Metro

ବିଜେଡି ଛାଡିବେ ପ୍ରଶାନ୍ତ ଜଗଦ୍ଦେବ!

Suvbharat Times/ Chilika/ www.suvbharattimes.in/ 09022021/ ବିଧାୟକଙ୍କ ନାଲି ଆଖି ଭୟରେ ଥରହର ସରକାରୀ କର୍ମଚାରୀ। ଚିଲିକା ନିର୍ବାଚନମଣ୍ଡଳୀରେ ବେଗୁନିଆ ଘଟଣାର ପୁନରାବୃତ୍ତି ଘଟିଛି। ଜନତାଙ୍କ ମନରେ ଧାରଣା ପ୍ରଶାନ୍ତ ଜଗଦ୍ଦେବ ଯେହେତୁ ଚିଲିକା ନିର୍ବାଚନମଣ୍ଡଳୀର ବିଧାୟକ, ଏମିତି ଚର୍ଚ୍ଚା ଲାଗି ରହିବା ସ୍ୱାଭାବିକ। ପ୍ରଶାନ୍ତଙ୍କ ନିକତତମ ବନ୍ଧୁମାନେ କହୁଛନ୍ତି ଜଗଦ୍ଦେବ କୁଚକ୍ରୀ ଗୋଷ୍ଠୀଙ୍କ ଜାଲରେ ଫସି ଯାଇଛନ୍ତି। ତାଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିବା କିଛି ବିଧାୟକଙ୍କ ମତ ବିଜେଡି ଡେପୁଟେସନ ସ୍କିମ୍‌ରୁ ନାମ ନକଟିବା ଯାଏଁ ଜଗଦ୍ଦେବ ପ୍ରକ୍ସି ପକାଇବେ।

www.suvbharattimes.in/ ଖୋର୍ଦ୍ଧା ଜିଲ୍ଲାର ଟାଣୁଆ ନେତା ପ୍ରଶାନ୍ତ ଜଗଦ୍ଦେବ। ୨୦୦୪ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଗୁନିଆ ଆସନରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ତଥା ପରବର୍ତ୍ତୀ ଆସାମ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ କରିଥିଲେ। ବିଜେଡିର ପରାଜୟ ସତ୍ୱେ ବେଗୁନିଆରେ ପ୍ରଶାନ୍ତଙ୍କ ପତିଆରା ବୃଦ୍ଧି ପାଇଲା। ୨୦୧୪ ନିର୍ବାଚନରେ ବେଗୁନିଆରେ ବିଜେଡି ଟିକେଟରେ ଲଢି ପ୍ରଶାନ୍ତ ବିଧାନସଭା ଗଲେ। ହେଲେ ବେଗୁନିଆ ବାତାବରଣରେ ଝଡଝଞ୍ଜା ସହି ପ୍ରଶାନ୍ତ ୫ ବର୍ଷ ପୁରଣ କଲେ। କିନ୍ତୁ ୧୯ ନିର୍ବାଚନ ପାଇଁ ତାଙ୍କୁ ବେଗୁନିଆ ଟିକେଟରୁ ବଞ୍ଚିତ କରାଗଲା ଏବଂ ଦଳର ସମ୍ନାନ ବଞ୍ଚାଇବାକୁ ଚିଲିକା ଆସନରେ ସୁଯୋଗ ଦିଆଗଲା।

www.suvbharattimes.in/ ଚିଲିକାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିଜୟ ବିଜେଡି ଦଳର ବିଜୟ। କିନ୍ତୁ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଓ ବେଗୁନିଆ ବିଧାୟକ ରାଜୁ ସାହୁ ଏହାକୁ ସହଜରେ ଗ୍ରହଣ କରିନାହାଁନ୍ତି। ରାଜନୈତୀକ ମୈଦାନରୁ ପ୍ରଶାନ୍ତଙ୍କୁ ସନ୍ୟାସ ଦେବାକୁ ଚକ୍ରାନ୍ତ ଚଳାଇଥିବା ଖୋର୍ଦ୍ଧାର ଏହି ଦୁଇ ନେତାଙ୍କୁ ପ୍ରଶାନ୍ତଙ୍କ ବିଜୟ ବହୁ ଆଘାତ ଦେଇଛି। ଯେହେତୁ ଇଣ୍ଟେଲିଜିଏନ୍ସ ଟିମ୍ ଜାଣିଥିଲା ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୁଣ୍ଡା ସଜାଇବା ପ୍ରସ୍ତୁତି ପଛରେ କେଉଁମାନଙ୍କ ଷଡଯନ୍ତ୍ର ଥିଲା, ସେଥିପାଇଁ ପ୍ରଶାନ୍ତଙ୍କ ବିରୋଧରେ ଅଭିଯୋଗ ସତ୍ୱେ ଦଳ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ମାଡିମକଚି ଚଳାଇ ନେଲା। ଶେଷରେ ଦୁଇ ଷଡଯନ୍ତ୍ରକାରୀ ଯଥାକ୍ରମେ ବେଗୁନିଆ ଓ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିରୁ ଟିକେଟ ନେଇ ଜିତିଗଲେ ଏବଂ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ମାଟି ମଡାଇ ନଦେବା ଯୋଜନାରେ ସଫଳ ହେଲେ।

