Metro

ଲୋୟର୍ ପିଏମଜିରେ କାନ୍ଦୁଛନ୍ତି ସ୍ୱାସ୍ଥ୍ୟକର୍ମୀ

Suvbharat Times http://www.suvbharattimes.in/ #Bhubaneswar  10122020- “ଏଏନଏମ୍ ଦିଦି ତୁମକୁ ଧିକ୍କାର କରୁଛନ୍ତି ସୈତାନ୍ ଶାସକ। ଲୋୟର୍ ପିଏମଜିର ଆର୍ତ୍ତନାଦ କ’ଣ ତୁମ କର୍ଣ୍ଣପଟଳ ସ୍ପର୍ଶ କରୁନି ନବୀନ ବାବୁ ? ତୁମେ ନିଜ ଦକ୍ଷତା ବଳରେ ନା  ବିଜୁବାବୁଙ୍କ ଦାୟାଦ ଭାବେ ଗାଦି ଦଖଲ କରି ବସିଛ ଏକଥା କେବେ ତୁମ ବିଲାୟିତି ମସ୍ତିସ୍କକୁ ଛୁଇଁଛି ? “ମା’କୁ ସମ୍ନାନ” ବିଜେଡି ନିର୍ବାଚନୀ ସ୍ଲୋଗାନର ଏକ ଅଂଶ। ହେଲେ ମିଥ୍ୟା ପ୍ରଲୋଭନ ଦେଖାଇ ଅସହାୟ ନାରୀ ଜାତିକୁ ଅବହେଳା ପ୍ରଦର୍ଶନ କରୁଛି “ମୋ ସରକାର”। ଅସ୍ଥାୟୀ କୋଭିଡ୍ ଯୋଦ୍ଧାମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରିବାକୁ ଦେଇଥିବା ପ୍ରତିଶ୍ରୁତି କିପରି ଭୁଲିଗଲ ମୁଖ୍ୟମନ୍ତ୍ରୀ ? ରାଜ୍ୟର ଅସହାୟ ମା’ ଭଉଣୀଙ୍କ ଉପରେ ଜୁଲୁମ୍ କରିବାର ଅଧିକାର ତୁମକୁ ଦେଲା କିଏ ? କୋଭିଡ୍ ଯୋଦ୍ଧାଙ୍କ ନିଯୁକ୍ତିକୁ ସ୍ଥାୟୀ କରିବାକୁ ପ୍ରତିଶ୍ରୁତି ଦେବା ବେଳେ ତୁମେ କ’ଣ ହୋସ୍’ରେ ନଥିଲ ?” ରାଜ୍ୟର ପ୍ରତ୍ୟେକ ଖଟିକିଆ, ମେହନତୀ ଓଡିଆ ନବୀନଙ୍କୁ ଆଜି ଏଭଳି ପ୍ରଶ୍ନ ପଚାରୁଛନ୍ତି। ଏଣେ ଜୀବିକା ହରାଇବା ଆଶଙ୍କାରେ ସ୍ୱାସ୍ଥ୍ୟକର୍ମୀମାନେ କାନ୍ଦୁଛନ୍ତି। https://twitter.com/Suvbharat_Times

http://www.suvbharattimes.in/ ଦିନକୁ ହଜାରେ ଟଙ୍କା ଓ ସ୍ଥାୟୀ ନିଯୁକ୍ତି ଲୋଭ ଦେଖାଇ ଓଡିଶା ସରକାର ୧୫ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ରୋଗୀଙ୍କ ସେବାରେ ନିୟୋଜିତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରିଥିଲେ ଯେ ଅସ୍ଥାୟୀ କୋଭିଡ୍ ଯୋଦ୍ଧାମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରାଯିବ। ରାଜ୍ୟରେ ବିଧାୟକ ଓ ସାଂସଦମାନେ ଯେତେବେଳେ ବେଡ୍ ରୁମରେ ଉଷୁମ୍ ନେଉଥିଲେ, ସେତେବେଳେ ଏଏନଏମ୍ ଦିଦିମାନେ ଭୋକ ଉପବାସରେ ପଡି ରହି କରୋନା ରୋଗୀର ସେବା କରୁଥିଲେ। ଗତ ୬ ମାସ ଧରି ଏଭଳି ସେବାରେ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନେ ଆଜି ଲୋୟର୍ ପିଏମଜିରେ କାହିଁକି ଆନ୍ଦୋଳନ କରୁଛନ୍ତି, ମୁଖ୍ୟମନ୍ତ୍ରୀ କ’ଣ ଏ ବିଷୟରେ ଅବଗତ ନୁହଁନ୍ତି? ମିଥ୍ୟା ପ୍ରଲୋଭନ ଦେଖାଇ ନବୀନ ସରକାର ରାଜ୍ୟର ଅସହାୟ ମହିଳାଙ୍କୁ ଗୋତି ଶ୍ରମିକ ଭାବେ ନିୟୋଜିତ କରି କାମ ଆଦାୟ କରିଛି, ଯାହା ବର୍ତ୍ତମାନ ସମୟର ରାଜ୍ୟର ଚର୍ଚ୍ଚିତ ଖବର ପାଲଟିଛି। https://twitter.com/Suvbharat_Times

http://www.suvbharattimes.in/  ସ୍ୱାସ୍ଥ୍ୟକର୍ମୀଙ୍କ ସହ ସରକାର କରିଥିବା ଚୁକ୍ତିନାମା ଚଳିତ ଡିସେମ୍ବର ୩୧ରେ ସମାପ୍ତ ହେବାକୁ ଯାଉଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗ ଏଡ଼ାଇ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଆନ୍ଦୋଳନକାରୀ ନୂଆ ବିଜ୍ଞପ୍ତିକୁ ଅନୁକରଣ କରନ୍ତୁ, ସ୍ଥାୟୀ ନିଯୁକ୍ତି ପାଇଁ ଆବେଦନ କରନ୍ତୁ। ମାତ୍ର ଏଏନଏମ୍ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ଭରଷା କରି, ରୋଗର ଭୟାବହତାକୁ ଭୂଲି ଦିନରାତି ଏକ କରି ଯେଭଳି ପରିଶ୍ରମ କରିଥିଲେ, ଏବେ ନବୀନ ପଟ୍ଟନାୟକଙ୍କୁ ଏହାର ଜବାବ ମାଗୁଛନ୍ତି। ଭାରତୀୟ ବିକାଶ ପରିଷଦ ମଧ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗର ହାତ ବଢାଇଛି। ସଂଘର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଦଳ ବ୍ରହ୍ମପୁର ଏମକେସିଜି ମେଡିକାଲ ହସ୍ପିଟାଲ ପରିସରେ ଧାରଣାରେ ବସିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଭେଟି ଆଲୋଚନା କରିଛନ୍ତି। ସଂଘ ଦାବି କରିଛି ନିଯୁକ୍ତି ଘୋଷାଣାନାମା ରଦ୍ଦ କରାଯାଉ ଏବଂ ଗଞ୍ଜାମ ଜିଲ୍ଲାର ୩ ହଜାର କୋଭିଡ୍ ଯୋଦ୍ଧାଙ୍କୁ ବିନା ସାକ୍ଷାତକାରରେ ନିଯୁକ୍ତି ପ୍ରଦାନ କରାଯାଉ। ସଂଘ ଏନେଇ ମୁଖ୍ୟଶାସନ ସଚିବ, ପ୍ରମୂଖ ଶାସନସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ବିଭାଗ, ଆରଡିସି, ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। https://twitter.com/Suvbharat_Times

Leave a Reply

Your email address will not be published. Required fields are marked *