ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ) ୧୬.o୯- ସରକାରୀ ଆଇନ୍ ଅନୁସାରେ ଏଣିକି ଡକ୍ୟୁମେଣ୍ଟ ବିନା ଆଉ ଗାଡ଼ି ଚଳାଇବା ମୁସ୍କିଲ୍। ରାଜ୍ୟରେ ଧରପଗଡ଼ ମାତ୍ରା ବି ବଢିଛି। ଦୈନିକ ଲକ୍ଷ ଲକ୍ଷ ଟଙ୍କା ଫାଇନ୍ କଟାହେଉଛି। ହେଲେ ବଦଳିପାରିନି ଆରଟିଓ ଅଫିସ୍ ସମ୍ମୁଖରେ ଚାଲିଥିବା ଦଲାଲିଗିରି। ଖୋଦ୍ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏକଥାକୁ ସ୍ୱୀକାର କରିଛନ୍ତି। ମନ୍ତ୍ରୀ ଏନେଇ କହିଛନ୍ତି ଯେ, ଦଲାଲିଗିରି ବହୁ ଦିନରୁ ଚାଲିଛି। ଆମେ ଦଲାଲିଗିରି ହଟାଇବାକୁ ଚେଷ୍ଟା କରୁଛୁ। ଦଲାଲମାନଙ୍କ ଠାରୁ କିଛି କାମ ଗ୍ରହଣ ନକରିବାକୁ ଆରଟିଓଙ୍କୁ କହିଛୁ। ସିଧାସଳଖ ଲୋକଙ୍କ କାମ କରନ୍ତୁ, ଦଲାଲଙ୍କ କାମ କରନ୍ତୁନି ବୋଲି ଆରଟିଓଙ୍କୁ ପରାମର୍ଶ ଦେଇଛୁ ବୋଲି ମନ୍ତ୍ରୀ ସଫେଇ ଦେଉଛନ୍ତି। ସେପାଖେ ଫଳରେ ତୁରନ୍ତ ଗାଡି ଡକ୍ୟୁମେଣ୍ଟ ପାଇଁ ଆରଟିଓ ଅଫିସକୁ ଦୌଡୁଥିବା ଲୋକଙ୍କ ସଂଖ୍ୟା ବହୁଳମାତ୍ରାରେ ହ୍ରାସ ପାଇଛି। ହେଲେ ଦଲାଲ୍ ପକେଟରେ ମାଲ୍ ନପହଁଚିବା ପର୍ଯ୍ୟନ୍ତ କାଗଜପତ୍ରରେ କେହି ହାତ ମାରୁନାହାଁନ୍ତି।

ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଗାଡି ଡକ୍ୟୁମେଣ୍ଟ ପାଇଁ ଆରଟିଓ ଅଫିସରେ ଭିଡ ଲାଗିଛି। ରାଜ୍ୟ ସରକାର ଦେଇଥିବା ୩ ମାସର ମହଲତ୍ ମଧ୍ୟରେ ଗାଡି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସମସ୍ତେ ବ୍ୟଗ୍ର। ଏହାର ଫାଇଦା ଉଠାଉଛନ୍ତି ଆରଟିଓ ଅଫିସ ଆଗରେ ବସୁଥିବା ଦଲାଲମାନେ। ସେମାନେ ଦୁଇ ଚକିଆ ଯାନର ଡକ୍ୟୁମେଣ୍ଟ ପାଇଁ ୧୮୦୦ ଟଙ୍କା, କାର୍ ପାଇଁ ସାଢ଼େ ୩ ହଜାର ଟଙ୍କା ନେଉଥିବା ବେଳେ ଗାଡିର ଓନରସିପ୍ ଚେଞ୍ଜ ସହ ଅନ୍ୟାନ୍ୟ ମାମୁଲି କାମ ପାଇଁ ମନଇଚ୍ଛା ଅର୍ଥ ଦାବି କରୁଛନ୍ତି। ଏ ବିଷୟରେ ପଚାରିଲେ ସେମାନେ କହୁଛନ୍ତି ଯେ ଆମେ ଯେତିକି ନେଉଛୁ ତାହାର ଫିପ୍ଟି ପରସେଣ୍ଟ ନେଉଛନ୍ତି ଆରଟିଓ ଅଫିସରେ ବସିଥିବା କର୍ମଚାରୀ। ମୋଟାମୋଟି ଭାବେ ଏହି ଅର୍ଥ ୩୦ ପରସେଣ୍ଟ ବୁଲିବାଲିକିରୀ ଆରଟିଓଙ୍କ ଡ୍ରୟାରକୁ ଯାଉଛି। ଏଣେ ରାଜ୍ୟର ସରକାରୀ ମିଡିଆବାଲା କ’ଣ ଟିକେ ହେଇଗଲେ ସିଧା ଆରଟିଓଙ୍କ ବାଇଟ୍ ନେଇ ତାଙ୍କ ଚେହେରାରେ ଲାଗୁଥିବା କଳଙ୍କକୁ ମାଜିମୁଜିକିରି ପରିସ୍କାର କରୁଛନ୍ତି। (ଫଟୋ ସୌଜନ୍ୟ- ଓଟିଭି)
