Metro

ପରଲୋକରେ ଜିମୂତ ମଙ୍ଗରାଜ

Suvbharat Times| Bhubaneswar| 27062021| www.suvbharattimes.in/ ରବିବାର ଲୋକପ୍ରିୟ ସାମ୍ବାଦିକ ଡ଼ ଜିମୂତ ମଙ୍ଗରାଜଙ୍କ ଦେହାନ୍ତ ଘଟିଛି। ଡ଼ ମଙ୍ଗରାଜ ଏକ ସ୍କୁଟି (ଓଡି ୦୨-ବିଓ-୯୪୦୨) ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରାବେଳେ ୧୬ନମ୍ବର ଜାତୀୟ ରାଜପଥ ଯାଆଁଳା ଠାରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଉପସ୍ଥିତ ଲୋକ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଭୁବନେଶ୍ୱର(ସିଜୁଆ) ଏମ୍ସ’ରେ ଭର୍ତ୍ତି କରିଥିଲେ। ମାତ୍ର ପ୍ରାଥମିକ ଯାଞ୍ଚ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କଲେ।

ଯାଆଁଳା ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଁଚି ସ୍ପଟ୍ ଯାଞ୍ଚ କରିଥିଲେ ମଧ୍ୟ ଦୁର୍ଘଟଣାର ଟେର୍ ପାଇନି। ଡ଼ ଜିମୂତ ମଙ୍ଗରାଜ ଓଡିଶା ସାମ୍ବାଦିକତା କ୍ଷେତ୍ରରେ ଏବଂ ପାଠକ ମହଲରେ ଖୁବ୍ ଜଣାଶୁଣା ଚେହେରା। ଜଣେ ଦକ୍ଷ ପଲିଟିକାଲ୍ ଆନାଲିଷ୍ଟ୍ ଭାବେ ଖବର ପରିବେଷଣରେ ସର୍ବଦା ଭିନ୍ନତା ବଜାୟ ରଖିଥିଲେ। ତାଙ୍କ ବିୟୋଗ ସମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟାଇଛି। ଏହି ପରିପ୍ରେକ୍ଷୀରେ ଅନେକ ବିଶିଷ୍ଟ ବ୍ୟକ୍ତି ଡ଼ ମଙ୍ଗରାଜଙ୍କ ଅମରଆତ୍ମାର ସଦଗତି କାମନା କରିବା ସହ ମର୍ମାହତ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *