National

ଆଦିବାସୀମାନଙ୍କ ସମୃଦ୍ଧିରେ ଶାନ୍ତି ଏବଂ ବିକାଶ ସମ୍ଭବ: ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍

Suvbharat Times | 21062021 | www.suvbharattimes.in/ ଛତିଶଗଡ ବସ୍ତର ଜିଲ୍ଲାରେ ଶାନ୍ତି ଏବଂ ବିକାଶ ପାଇଁ ଆଦିବାସୀଙ୍କ ସମୃଦ୍ଧି ଆବଶ୍ୟକ। ସମାଜର ସହଯୋଗ ବିନା ଏହି କାର୍ଯ୍ୟ ହୋଇପାରିବ ନାହିଁ। ସର୍ବ ଆଦିବାସୀ ସମାଜର ବରିଷ୍ଠ ନେତାଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଏହା ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଦିବାସୀଙ୍କ ସମୃଦ୍ଧି ଓ ବିକାଶ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସମାଜ ସହଯୋଗର ହାତ ବଢ଼ାଇଲେ ଆଦିବାସୀମାନଙ୍କୁ ନିଜ ଅଧୀନରେ ଥିବା ଜମିର ପଟ୍ଟା ପ୍ରଦାନ କରାଯିବ। ଏଥିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ବଘେଲ୍ ପ୍ରତିନିଧିମଣ୍ଡଳୀକୁ ନିବେଦନ କରିଛନ୍ତି।

ବସ୍ତରରେ ଶାନ୍ତି ଏବଂ ବିକାଶ ଲକ୍ଷରେ ଆଦିବାସୀ ସଶକ୍ତକରଣ ଉପରେ ଫୋକସ୍ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍। ସରକାରୀ ଯୋଜନାରୁ ବଞ୍ଚିତ ଆଦିବାସୀଙ୍କ ଉନ୍ନତି ଏବଂ ସେମାନଙ୍କୁ ନକ୍ସଲ ଭୟ ମୁକ୍ତ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିବେ। ମୁଖ୍ୟମନ୍ତ୍ରୀ ବାଘେଲ୍ ଏଥିରେ ଗୁରୁତ୍ୱାରୋପ କରିଛନ୍ତି। ଆଦିବାସୀ ସମାଜ ଏଥିରେ ସହଯୋଗ କଲେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ବସ୍ତର ଜିଲ୍ଲାର ଆଦିବାସୀମାନେ ସମସ୍ତ ସରକାରୀ ସୁବିଧା ପାରିବାରେ ସକ୍ଷମ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଦିବାସୀ ସମାଜର ପ୍ରତିନିଧୀଙ୍କୁ କହିଛନ୍ତି ଯେ ବସ୍ତର କିମ୍ବା ସରଗୁଜା ଅନୁସୂଚିତ ଜନଜାତି ବହୁଳ ଅଞ୍ଚଳରେ ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଗାଁର ବିକାଶ ପାଇଁ ସେମାନେ ଯାହା ଚାହୁଁଛନ୍ତି ସେସବୁକୁ ଅନୁମୋଦନ ଦିଆଯିବ। ଦ୍ୱାଦଶ ପାସ୍ ଯୁବକମାନଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚୁକ୍ତିନାମା ଦେବାର ବ୍ୟବସ୍ଥା ରହିଛି। ଏକ୍ଷେତ୍ରରେ ଉନ୍ନତି ପାଇଁ ସମାଜର ଯୁବଗୋଷ୍ଠୀ ନକ୍ସଲ ଭୟ ଛାଡି ଆଗକୁ ଆସିବା ଉଚିତ୍।

ଆଦିବାସୀ ସମାଜ ପ୍ରତିନିଧିମାନେ ମଧ୍ୟ ନକ୍ସଲ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ଶାନ୍ତି ଏବଂ ବିକାଶ ପାଇଁ ପ୍ରତିବଦ୍ଧ। ଭାରତର ସମ୍ବିଧାନରେ ବିଶ୍ୱାସ କରୁଥିବା ସମସ୍ତଙ୍କ ସହ ସେ ଆଲୋଚନା କରିବାକୁ ପ୍ରସ୍ତୁତ। ଆଦିବାସୀ ସମାଜ ଆମର ନିଜ ପରିବାର, ତେଣୁ ମୁଁ ସବୁବେଳେ ଏହା ସହ କଥା ହେବାକୁ ପ୍ରସ୍ତୁତ ଅଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *