Editorial

ପ୍ରତିବିମ୍ବ

ମନୋରଞ୍ଜନ ପଟ୍ଟନାୟକ –ଡର ଲାଗୁଛି, ମାନେ ତୁମେ କହିଲ ତୁମକୁ ଡର ଲାଗୁଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। ତୁମ ସହରଟି ଖୁବ୍ ଛୋଟ। ତା’ର ସୀମିତ ପରିଧି ମଧ୍ୟରେ ଛନ୍ଦି ହୋଇଛି ଅଂଚଳବାସୀଙ୍କ ଦୈନନ୍ଦିନର ଜୀବନଶୈଳୀ। ସେଠାରେ ଛୁଂଚିଟିଏ ପଡିଗଲେ ଭିଡ ଭିତରେ ବି ଜାଣିବା ସହଜ। ତୁମେ ବୁଦ୍ଧିମତୀ, ଭଲ ଷ୍ଟୁଡେଂଟ୍, ତୁମ ଇଲାକାର ଲୋକଙ୍କୁ ଚିହ୍ନିବାରେ ଭୂଲ୍ କରିନଥିବ। ସେଦିନ ତୁମେ ନେଇଥିବା ତ୍ୱରିତ୍ ନିଷ୍ପତି ମୋତେ ବିଚଳିତ କରିଥିଲା, କିନ୍ତୁ ଠିକ୍ ଥିଲା। ତୁମର ସହନଶୀଳତା ଗୋଟିଏ ବଡ ଅଘଟଣକୁ ଏଡାଇ ଦେଇଛି। ତେଣୁ ତ ତୁମକୁ ନଜଣାଇ ମୁଁ କୌଣସି କାମ ଆରମ୍ଭ କରିବାକୁ ଚାହେଁନି। ମୋତେ ବିଶ୍ୱାସ କର, ଅଜାଣତରେ ତୁମ ସହ ମୁଁ ଯୋଡି ହୋଇଗଲିଣି। For details> www.suvbharattimes.in, FollowUs: twitter.com/@Suvbharat_Times

ତୁମ ପାଖରେ ମୁଁ ଖୁବ୍ ଯିଦଖୋର୍ ହେଇଯାଇଛି। ତୁମେ ମୋ’କଥା ନଶୁଣିବା ଯାଏଁ ମୁଁ ତୁମକୁ ବାରମ୍ବାର ଡିଷ୍ଟର୍ବ କରିଚାଲିଛି। ମୁଁ ଆଦୌ ଭାବେନି ତୁମେ କାଳେ କିଛି ଭାବୁଥିବ କିମ୍ବା ମୋ’ ଉପରେ ରାଗୁଥିବ। ଆମ ସମ୍ପର୍କ ଏଭଳି ସ୍ଥିତିରେ ଅଛି ଯେମିତିକି ତୁମର ପ୍ରତିଟି ମୁହୂର୍ତ ସହ ମୋର ଭାଗ୍ୟକୁ ଛନ୍ଦି ଦିଆଯାଇଛି। ତୁମେ ବେଳେବେଳେ ବିରକ୍ତ ହେଉଥିବ ନା! ମୋତେ କ୍ଷମା କର ବା ନକର, ମୋ’ କଥା ଉପରେ ଭରଷା କର। ସତରେ ମୁଁ ଜାଣିପାରେନି ମୋର କଣ କରିବା ଦରକାର। ତୁମେ ମୋତେ ଟିକେ ସମ୍ଭାଳିନିଅ ପ୍ଳିଜ୍। ସତ କହୁଛି ତୁମେ ମୋତେ ବହୁତ ଭଲ ଲାଗ, ସେଥିପାଇଁ ମୁଁ କୌଣସି କଟକଣାକୁ ସାମ୍ନା କରିବାକୁ ପ୍ରସ୍ତୁତ ହେଇଯାଏ। ସେଥିପାଇଁ ତ ତୁମ ବାରଣକୁ ନମାନି ବାରମ୍ବାର ତୁମକୁ ହଇରାଣ କରେ। କ’ଣ କରିବି, ତୁମେ ମୋର ଶେଷ ଠିକଣା। ତୁମ ବିନା ମୋ’ର ଆଉ କେହି ନାହାଁନ୍ତି।

