Lifestyle

ମାନସିକ ଚାପଗ୍ରସ୍ତ

Suvbharat Times/ Dr.Samrat Kar/ 14052018/ ମନୁଷ୍ୟ ତଥାକଥିତ ହାଇସ୍ପିଡ଼ ଇଣ୍ଟରନେଟ୍ ଗତିରେ ଦୌଡ଼ୁଛି। ଭାରତରେ ବୁଲେଟ୍ ଟ୍ରେନ୍ ପାଇଁ କାର୍ଯ୍ୟ ଖସଡ଼ା ଆରମ୍ଭ ହୋଇଯାଇଥିବା ବେଳେ ଚନ୍ଦ୍ରପୃଷ୍ଠରେ ଏକ ବୃହତ ଜନବସତି ଗଢ଼ିବା ପାଇଁ ନିକଟରେ ଏକ ମୁସଲମାନ ରାଷ୍ଟ୍ର ଘୋଷଣା କରିଛି। ତେବେ ଜ୍ଞାନବିଜ୍ଞାନର ଏତେସବୁ ପ୍ରଗତି ଆଶ୍ଚର୍ଯ୍ୟକର ଅଭିବୃଦ୍ଧି ସତ୍ୱେ ପାଞ୍ଚକୋଟିରୁ ଅଧିକ ଭାରତୀୟ ମାନସିକ ଚାପର ଶିକାର ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

୨୦୧୬ରେ ବିଶ୍ୱରେ ଯେତେ ସଂଖ୍ୟକ ଲୋକ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଭାରତୀୟ। ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ନିମ୍ନ ଓ ମଧ୍ୟବିତ୍ତ ବର୍ଗର ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଉକ୍ତ ସଂସ୍ଥା ପକ୍ଷରୁ ‘ଚାପ’ ଉପରେ ଏହାର ନୂଆ ବିଶ୍ୱସ୍ୱାସ୍ଥ୍ୟ ଆକଳନ ରିପୋର୍ଟରେ କୁହାଯାଇଛି ଯେ ପାଞ୍ଚକୋଟି ଭାରତୀୟ ମାନସିକ ଚାପର ଶିକାର ହୋଇଥିବାବେଳେ ତିନିକୋଟିରୁ ଅଧିକ ଉଦବେଗଜନକ ସମସ୍ୟାରେ ପୀଡ଼ିତ ଅଛନ୍ତି। ‘ଡିପ୍ରେଶନ ଆଣ୍ଡ ଅଦର କମନ ମେଣ୍ଟାଲ ଡିସଅର୍ଡ଼ସ- ଗ୍ଲୋବାଲ ହେଲ୍ଥ ଏଷ୍ଟିମେଟ୍ସ’ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱରେ ଆତ୍ମହତ୍ୟା ସଂଖ୍ୟାର ଦୁଇ ତୃତୀୟାଂଶ ଭାରତ ଭଳି ନିମ୍ନ ଓ ମଧ୍ୟବିତ୍ତ ବର୍ଗ ବହୁଳ ଦେଶ ଗୁଡ଼ିକରେ ଘଟିଥାଏ।

ଚାଇନା ଓ ଭାରତ ହେଉଛନ୍ତି ପୃଥିବୀର ଦୁଇଟି ବୃହତ ମହାଶକ୍ତି। ଆର୍ଥିକ, ସାମରିକ, କୂଟନୈତିକ ଓ ବିଶ୍ୱର ବାଣିଜ୍ୟିକ ସବୁ କ୍ଷେତ୍ରରେ ଏହି ଦୁଇଟି ମହାଦେଶର ଲୋକମାନଙ୍କର ରୋଗର କାରଣ ହେଉଛି ଚାପ। ୨୦୦୫ରୁ ୨୦୧୫ ମଧ୍ୟରେ ସମୁଦାୟ ଚାପଗ୍ରସ୍ତ ଲୋକଙ୍କ ସଂଖ୍ୟା ୧୮.୪ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୫ରେ ଭାରତରେ ମାନସିକ ଚାପର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ୫,୬୬,୭୫,୯୬୯।

୨୦୧୫ରେ ଏହା ସମୁଦାୟ ଲୋକସଂଖ୍ୟାର ୪.୫ ପ୍ରତିଶତ। ଏଥିସହିତ ଉଦ୍ବେଗଜନିତ ସମସ୍ୟାରେ ପୀଡ଼ିତ ଲୋକଙ୍କ ସଂଖ୍ୟା ୩,୮୪,୨୫୦,୯୩ ହୋଇଥିବା ବେଳେ ଏହା ହେଉଛି ସେହିବର୍ଷ ଲୋକସଂଖ୍ୟାର ୩ ପ୍ରତିଶତ। ଏଥିରେ ପୁଣି କୁହାଯାଇଛି ଯେ, ୨୦୧୫ରେ ପାଖପାଖି ୭,୮୮,୦୦୦ ଲୋକ ଆତ୍ମହତ୍ୟା କରାଣରୁ ମୃତ୍ୟୁବରଣ କରିଥିବା ବେଳେ ଏହାଠାରୁ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇ ପାରିନଥିଲେ। ଜୀବନର ପ୍ରତିପାଦରେ ଆମେ ସମସ୍ତେ ଚାପକୁ ସମ୍ମୁଖୀନ ହେବା। କିନ୍ତୁ ଏହି ଚାପକୁ କିପରି ଅତିକ୍ରମ କରି ନିଜ ମାନସିକ କ୍ଷେତ୍ରକୁ ସଶକ୍ତ ଓ ଅନ୍ୟମାନଙ୍କ ପାଇଁ ଅନୁପ୍ରେରିତ କରିବାର ସାମର୍ଥ୍ୟ ରଖିପାରିବା ତାହା ହେଉଛି ମଣିଷ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା। ମାନସିକ ରୋଗ ବିଶେଷଜ୍ଞ, କଟକ

One Reply to “ମାନସିକ ଚାପଗ୍ରସ୍ତ

  1. Excellent issues altogether, you just received a new reader. What could you suggest about your publish that you simply made a few days in the past? Any positive?

Leave a Reply

Your email address will not be published. Required fields are marked *