ନ୍ୟାସନାଲ୍

ନନ୍ଦିଗ୍ରାମ ଓ ଭବାନୀପୁର ବିଧାନସଭା ଆସନରୁ ଲଢିବେ ମମତା ବାନାର୍ଜୀ

Suvbharat Times/ Kolkata http://www.suvbharattimes.in/ 18012021- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ପ୍ରସ୍ତୁତି ଜୋରଦାର। ଏହାକୁ ଶୁଭାରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଏହି ନିର୍ବାଚନରେ ଏକାବେଳେ ନନ୍ଦିଗ୍ରାମ ଏବଂ ଭବାନୀପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଦିଦି। ଏହା ଘୋଷଣା କରିବା ସହ ତୃଣମୂଳ କଂଗ୍ରେସ (ଟିଏମସି) ଛାଡି ବିଜେପିରେ ଯୋଗ ଦେଇଥିବା ସୁଭେନ୍ଦୁ ଅଧିକାରୀଙ୍କ ଗଡ଼ରେ ସୋମବାର ଏକ ମେଗା ରାଲିରେ ସାମିଲ୍ ହୋଇ ଦିଦି କହିଛନ୍ତି, “ମୁଁ ନନ୍ଦିଗ୍ରାମକୁ ଭୁଲି ନାହିଁ”।

Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ମମତା ବାନାର୍ଜୀଙ୍କ ମତ  ରାଜନୀତିରେ ୩ ପ୍ରକାର ଲୋକ ଅଛନ୍ତି, ତ୍ୟାଗୀ , ଲୋଭୀ ଓ ଭୋଗୀ। ତ୍ୟାଗୀ, କୌଣସି ଦିନ ମା’ କୋଳ ଛାଡି ଯିବନି। କିଛି ଲୋକ ତୃଣମୂଳ ଛାଡି ଯାଉଛନ୍ତି। ଚିନ୍ତା କରିବାର କିଛି ନାହିଁ। ଯେତେବେଳେ ତୃଣମୂଳ କଂଗ୍ରେସ ଜନ୍ମ ହେଲା ସେତେବେଳେ ସେ ସେଠାରେ ନଥିଲେ। ସେମାନେ ଦଳ ଛାଡି ଯାଇପାରନ୍ତି, ବହୁତ ବଢିଆ। ବିଜେପି ନେତା ଦିଲ୍ଲୀରେ ରହି କହୁଛନ୍ତି ବିଜେପିରେ ଯୋଗ ଦେବା ଅପେକ୍ଷା ଜେଲ୍ କିମ୍ବା ଘରେ ରୁହ, ବିଜେପି ୱାଶିଂ ମେସିନ୍ ଏବଂ ୱାଶିଂ ପାଉଡର। କଳା ହୋଇ ପ୍ରବେଶ କରେ, ଧଳା ହୋଇ ପଦାକୁ ବାହାରେ”।

Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ନନ୍ଦିଗ୍ରାମରୁ ଆରମ୍ଭ ନନ୍ଦିଗ୍ରାମ ମୋ’ ପାଇଁ ଭାଗ୍ୟବାନ। ରକ୍ତ ସହିତ ମିଶ୍ରିତ ସେଦିନ ମୁଁ କିପରି ଭୁଲିଯିବି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନନ୍ଦିଗ୍ରାମରେ ଆୟୋଜିତ ଏକ ସମାବେଶରେ ମମତା ଘୋଷଣା କରିଛନ୍ତି ଏଥର ସେ ନନ୍ଦିଗ୍ରାମରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତା’ସହ ତାଙ୍କ ପାରମ୍ପାରିକ ଆସନ ଭବାନୀପୁର ବିଧାନସଭା ଆସନରେ ମଧ୍ୟ ନିର୍ବାଚନ ଲଢିବେ। ନନ୍ଦିଗ୍ରାମ ସୁଭେନ୍ଦୁ ଅଧିକାରୀଙ୍କ ଗଡ଼ ବୋଲି ବିବେଚନା କରାଯାଏ। ଗତ ମାସରେ ଅଧିକାରୀ ତୃଣମୂଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି।

Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ତୃଣମୂଳ କଂଗ୍ରେସ ଛାଡିଥିବା ସୁଭେନ୍ଦୁ ଅଧିକାରୀଙ୍କ ନାମ ନନେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, “ଆପଣ ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ଉପ-ରାଷ୍ଟ୍ରପତି, ଦେଶର ରାଷ୍ଟ୍ରପତି ଅଥବା ଦେଶର ନେତା ହୁଅନ୍ତୁ। କିନ୍ତୁ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବଙ୍ଗଳାକୁ ବିକ୍ରୟ କରିବାକୁ ଦେବି ନାହିଁ। ଏହା ମୋର ଆହ୍ୱାନ”। ଟିଏମସି ଭଳି ଏଠାରେ କଂଗ୍ରେସ ଏବଂ ବାମପନ୍ଥୀ ଦଳ ମଧ୍ୟ ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ​ପ୍ରତିଦ୍ୱନ୍ଦ୍ୱିତା ପାଇଁ ସଜବାଜ ହେଉଛନ୍ତି। ରବିବାର କୋଲକାତାରେ ଆସନ ବାଣ୍ଟିବା ନେଇ ଦୁଇ ଦଳର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି।

Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

Leave a Reply

Your email address will not be published. Required fields are marked *