୍ପର, ହାଇୱାରେ ରାଜଧାନୀ ସମେତ ପୁରୀ ଓ ବ୍ରହ୍ମଗିରୀକୁ ସପ୍ଲାଇ ଚାଲିଛି। ଯାହାର ମୁକସାକ୍ଷୀ କୁହୁଡି ଫାଣ୍ଡି ଓ କାର୍ଯ୍ୟରତ ଖଲିଚଟା ଫାଣ୍ଡି ଅଧିକାରୀ ଓ ସମସ୍ତ କର୍ମଚାରୀ।

www.suvbharattimes.in/ କୁହୁଡି ଓ କୟଥପଲ୍ଲାରେ ଥିବା କୁଆଁରୀ ସମୁହ ସ୍ଥାନୀୟ ଖଟିକିଆ, ମେହନତୀଙ୍କ ଭାତହାଣ୍ଡି। କିନ୍ତୁ ଶାସକଦଳର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମାଫିଆଙ୍କୁ ସୁରକ୍ଷା ଦେଉଥିବାରୁ ଏବଂ ପ୍ରଶାନ୍ତଙ୍କ ସୁପାରିଶରେ କେତେକ ମାଫିଆ ଜିଲ୍ଲାପାଳ ଅଫିସରୁ ଲିଜ୍ ହାତେଇବାରେ ସଫଳ ହୋଇ ଆବଶ୍ୟକ ରୟାଲଟି ପୈଠ ନକରି ଲୁଟପାଟ୍ ଚଳାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି, ବୃଷବନ୍ଧ ଓ କୟଥପଲ୍ଲା ପାହାଡ ଧ୍ୱଂସର ଶ୍ରେୟ ନେବ ବିଜୁ ଜନତା ଦଳ ସରକାର। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଚିଲିକା ଟ୍ରିପ୍ ଶେଷ ହେବା ସୁଦ୍ଧା କଳା ମଚମଚ୍ ସ୍ପଲ, ମେଟାଲ ଓ ଚିପ୍ସ’ର ଭଣ୍ଡାର ଖୁବଶୀଘ୍ର ପୋଖରୀ ଭଳି ଭ୍ରମ ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *