National

କରୋନାରେ ମୃତ ଇପିଏଫ୍ ସଦସ୍ୟଙ୍କ ବୀମା କଭରର ଲାଭ ପାଇବେ ନୋମିନୀ

Senior woman looking at camera. Courtesy: Google

Suvbharat Times | 20062021 | www.suvbharattimes.in/ କରୋନା କାରଣରୁ ମୃତ୍ୟୁ ହୋଇଥିଲେ ମଧ୍ୟ ବୀମା କଭରର ଲାଭ ପାଇବେ ଇପିଏଫ୍ ସଦସ୍ୟଙ୍କ ପତ୍ନୀ କିମ୍ବା ଉତ୍ତରାଧିକାରୀ। ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛି ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ। ଆବେଦନକାରୀ ନାବାଳକ ହୋଇଥିଲେ ତାଙ୍କ ଅଭିଭାବକ ତାଙ୍କ ତରଫରୁ ଦାବି କରିପାରିବେ। କର୍ମଚାରୀଙ୍କ ମୃତ୍ୟୁ ପ୍ରମାଣପତ୍ର, ଉତ୍ତରାଧିକାର ପ୍ରମାଣପତ୍ର, ନାବାଳକ ନାମାଙ୍କନ ପତ୍ରରେ ଆବେଦନ କରୁଥିବା ଅଭିଭାବକଙ୍କ ପ୍ରମାଣପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ବୀମା କମ୍ପାନୀକୁ ଏଥିପାଇଁ ଦେବାକୁ ପଡିବ।

ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ ଦାବି କରୁଛି ଯେ ପିଏଫ୍ ଆକାଉଣ୍ଟଧାରୀ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା କଭର ପାଆନ୍ତି। ଏହି ବୀମା କଭର ସେହି କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଏକ ବର୍ଷ ମଧ୍ୟରେ ଏକରୁ ଅଧିକ ନିଯୁକ୍ତିଦାତା ସହିତ କାମ କରିଛନ୍ତି। ଯଦି ଆପଣ ଜଣେ ପିଏଫ୍ ଆକାଉଣ୍ଟ୍ ଧାରକ ଅଟନ୍ତି ଏବଂ ଆପଣ କ୍ରମାଗତ ୧୨ମାସ କାର୍ଯ୍ୟ କରିଛନ୍ତି, ତେବେ ଆପଣଙ୍କର ଅକାଳ ମୃତ୍ୟୁ ସମୟରେ ଆପଣଙ୍କର ପରିବାର ସଦସ୍ୟ ବୀମାଭୁକ୍ତ ହୋଇଥିବା ଏହି ରାଶିର ଲାଭ ଉଠାଇ ପାରିବେ।

Leave a Reply

Your email address will not be published. Required fields are marked *