ଏଡିଟୋରିଆଲ୍

ସମ୍ପର୍କର ତିନୋଟି ଫର୍ଦ୍ଦ-୩

ସମ୍ପର୍କର ତିନୋଟି ଫର୍ଦ୍ଦ -୩ > ମନୋରଞ୍ଜନ ପଟ୍ଟନାୟକ www.suvbharattimes.in ଏତେ ନିବିଡତା ମଧ୍ୟରେ ମୋ’ ମନର ଆଖି ସାମ୍ନାରୁ ତୁମେ ଯଦି ସାମାନ୍ୟ ଦୂରେଇ ଯାଉଛ ମୋତେ ଲାଗେ ମୋ’ କପାଳ ଫାଟି ଯାଉଛି। ଏଥିପାଇଁ ଭାବିନେଇଥିଲି କି ମୁଁ ଯଦି ମାର୍କ ଟ୍ୱାଇନଙ୍କ ଭଳି ଅନ୍ଧ ହୋଇଥାନ୍ତି, ତେବେ ତ ଦେଖିବା ଅସମ୍ଭବ ହେଇଥାନ୍ତା। ମୁଁ ହଜି ଯିବାକୁ ଚାହୁଁଥିଲି ତୁମ ସ୍ୱପ୍ନରେ। ମୁଁ କଳ୍ପନା କରୁଥିଲି, ତୁମ ସହ ସମ୍ପର୍କର ଖିଅ ଏତେ ମଜବୁତ୍ ହେଉ ଯାହା ଈଶ୍ୱରଙ୍କ ଇଚ୍ଛା ବିନା କେବେ ଅନ୍ୟ କାହାର ଚେଷ୍ଟାରେ ଛିଣ୍ଡିନଯାଉ। ତୁମେ ଏତେ ଦିନ ଧରି ମୋତେ ଟଲରେଟ୍ କରିଥିଲ। ସେଥିପାଇଁ ପରୀକ୍ଷା ପରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡୁଛି ତୁମକୁ। ମନର ପରିଭାଷାକୁ ଓପାଡି ଫୋପାଡି ଦେବା ଏତେ ସହଜ ନୁହେଁ। twitter.com/@Suvbharat_Times

ତୁମ ଆଗରେ ତୁମ ପରିବାର ଓ ମୁଁ। ଏଇ ଦୁଇଟି ସମସ୍ୟାରୁ ଗୋଟିଏ ଚିରାଚରିତ; ଯେଉଁଥିରେ ସୁଖ ଦୁଃଖ, ଆଶା, ସ୍ୱପ୍ନ ଆଉ ଭବିଷ୍ୟତ ଜଡିତ ଥିଲା। ଅନ୍ୟ ସମସ୍ୟାଟି ମୁଁ। ଅନିଚ୍ଛା ସତ୍ୱେ ତୁମକୁ ଜଣାଇବାକୁ ପଡୁଛି, ତୁମ ପାଇଁ ମୋ’ ଭଳି ଜଣେ ବନ୍ଧୁର ଆବଶ୍ୟକତା ନାହିଁ। ମୋ’ ହରକତ୍ ତୁମ ଜୀନା ହାରାମ୍ କରି ଚାଲିଥିଲା। ଆରମ୍ଭରୁ ଆମେ ସବୁ ଜାଣିଥିଲେ। ମୁଁ ଚାଲିବା ଆରମ୍ଭ କରିଥିଲି, ଲକ୍ଷସ୍ଥଳରେ ପହଞ୍ଚିବା ପାଇଁ ବେଗ ବଢାଇ ଦେଇଥିଲି। ବାସ୍, ଏହିଠାରୁ ଆରମ୍ଭ ହୋଇଥିଲା ସମସ୍ୟା। କିଛି ରାସ୍ତା ଅତିକ୍ରମ କରିବା ପରେ ତୁମକୁ ପଚାରିଥିଲି, ‘ଘରେ କିଛି ପ୍ରୋବଲେମ୍ ହେଉନି ତ’, ତୁମେ କୁହ ‘ଏବେ ତ ହେଇନି, ଆଗକୁ ହେବ’। ମୋଟାମୋଟି ଆମେ ଜାଣିଛେ ପ୍ରୋବଲେମସ୍ ଆସିବ। ଏଇଟା ସ୍ୱାଭାବିକ। ଏଭଳି ବିଭିନ୍ନ ସମୟରେ ଅନେକ ମୋଡ ଦେଇ ଏକାଧିକ ହମ୍ପସ୍ ପାର କରି ମୁଁ ଚାଲିବା ଜାରି ରଖିଥିବା ସହ ତୁମ ପ୍ରତିଶୃତି ମୋ’ ମନରେ ସ୍ୱପ୍ନ ଭରି ଦେଇଥିଲା। ମନକୁ ଆସୁଥିବା ଅନେକ ଉନ୍ମାଦନାର କୌଣସି ସ୍ୱର ନଥିଲା କିମ୍ବା ଶବ୍ଦ ବି ନଥିଲା, ବରଂ ଥିଲା ତୁମକୁ ନିକଟରୁ ଦେଖିବାର ଦୁର୍ବାର ଇଚ୍ଛା। ସମୟର କାଳଚକ୍ରରୁ ପାର ହେବା ଏତେ ସହଜ ନୁହେଁ, ଏସବୁ ସ୍ପଷ୍ଟ ଭାବେ ମୁଁ ଅନୁଭବ କରିଛି।