www.suvbharattimes.in/ ପ୍ରତିଶୋଧର ବହ୍ନି ପ୍ରଶାନ୍ତଙ୍କୁ  ବିଚଳିତ କରୁଛି। ଚିଲିକା ଭୋଟରଙ୍କ ଅକୁଣ୍ଠ ସମର୍ଥନରେ କ୍ଷମତାରେ ଥିବା ସତ୍ୱେ ପ୍ରଶାନ୍ତ ଏକାକୀ ଦିନ କାଟୁଛନ୍ତି, ଦ୍ୱନ୍ଦରେ ବୁଡି ରହିଛନ୍ତି। ଆଗାମୀ ୨୪ ବିଧାନସଭା ନିର୍ବାଚନ ପାଇଁ ଚିଲିକାରୁ ପୁନର୍ବାର ଲଢିବାକୁ ସୁଯୋଗ ମିଳିଲେ ସେ ଲଢିବେ ନା ସୁଯୋଗ ପ୍ରତ୍ୟାଖ୍ୟାନ କରିବେ ଏନେଇ ଭୀଷଣ ମାନସିକ ଚାପରେ ଅଛନ୍ତି ଚିଲିକା ବିଧାୟକ। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅଧିନ ବଡପୋଖରିଆରେ ଜନ୍ମିତ ପ୍ରଶାନ୍ତ ଦଳୀୟ ଟିକେଟରେ ଖୋର୍ଦ୍ଧାରୁ ଲଢିବାକୁ ସମ୍ପୁର୍ଣ୍ଣ ହକଦାର। କିନ୍ତୁ, ତାଙ୍କୁ ଏଠାରୁ କିଭଳି ଟିକେଟ ନମିଳିବ, ଏଥିପାଇଁ ଜିତୁ ମିତ୍ର ଓ ରାଜୁ ସାହୁ ରୀତିମତ ଚକ୍ରାନ୍ତ ଚଳାଇଛନ୍ତି।

www.suvbharattimes.in/  ଚର୍ଚ୍ଚା ଯୋର୍ ଧରିଛି, ପ୍ରଶାନ୍ତ ଜଗଦ୍ଦେବ ଚିଲିକା ନିର୍ବାଚନମଣ୍ଡଳୀ ପ୍ରତି ବିତସ୍ପୃହ। ପ୍ରଶାନ୍ତଙ୍କ ପଲିଟିକାଲ୍ କ୍ୟାରିୟର ଧୀରେ ଧୀରେ ବିବାଦ ଘେରରେ ଛନ୍ଦି ହେଉଛି। ଦକ୍ଷତା ଯୋଗୁ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ନିଯୁକ୍ତି ମିଳିଛି। ମାତ୍ର ଜିତୁ, ରାଜୁ ଏଥିପାଇଁ ଖୁବ୍ ଅପମାନିତ। ପ୍ରଶାନ୍ତ ବେଗୁନିଆରୁ ଯାଇଛି, ଚିଲିକାରେ ହାରିଯାଉ, ଏଭଳି ଅଭିପ୍ସା ରଖିଥିଲେ ଶତ୍ରୁପକ୍ଷ। ଚିଲିକା ଫଳାଫଳ ଯଦିଓ ଗୁରୁ ଶିଷ୍ୟଙ୍କ ଯୋଜନା ବିଗାଡି ଦେଲା, ତଥାପି ଆଗାମୀ ୨୪ ନିର୍ବାଚନ ବେଳେ ପ୍ରଶାନ୍ତ କିଭଳି ଚିଲିକାରୁ ବିଦାୟ ହେବେ ସେଥିପାଇଁ ଚକ୍ରାନ୍ତ ଆରମ୍ଭ ହୋଇଯାଇଛି।

www.suvbharattimes.in/ ଏଭଳି ପରିସ୍ଥିତିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମନକଥା ଜାଣିବା କଷ୍ଟକର। ଦଳର ମଧ୍ୟ ଏଭଳି ସ୍ଥିତି, ଯେଉଁଥିରେ ଅଣନିଶ୍ୱାସୀ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ୧୯ ନିର୍ବାଚନ ପୂର୍ବରୁ ବିଜେଡିରୁ ଅବସର ନେଇଗଲେ। ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଦୟାରୁ ଭୁବନେଶ୍ୱର ପଟିଆରେ ଜମି ଖଣ୍ଡିଏ କିଣି ସାମ୍ରାଜ୍ୟ ଗଢିଥିବା ଅଚ୍ୟୁତ ସାମନ୍ତ ଶେଷରେ ଜମି କେଳେଙ୍କାରୀରୁ ମୁକ୍ତି ପାଇଁ ବିଜେଡିରେ ସାମିଲ ହେଲେ। ସଂପ୍ରତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଚର୍ଚ୍ଚା ଯୋର୍ ଧରିଛି। ଚିଲିକାରେ ଅସନ୍ତୁଷ୍ଟ ପ୍ରଶାନ୍ତ ଆଗାମୀ ୨୪ ବିଧାନସଭା ନିର୍ବାଚନରେ ଖୋର୍ଦ୍ଧା ଆସନରୁ ଲଢିବାକୁ ବ୍ୟଗ୍ର। କିନ୍ତୁ ଟିକେଟ ନମିଳିଲେ ପ୍ରଶାନ୍ତ ଜଗଦ୍ଦେବ ବିଜେଡି ଛାଡିବେ!

Leave a Reply

Your email address will not be published. Required fields are marked *