National

ମିଶନାରିଜରୁ ପିଲା ଚାଲାଣ

Suvbharat Times http://www.suvbharattimes.in/ #Bhubaneswar  22072018- ମିଶନାରିଜ୍ ଅଫ୍ ଚାରିଟି ସଂସ୍ଥା ନାମରେ ପିଲା ବିକ୍ରି ଅଭିଯୋଗ ହୋଇଛି। ମିସନାରିଜ୍ ଦ୍ୱାରା ପରିଚାଳିତ ଝାଡଖଣ୍ଡର ଏକ କେନ୍ଦ୍ରରୁ ଚାରି ଜଣ ପିଲା ନିଖୋଜ ପରେ ସେମାନଙ୍କୁ ମିସନାରିଜ୍ ପକ୍ଷରୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଝାଡଖଣ୍ଡର ଅନ୍ୟ ୪୦ଟି କେନ୍ଦ୍ର ପର୍ଯ୍ୟନ୍ତ ବ୍ୟାପିବା ପରେ ପରିସ୍ଥିତି ଅଣାୟତ ହୋଇଗଲା।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀର ଦାସଙ୍କ ନିର୍ଦ୍ଦେଶରେ ଶିଶୁ ସଂରକ୍ଷଣ ଆୟୋଗ କର୍ତ୍ତୃପକ୍ଷ ମିଶନାରିଜ ଅଧୀନରେ ପରିଚାଳିତ ସମସ୍ତ କେନ୍ଦ୍ରର ଛାନଭିନ୍ କରିଥିଲେ। କୌଣସି ସୂତ୍ରରୁ ସୁରାକ୍ ମିଳିବାରେ ସ୍ଥାନୀୟ ପୋଲିସ୍ ନବଜାତ ବିକ୍ରି ଆରୋପରେ ମିଶନାରିରେ ନିୟୋଜିତ ଅନିମା ଇନ୍ଦ୍ରବାର ଏବଂ ସିଷ୍ଟର କୋଂସିଲିଆ ନାମକ ୨ଜଣ ମହିଳା କର୍ମଚାରୀଙ୍କୁ ଗିରଫ କଲା। ପରେ ଘଟଣାର ସି.ଆଇ.ଡି ଇନଭେଷ୍ଟିଗେସନ୍ ପରେ ମିଶନାରିଜରୁ ବିକ୍ରି ହୋଇଥିବା ତିନୋଟି ଶିଶୁଙ୍କୁ ଉଦ୍ଧାର କରାଯାଇଛି।
http://www.suvbharattimes.in/

ଏନେଇ ଆର୍କ ବିଶପ କାଥୋଲିକ ଚର୍ଚ୍ଚକୁ ବଦନାମ କରାଯିବାକୁ ଷଡଯନ୍ତ୍ର ରଚାଯାଉଥିବା କହିଛନ୍ତି। ସେପାଖେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମାମଲାକୁ ଅସ୍ୱୀକାର କରିଛନ୍ତି। ଫଳରେ ଝାଡଖଣ୍ଡରେ ସଂଚାଳିତ ବିଭିନ୍ନ କେନ୍ଦ୍ରରେ ନବଜାତ ଶିଶୁ ବିକ୍ରି ମାମଲା ଏବେ ରାଜନୈତିକ ରଙ୍ଗ ନେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଶନାରିଜକୁ ସମର୍ଥନ କରି ବିଜେପିକୁ ନିଶାଣ କରିଛନ୍ତି।
http://www.suvbharattimes.in/

MC nuns and maids bring orphans to the tomb of Mother Teresa after carrying them around the coffin of Sr Nirmala Joshi (seen behind) ahead of the funeral at the Mother House in Kolkata on June 24, 2015. Photo by Anto Akkara

ମମତା ଟ୍ୱିଟ୍ କରି କହିଛନ୍ତି ଯେ, ”ସ୍ୱୟଂ ମଦର ଟେରେସା ମିଶନାରିଜ୍ ଅଫ୍ ଚାରିଟି ସ୍ଥାପନା କରିଥିଲେ। କିନ୍ତୁ ଏବେ ତାଙ୍କୁ ବାଦ ଦିଆଯାଉନାହିଁ। ଦ୍ୱେଷପୂର୍ଣ୍ଣ ଭାବରେ ତାଙ୍କ ନାମ ବଦନାମ କରିବାକୁ ଷଡଯନ୍ତ୍ର ରଚାଯାଇଛି। ଘଟଣାରେ ସିଷ୍ଟରଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଉଛି। ବିଜେପି କାହାକୁ ଛାଡିବାକୁ ଚାହୁଁ ନାହିଁ, ଯାହା ଅତ୍ୟନ୍ତ ନିନ୍ଦନୀୟ” ବୋଲି ମମତା ବାନାର୍ଜୀ ତାଙ୍କ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ମମତାଙ୍କ ଅନୁସାରେ ମିସନାରିଜକୁ ହଇରାଣ ନକରିବା ଦରକାର ଏବଂ ଗରୀବମାନଙ୍କ ପାଇଁ ତାଙ୍କୁ ସେମାନଙ୍କର କାମ କରିବାକୁ ଦିଆଯିବା ଦରକାର। http://www.suvbharattimes.in/

Leave a Reply

Your email address will not be published. Required fields are marked *