Religion

ମୁଖୌଟା ମଧ୍ୟରେ ତ୍ର୍ୟମ୍ବକେଶ୍ୱର

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ମୃତ୍ୟୁଂଜୟ ମହାଦେବ ମହେଶ୍ୱରଙ୍କୁ ମହାମୃତ୍ୟୁଂଜୟ ମନ୍ତ୍ରରେ ତ୍ର୍ୟମ୍ବକ ଅର୍ଥାତ୍ ତ୍ରିଲୋଚନ ରୂପେ ପୂଜା କରାଯାଏ। ଭଗବାନ ତ୍ର୍ୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ମହାରାଷ୍ଟର ନାସିକ୍ ଜିଲ୍ଲାର ପଞ୍ଚବଟୀରୁ ୨୭ କିଲୋମିଟର ଦୂର ବ୍ରହ୍ମଗିରି ପର୍ବତ ପାର୍ଶ୍ଵ ପୂର୍ଣ୍ଣ୍ୟତୋୟା ଗୋଦାବରୀ ନଦୀ ତଟରେ ବିରାଜିତ। ଅଲୌକିକ ଘଟଣାଟି ହେଲା ଏହି କ୍ଷେତ୍ର ଗୋଦାବରୀ ନଦୀର ଉତ୍ପତି ସ୍ଥଳ। ଏଠାରେ ଶ୍ରୀ ତ୍ର୍ୟମ୍ବକେଶ୍ୱରଙ୍କ ଆରାଧନା ଯୋଗୁଁ ଏହାକୁ ତ୍ର୍ୟମ୍ବକ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ। ପ୍ରତି ୧୨ ବର୍ଷ ଅନ୍ତରରେ ପୂର୍ଣ୍ଣ୍ୟତୋୟା ଗୋଦାବରୀ ନଦୀରେ ହୁଏ ପ୍ରସିଦ୍ଧ କୁମ୍ଭମେଳା। ଲକ୍ଷ ଲକ୍ଷ ଭକ୍ତ ଏହି ପ୍ଲାବନ ତଟରେ ପାପ ଧୋଇ, କୋଟି ପୂର୍ଣ୍ଣ୍ୟ ଅର୍ଜନ କରନ୍ତି। ଏହାର ବିଶେଷତ୍ୱ ହେଲା ଶ୍ରୀ ତ୍ର୍ୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ଦର୍ଶନ। ଯାହା ପ୍ରଗଲ୍ଭ ଭକ୍ତଙ୍କୁ ଶାନ୍ତି ପ୍ରଦାନ କରେ।

ନାଗର ଶୈଳୀରେ ନିର୍ମିତ ମନ୍ଦିରର ଗର୍ଭଗୃହରେ ବିରାଜମାନ କରିଛନ୍ତି ପ୍ରଭୁ ତ୍ର୍ୟମ୍ବକେଶ୍ୱର। ବାସ୍ତବରେ ତିନିମୂର୍ତି ଲିଙ୍ଗଙ୍କ ଏକତ୍ର ସମାହାର ଭଳି ପ୍ରତୀୟମାନ ହୁଅନ୍ତି ଶ୍ରୀ ତ୍ର୍ୟମ୍ବକେଶ୍ୱର। ଜନଶୃତି ରହିଛି, ଶ୍ରୀ ତ୍ର୍ୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ବହ୍ମା, ବିଷ୍ଣୁ ଓ ମହେଶ୍ୱର ଏକତ୍ର ସମ୍ମିଳିତ ହୋଇ ଦର୍ଶନ ଦେଉଛନ୍ତି। ଏହି ପ୍ରଭୁ ସର୍ବଦା ଏକ ରୌପ୍ୟ ମୁଖୌଟା ଦ୍ୱାରା ଆବୃତ ହୋଇ ରହିଥାନ୍ତି। ପ୍ରତ୍ୟେହ ଏକ ନିର୍ଦ୍ଧିଷ୍ଟ ସମୟରେ ପ୍ରଭୁଙ୍କ ଦେହରୁ ମୁଖୌଟା କଢା ଯାଇଥାଏ। ମୁଖୌଟା ଅନ୍ତର ହେବାରେ ପ୍ରଭୁଙ୍କ ଜାଜୁଲ୍ୟମାନ ସ୍ୱରୂପର ଦର୍ଶନ ମିଳେ। ଟ୍ରଷ୍ଟ୍ ଦ୍ୱାରା ପରିଚାଳିତ ଏହି କ୍ଷେତ୍ରରେ ପୁରୋହିତମାନଙ୍କ ଦ୍ୱାରା ସମଗ୍ର ପୂଜନ ବ୍ୟବସ୍ଥା ନିୟନ୍ତ୍ରିତ। ପ୍ରତିବର୍ଷ ମାଘ ମାସରେ ଏଠାରେ ଗଙ୍ଗାବତରଣ ଉତ୍ସବ ମହାଆଡମ୍ବରରେ ପାଳିତ ହୁଏ। ଏହି ସମୟରେ ଲକ୍ଷଲକ୍ଷ ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ରୁଣ୍ଡ ହୁଅନ୍ତି। ମହତ୍ତ୍ୱପୂର୍ଣ୍ଣ କଥା ହେଲା ମାତା ଗଙ୍ଗା ଦେବୀ ପ୍ରଥମେ ଏଠାରେ ଅବତରଣ କରିଥିଲେ।

3 Replies to “ମୁଖୌଟା ମଧ୍ୟରେ ତ୍ର୍ୟମ୍ବକେଶ୍ୱର

  1. Excellent post. I was checking continuously this blog and I’m impressed! Extremely helpful information specially the last part. I care for such information a lot. I was looking for this certain info for a very long time. Thank you and good luck.

Leave a Reply

Your email address will not be published. Required fields are marked *