ମନର ପରିଭାଷାକୁ ଓପାଡି ଫୋପାଡି ଦେବା ଏତେ ସହଜ ନୁହେଁ। ସବୁ ଘଟଣା ତୁମେ ଆଉ ମୁଁ ଜାଣିପାରୁଛେ। ଖୁବ୍ ଚେଷ୍ଟା ବି କରିଥିଲେ ସବୁକିଛି ଆୟତ କରିବା ପାଇଁ। ଜୀବନ ଜୀବୀକାର ଗତାନୁଗତିକ ପଦ୍ଧତି ଯେଉଁ ନୂଆ ପରିଚୟର ଅନୁସନ୍ଧାନ ପାଇଥିଲା, ତାହା ଆମ ଭଳି ପରିପକ୍ୱମାନଙ୍କ ମନକୁ ନିଶ୍ଚୟ ଶାନ୍ୱନା ଦେଉଛି। ସେତେବେଳେ ମୁଁ ଦିନେ ଶପଥ ନେଇଥିଲି ଯେତେ ବାଧାବିଘ୍ନ ଆସୁନା କାହିଁକି ମୁଁ ପଥଭ୍ରଷ୍ଟ ହେବିନି। ତୁମେ ସ୍ୱପ୍ନ ଦେଖିଛ କି ନାହିଁ ଜାଣେନି। କିନ୍ତୁ ତୁମ ଭଲପାଇବା ମୁଁ ବାରମ୍ବାର ଅନୁଭବ କରିଛି। ମୋ’ ଭିତରେ ତୁମ ପ୍ରତି ବହୁ ସମ୍ନାନ ଥିଲା। ତୁମର ସମ୍ନାନହାନି ହେବା ଭଳି ଘଟଣାର ସୂତ୍ରପାତ ମାତ୍ରେ ମୋର ବଞ୍ଚି ରହିବାର କୌଣସି ଆବଶ୍ୟକତା ମୁଁ ମନେ କରିନଥିଲି। ତୁମେ ନିଶ୍ଚିନ୍ତ ରୁହ। ତୁମକୁ ଅନୁରୋଧ କରିଥିଲି ଯେ କେବେ ବି କୌଣସି ପରିସ୍ଥିତିରେ ମନକୁ ଭାରାକ୍ରାନ୍ତ କରନି। ମୁଁ ପ୍ରତିଶ୍ରୁତି ଦେଇଥିଲି କି ମୁଁ ବଞ୍ଚିଥିବା ଯାଏଁ ତୁମର କୌଣସି କ୍ଷତି ହେବାକୁ ଦେବିନି।

