Entertainment

ଭୋଜପୁରୀ ଫିଲ୍ମରେ ନିତୁ

ଶୁଭ୍ ଭାରତ ଟାଇମ୍ସ, ୧.୯.୨୦୧୮- ଦେଖାଯାଉଛି ବଲିଉଡର ଅଧିକାଂଶ ଆକଟ୍ରେସ୍ ଭୋଜପୁରୀ ସିନେମାରେ କାମ କରିବାକୁ ପସନ୍ଦ କରୁଛନ୍ତି। ସିନେ କ୍ରିଟିକ୍ କୁହନ୍ତି ଯେ ସେମାନଙ୍କୁ ବଲିଉଡରେ କାମ ମିଳେନି। ମାତ୍ର ନିତୁ ଚଂଦ୍ରାଙ୍କ କ୍ଷେତ୍ରରେ କିଛି ବିପରିତ ଘଟିଥିଲା। ନିତୁ ଆଗରୁ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଟ୍ରାଫିକ୍ ସିଗନାଲ୍’, ଦିବାକର ବାନାର୍ଜୀଙ୍କ ‘ଓଏ ଲକୀ ଲକୀ ଓଏ’ ଏବଂ ଜଗମୋହନ ମୁଦ୍ରାଙ୍କ ‘ଆପାର୍ଟମେଂଟ’ରେ ସୁନ୍ଦର ଅଭିନୟ କରିଥିଲେ। ନିତୁ ଭୋଜପୁରୀ ଫିଲ୍ମରେ ଅଭିନୟ କରିବା ଘଟଣା ସଭିଙ୍କୁ ଆଶ୍ଚର୍ୟ୍ୟ କରିଥିଲା। ହେଲେ ନିତୁ ବିହାରର ବାସିନ୍ଦା ତଥା ତାଙ୍କ ଭାଇଙ୍କ ଦ୍ୱାରା ପ୍ରଯୋଜିତ ଭୋଜପୁରୀ ଫିଲ୍ମକୁ କିଭଳି ହାତଛଡା କରିଥାନ୍ତେ। ଭାଇଙ୍କ କଥା ମାନି ନିତୁ ଭୋଜପୁରୀ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ।

ଏହା କେବଳ ନିତୁଙ୍କ କ୍ଷେତ୍ରରେ ଘଟିଥିଲା ତାହାନୁହେଁ, ଅନେକ ସମାଲୋଚକଙ୍କ ମନରେ ଧାରଣା ରହିଛି କି ବଲିଉଡରେ ନିରାଶ ହେଉଥିବାରୁ ଅନେକ ଅଭିନେତା, ଅଭିନେତ୍ରୀ ଭୋଜପୁରୀ ସିନେମାରେ ଆକଟିଂଗ୍ କରିବାକୁ ଆସିଯାଆନ୍ତି। ସେମାନେ ବଲିଉଡରେ ଧୋକା ଖାଇବା ପରେ ରିଜିଓନାଲ୍ ଫିଲ୍ମକୁ ଜମ୍ପ୍ ମାରୁଛନ୍ତି।

ସମାଲୋଚନା ପରୋକ୍ଷରେ ଆଞ୍ଚଳିକ ସିନେମାକାରମାନଙ୍କୁ ନିରୁତ୍ସାହିତ କରୁଛି। ଏଭଳି ମଧ୍ୟ କୁହାଯାଉଛି କି ରିଜିଓନାଲ୍ ସିନେମାଗୁଡିକ ବଲିଓଡ୍ ସିନେମାର କପି ପେଷ୍ଟ୍। ଏହା କେତେକାଂଶରେ ସତ୍ୟ ପ୍ରମାଣିତ ହେଉଥିଲେ ବି ବଲିଉଡ୍ ସିନେମାରୁ ଅଧିକାଂଶ ତ ତେଲଗୁ ସିନେମାର କପିପେଷ୍ଟ୍। ଫରକ କିଛିନାହିଁ । ବରଂ ତେଲଗୁ ସିନେମାର କାହାଣୀକୁ ନେଇ ଦର୍ଶକ ବିଭୋର ହୁଅନ୍ତି। ସିନେମା ସମୀକ୍ଷକ ଭଲଭାବେ ଜାଣନ୍ତି ଯେ ତେଲଗୁ ସିନେମାର ଷ୍ଟୋରୀ ତୁଳନାରେ ବଲିଉଡ୍ ସିନେମା ଖୁବ ପଛରେ। ବଲିଉଡ୍ ସିନେମାରେ ଏବେ ଆଉ ଆଗଭଳି କାହାଣୀ ହିଁ ନାହିଁ।

Leave a Reply

Your email address will not be published. Required fields are marked *