National

କରୋନା’ରୁ ବଞ୍ଚିବାକୁ ଚାହୁଁଥିଲେ ଆପଣାନ୍ତୁ ୭ଟି ସରଳ ଉପାୟ

କରୋନା’ରୁ ବଞ୍ଚିବାକୁ ଚାହୁଁଥିଲେ ଆପଣାନ୍ତୁ ୭ଟି ସରଳ ଉପାୟ > ଶୁଭ୍ ଭାରତ ଟାଇମ୍ସ, ୦୫/୦୩- ଭାରତରେ ବ୍ୟାପି ଚାଲିଛି କରୋନା ଭାଇରସ୍, ଏଥିରୁ ବଞ୍ଚିବାକୁ ଚାହୁଁଥିଲେ ତୁରନ୍ତ ଏହି ୭ଟି ଉପାୟ ଆପଣାନ୍ତୁ। ୧. କରୋନା ଜୀବାଣୁ ସଂକ୍ରମିତ ବ୍ୟକ୍ତି ସମସ୍ତ ସମ୍ପର୍କୀୟଙ୍କ ଠାରୁ ଉପଯୁକ୍ତ ଦୂରତା ରଖନ୍ତୁ। ୨. ଜୀବାଣୁ ଏଡ଼ାଇବା ପାଇଁ କୌଣସି ଜିନିଷକୁ ଛୁଇଁବା ପରେ ଅତିକମରେ ୨୦ ସେକେଣ୍ଡ ପାଇଁ ଭଲ ଭାବରେ ହାତ ଧୁଅନ୍ତୁ। ୩. କରୋନା ଜୀବାଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଠାରୁ ଦୂରେଇ ରୁହନ୍ତୁ। କାଶ ଥଣ୍ଡାରେ ପୀଡିତ ବ୍ୟକ୍ତିଙ୍କ ଠାରୁ ଅତି କମରେ ୬ ଫୁଟ ଦୂରତା ରଖନ୍ତୁ। ୪. କରୋନା ସଂକ୍ରମିତ ବ୍ୟକ୍ତି ଘରୁ ବାହାରକୁ ଯାଆନ୍ତୁ ନାହିଁ ଏବଂ ଡାକ୍ତରଙ୍କ ପରାମର୍ଶ ମାନନ୍ତୁ। ୫. ବାରମ୍ବାର ନିଜ ହାତରେ ମୁହଁକୁ ସ୍ପର୍ଶ କରନ୍ତୁ ନାହିଁ। ଏହା କରିବା ପୂର୍ବରୁ, ପୁରା ହାତକୁ ଭଲ ଭାବରେ ସଫା କରନ୍ତୁ। ୬. କଞ୍ଚା ଏବଂ ଅଳ୍ପ ରନ୍ଧା ମାଂସ କିମ୍ବା ଅଣ୍ଡା ଠାରୁ ଦୂରେଇ ରୁହନ୍ତୁ। ବାହାରେ ଖାଇବା ସମୟରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ। ୭. ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୁରେଇ ଯାଆନ୍ତୁ, ବସ୍ ଓ ଟ୍ରେନ୍ ଯାତ୍ରା କରନ୍ତୁ ନାହିଁ। ଘରେ ମୋବାଇଲ୍, ଟିଭି ରିମୋର୍ଟ ଇତ୍ୟାଦି ଜିନିଷକୁ ମଧ୍ୟ ସଫା ରଖନ୍ତୁ। ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ଏହି ପରାମର୍ଶ ଦେଇଛି। Log In: www.suvbharattimes.in / twitter.com/@suvbharat_times / linkedin.com/in/suvbharat-times

ମାରାତ୍ମକ କରୋନା ଭାଇରସ୍ ଏବେ ଭାରତରେ ବ୍ୟାପିବାରେ ଲାଗିଛି। ମାର୍ଚ୍ଚ ୫ ତାରିଖ ସୁଦ୍ଧା ଭାରତରେ ୨୯ ଜଣ ଏହି ରୋଗର ଶୀକାର ହୋଇ ସାରିଲେଣି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୋଭିଡ-୧୯’ର ୨୮ଟି ମାମଲା ଦେଖିବାକୁ ମିଳିଛି। ସେମଧ୍ୟରୁ କେରଳର ତିନିଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଏହାସହିତ ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି। କରୋନା ଜୀବାଣୁକୁ ଏଡାଇବା ପାଇଁ ସିଡିସି ଉପରୋକ୍ତ ପରାମର୍ଶ ଜାରି କରିଛି > Log In: www.suvbharattimes.in / twitter.com/@suvbharat_times / linkedin.com/in/suvbharat-times

Leave a Reply

Your email address will not be published. Required fields are marked *