ଆମେ ମିତ୍ରତାର ସମ୍ପର୍କ ଯୋଡିଥିଲେ। ଏଥିପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ମହାବାହୁ ମୋ’ର ଏତିକି ନିବେଦନ ରଖନ୍ତୁ; ମୋ’ ମୃତ୍ୟୁ ପରେ ମୁଁ ମୋ’ପାଇଁ କୀଟ, ପତଙ୍ଗ, ପଶୁ, ପକ୍ଷୀ. ଦେବ, ଦାନବ କିମ୍ବା ବାରମ୍ବାର ମନୁଷ୍ୟ ଜନ୍ମ ପାଇବା ପାଇଁ କେବେ ଅଭିଳାଷ ରଖିନି। ବରଂ ମୋତେ ନିର୍ଜିବ କରିଦିଅନ୍ତୁ, ଶରଧାବାଲିର ବିନ୍ଦୁଏ ଧୂଳି କରି ଗରୁଡ ସ୍ତମ୍ଭ ତଳେ ସ୍ଥାନ ଦିଅନ୍ତୁ, ଯେଉଁଠି ଦିନେ ମୋ’ପ୍ରିୟା ମୋ’ଉପରେ ପାଦ ରଖି ଆପଣଙ୍କୁ ପ୍ରାର୍ଥନା କରିବେ। ମୋତେ ପିତଳ କଣିକାଟିଏ କରି ଆପଣଙ୍କ ସମ୍ମୁଖରେ ଝୁଲୁଥିବା ଘଣ୍ଟିରେ ସ୍ଥାନ ଦିଅନ୍ତୁ, ମୋ’ର ବିଶ୍ୱାସ ଅଛି ଦିନେ ଆପଣଙ୍କ ଦର୍ଶନ ଲାଗି ଆସିବା ବେଳେ ସେ ପ୍ରଥମେ ମୋତେ ଛୁଇଁବେ। ଭଲ ପାଇବାକୁ ସମାଜ କେବେ ସହ୍ୟ କରିନି। ମନରେ ପ୍ରଶ୍ନ ଆସେ ଭଗବାନ ଭଲ ପାଇବାର ଭାବନାକୁ ହୃତପିଣ୍ଡରେ ଯୋଡନ୍ତି କାହିଁକି ?

ମୁଁ ତ କେବେ ମୋ’ ପ୍ରିୟାର ଚେହେରାକୁ ନେଇ ରଙ୍ଗୀନ୍ ସ୍ୱପ୍ନ ଦେଖିନି କିମ୍ବା କେବେ ଅନୁଭବ କରିନି ସେ ତାଙ୍କ ମନରେ ମୋ’ପ୍ରତି କିଛି ଦୁର୍ବଳତା ରଖିଛନ୍ତି ବୋଲି। ମୋ’ ଅନୁଭବ କହୁଛି ସେ ତୁଳସୀ ଭଳି ପବିତ୍ର। ମୁଁ କେବେ ବି ତାଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହୋଇନଥିଲି। ବିନା କୌଣସି ମତଲବରେ ଆମ ଭିତରେ ଗଢି ଉଠିଥିଲା ନିବିଡ ସମ୍ପର୍କ। ଆମ ଗପସପରେ ଦୀର୍ଘଦିନ କଟିଯାଇଥିଲେ ମଧ୍ୟ ଆମେ ଆଜି ପର୍ଯ୍ୟନ୍ତ କେହି କାହାରିକୁ ଦେଖିନାହୁଁ। ଏଭିତରେ ଅନେକ ବର୍ଷ କଟିଗଲାଣି, ତଥାପି କୌଣସି ଦିନ କେହି କାହାରିକୁ ଭିଡିଓ କଲିଂ ପାଇଁ ମଧ୍ୟ ବାଧ୍ୟ କରିନୁ । ଆଜି ମୁଁ କେମିତି ଅଛି, ସିଏ କେମିତି ଅଛନ୍ତି; କେହି କାହାରି ଖବର ରଖିନୁ। ଏନେଇ ମନରେ ବ୍ୟାକୁଳତା ଥିବା ସତ୍ୱେ ମୁଁ ଆଦୌ ଅଧର୍ଯ୍ୟ ହୋଇନି। କାହିଁକିନା ମୁଁ ଦେଇଥିବା ପ୍ରତିଶ୍ରୁତି କାଳେ ମୋତେ କେବେ ପ୍ରଶ୍ନ କରିବ > ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ
FollowUs: twitter.com/@Suvbharat_Times

Leave a Reply

Your email address will not be published. Required fields are marked *