National

ଓଡିଶାରେ ହେବ ମ୍ୟାନୁଫାକଚରିଂ ହବ୍

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଓଡିଶାରେ ଉଚ୍ଚମାନର ଇସ୍ପାତ ସହ ଯଥେଷ୍ଟ ପରିମାଣର ଆଲୁମିନିୟମ୍ ଏବଂ ମହଜୁଦ୍ ଅଛି। ଓଡିଶା କେବଳ ଖଣିଜ ସମ୍ପଦ ରପ୍ତାନୀରୁ ନୁହେଁ ବରଂ ଉଚ୍ଚମାନର ମ୍ୟାନୁଫାକଚରିଂରୁ ରପ୍ତାନୀ ସୁଯୋଗ ସୃଷ୍ଟି କରିପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ରପ୍ତାନୀ ନିରୀକ୍ଷଣ ଏଜେନ୍ସିର ନୂତନ ଗୃହ ଓ ପରିକ୍ଷାଗାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଥିଲେ ଶ୍ରୀ ପ୍ରଧାନ। ସଭାମଞ୍ଚରେ ଉପସ୍ଥିତ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୂଙ୍କ ଉଦ୍ଦେଶ୍ୟରେ ଶ୍ରୀ ପ୍ରଧାନ ଆହୁରି କହିଥିଲେ କି ଓଡିଶାକୁ ଉଡାଜାହାଜ ପାଇଁ ଆବଶ୍ୟକ ଯନ୍ତ୍ରାଂଶ ନିର୍ମାଣର ଏକ ପ୍ରମୁଖ କେନ୍ଦ୍ର ଭାବରେ କାହିଁକି ନକରାଯିବ।

୨୦୧୪ରେ ଦେଶର ସମୁଦାୟ ଯାତ୍ରୀବାହୀ ଉଡାଜାହାଜ ସଂଖ୍ୟା ଥିଲା ୪ ଶହ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନହିତକର ନୀତି ପାଇଁ ଏବେ ଆଉ ୫ ଶହ ଉଡାଜହାଜର ଆବଶ୍ୟକତା ଦେଖାଦେଇଛି। ଏଭଳି ସ୍ଥିତିରେ ଓଡିଶା କିଭଳି ଅଧିକ ସହାୟକ ହେବ ମାନ୍ୟବର ମନ୍ତ୍ରୀ ଏନେଇ ଗାଇଡ୍ କରନ୍ତୁ ବୋଲି ଶ୍ରୀ ପ୍ରଧାନ ବେସାମରିକ ମନ୍ତ୍ରୀ ସୁରେଶ ପ୍ରଭୂଙ୍କୁ ଲକ୍ଷ କରି କହିଥିଲେ।ସେପ୍ଟେମ୍ବର ୨୨ରେ ଓଡିଶାରେ ଭାରତର ରପ୍ତାନୀ ନୀରିକ୍ଷଣ ଏଜେନ୍ସିର ନୂତନ ଗୃହ ଓ ପରୀକ୍ଷାଗାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା କେବଳ ଖଣିଜ ସମ୍ପଦ ରପ୍ତାନୀରୁ ନୁହେଁ ବରଂ ଉଚ୍ଚମାନର ମ୍ୟାନୁଫାକଚରିଂରୁ ରପ୍ତାନୀ ସୁଯୋଗ ସୃଷ୍ଟିକରି ରୋଜଗାର ବଢାଇ ରାଜ୍ୟକୁ ସମୃଦ୍ଧ କରିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିଳ୍ପ, ବାଣିଜ୍ୟ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୂଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ ଓଡିଶାକୁ ଯନ୍ତ୍ରାଂଶ ନିର୍ମାଣର ଏକ ପ୍ରମୁଖ କେନ୍ଦ୍ର କାହିଁକି ନକରାଯାଇପାରିବ ବୋଲି ଦାବି ରଖିଛନ୍ତି। ଓଡିଶା ବାର୍ଷିକ ୫୨ ହଜାର କୋଟିର ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ରପ୍ତାନୀ କରୁଛି। ଓଡିଶାର ଶିଳ୍ପ ଓ ବାଣିଜ୍ୟର ବୃଦ୍ଧି ପାଇଁ ଓଡିଶାକୁ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟରେ ସାମିଲ କରିବାକୁ ଧର୍ମେନ୍ଦ୍ର ସ୍ୱାଗତ ଜଣାଇଛନ୍ତି। 

Leave a Reply

Your email address will not be published. Required fields are marked *