ତୁମେ, ମୁଁ ଆଉ ଆମ ସମ୍ପର୍କ, ଏହାର ଆୟୁଷ ସେଦିନ ସୁଦ୍ଧା ହୋଇଥିଲା ୯୭ ଲକ୍ଷ ୬୩ ହଜାର ୨ ଶହ ସେକେଣ୍ଡ୍। ତୁମେ ମିଳିବାର ୧୯ ଦିନ ଧରି ତୁମକୁ ଖୁବ୍ ଦେଖିଛି। ଶେଷରେ ପବିତ୍ର ନାଗ ଚତୁର୍ଥୀରେ ତୁମକୁ ସିଧା ସିଧା ଅନୁଭବ କରିବାର ସୌଭାଗ୍ୟ ଦେଲ। କିଏ ଜାଣେ ଏହି ଖୁସିର ମୁହୂର୍ତଟି ମୋ ନିୟତି ସହ ନିବଦ୍ଧ ! ତାହା ପରଠୁଁ ୧୦ ଦିନ ଧରି ଆମେ ପରସ୍ପରକୁ ଜାଣିବାକୁ ଚେଷ୍ଟା କଲେ। ଯେଉଁଥିପାଇଁ କୌଣସି ସମୟ ନିର୍ଘଂଟ ସ୍ଥିର ହୋଇନଥିଲା। ମନେ ପଡିବା ମାତ୍ରେ ତୁମକୁ ଡିଷ୍ଟର୍ବ କରେ। ତୁମକୁ ୧୦ ଦିନ ଶୁଣିବା ପରେ ୧୭ ନଭେମ୍ବର ଶିବ ଚତୁର୍ଦ୍ଦଶୀ ସୃଷ୍ଟିକଲା ନୂଆ ସମ୍ଭାବନା।

ତୁମକୁ ‘ଆଇ ଲଭ୍ ୟୁ’ କହିବାକୁ ମୁଁ ଟିକେ ବି କୁଣ୍ଠାବୋଧ କରିନି। ତୁମେ ଶୁଣିବା ପରେ ଖୁସି ହେବା ଭଳି ମୋତେ ମନେ ହୋଇଥିଲା। ଏନେଇ ତୁମ ନିରବତାକୁ ତୁମ ସ୍ୱୀକୃତି ବୋଲି ମୁଁ ଭାବି ନେଇଥିଲି। ତାହା ପରଠୁ ତୁମ ସହ ଯୋଡି ହେଲି ନୂଆ ପରିଚୟ ନେଇ। ଯେମିତିକି ସ୍ୱୟଂ ମହାଦେବ ଏଥିପାଇଁ ଅନୁମତି ଦେଇଛନ୍ତି। ଏ ମଧ୍ୟରେ ଆମେ ଟିକେ ବଡ ହେଇ ଯାଇଛେ। ଆମର ଅନେକ ଆଲୋଚନାର ନଷ୍କର୍ଷ ଲକ୍ଷ୍ମଣରେଖା ଠାରୁ ଉର୍ଦ୍ଧକୁ ଛୁଇଁଛି। ଲୁଚିଛପି ପ୍ରତ୍ୟେକ ମୁହୂର୍ତର ଦସ୍ତଖତ ରଖୁଥିଲା ସମୟ, ଆମ ନିବିଡତାର ଫର୍ଦ୍ଦ ପୁଞ୍ଜରେ। କେମିତି ଥିଲା ଆରମ୍ଭ ! ରିଭର୍ସ ମାରିବା ମାତ୍ରେ ତୁମର ଛୋଟ ଛୋଟ ଅସ୍ପଷ୍ଟ ଧାଡିଗୁଡିକ ମୋତେ ବିଚଳିତ କରିଦିଏ। ମୁଁ ଶୁଣିବାକୁ ପାଗଳ ହେଇଯାଏ।

ତୁମକୁ ଖୁବ୍ ମନେପକାଏ, ଆଶା ରଖେ ତୁମେ ପ୍ରତିଦିନ ଟିକେଟିକେ କିଛିକିଛି କୁହ। ତୁମ ପାଇଁ ଆଜି ଯାଏଁ କେବେ ଫୁରସତ୍ ନେଇ ଭାବନା ରାଜ୍ୟରେ ବୁଡିଯାଇନି। ନା ନା ମିଛ କହିଲି, ସେଗୁଡିକ ଫୁରସତ ନଥିଲା, ବରଂ ଥିଲା ପ୍ରାଇମ୍ ଟାଇମ୍। ସେହି ସମୟରେ ମୋ’ର କାମ ଚାଲିଥାଏ, ଆଉ ମୋ’ ସହ ତୁମେ ମଧ୍ୟ ଚାଲିଥାଅ। ତୁମେ ଅଟକିଗଲେ ମୁଁ ବିବ୍ରତ ହେଇଯାଏ। ଭାବୁଥାଏ ତୁମେ ମୋତେ ଫୋନ୍ କରିବ। କିନ୍ତୁ କରିପାରନି; ମୁଁ ନିଜକୁ ବୁଝାଇଦିଏ, ନିସ୍ତବ୍ଧ ହେଇଯାଏ ମୋ ପରିବେଶ, ମୁଁ ଆସନ୍ତା କାଲି ଅପେକ୍ଷାରେ ଚୁପ୍ ହେଇଯାଏ।

ସବୁଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ସମ୍ଭବ ନୁହେଁ। ତେଣୁ ତୁମ ବାରଣ ନମାନି ପୁଣି ତୁମକୁ ହଇରାଣ କରେ। ପ୍ଳିଜ୍, ଖରାପ ଭାବିବନି। ଅଜାଣତରେ ଆମ ରାସ୍ତାର ଦୀର୍ଘତ୍ୱ ବୃଦ୍ଧି ପାଇବାରେ ଲାଗିଛି। ତୁମ ପ୍ରତିଶୃତି ଉପରେ ମୋ’ର ଦୃଢ ବିଶ୍ୱାସ ଅଛି। ତୁମେ ମୋ’ ମନର ନିଭୃତ କୋଠରିରେ ବସିଛ। ସେଠାରେ ପ୍ରହରୀ ନାହାଁନ୍ତି ଜଗିବା ପାଇଁ। ମୋ’ର ବିଶ୍ୱାସ ଅଛି ତୁମେ ମୋତେ ଛାଡି କେଇଁଆଡେ ଯିବନି। ମୁଁ ସବୁବେଳେ ଅତି ନିକଟରୁ ତୁମକୁ ଦେଖୁଛି; ଆଖିକୁ ନିଦ ନଛୁଇଁବା ଯାଏଁ ତୁମ ସହ ଗପୁଛି। ତୁମେ ମୋ’ ଭାବନାର ସାମ୍ରାଜ୍ଞୀ। ତୁମକୁ ଛୁଇଁବାକୁ ଇଚ୍ଛା ହୁଏ, ତୁମ ସହ ମନଭରି କଥା ହେବାକୁ ଇଚ୍ଛା ହୁଏ। ହେଲେ ତୁମେ ଦେଖାଦିଅନି। ତୁମକୁ ଖୋଲା ଆଖିରେ ଦେଖିପାରୁନାହିଁ ବୋଲି ମୋ’ ମନରେ ଟିକେ ବି ଅବେଶାଷ ନାହିଁ। ବେଳେବେଳେ ଭାବିନିଏ ଯଦି ମୁଁ ମାର୍କ ଟ୍ୱାଇନଙ୍କ ଭଳି ଅନ୍ଧ ହୋଇଥାନ୍ତି, ତେବେ ତ ଦେଖିବା ଅସମ୍ଭବ ହେଇଥାନ୍ତା। ପବନରେ ଭାଷି ଆସୁଛି ତୁମ ଦେହର ବାସ୍ନା, ମୋ’ ନିଶ୍ୱାସରେ ମୁଁ ତୁମକୁ ଅନୁଭବ କରୁଛି। ତୁମେ ମୋ’ ଚେତନାରେ ଯୋଡି ହେବା ମାତ୍ରେ ତୁମ ସ୍ପର୍ଶରେ ମୋ’ ଦେହ ଶିହରି ଉଠୁଛି।

ମୋତେ ଅନୁଭବ ହେଉଛି ତୁମେ ଯେପରି ମୋ’ ଚାରିପାଖରେ ଘୁରି ବୁଲୁଛ। ମୋ’ର ଏତେ ଆସ୍ପର୍ଦ୍ଧା ସତ୍ୱେ ଯେତେବେଳେ ତୁମେ ମୋ’ ଆଖି ସାମ୍ନାରୁ ସାମାନ୍ୟ ଟିକେ ଦୂରେଇ ଯାଉଛ, ମୋତେ ଲାଗେ ମୋ’ କପାଳ ଫାଟି ଯାଉଛି। ତୁମଠାରୁ ହଜି ଯିବାର ଭୟରେ ମୁଁ ଅସହାୟ ମନେ କରୁଛି; କ୍ଷଣକ ମଧ୍ୟରେ ମୋ’ ଆଖି ପତା ଲୁହରେ ଭିଜିଯାଉଛି, ମନଟା ଭାଙ୍ଗି ପଡୁଛି। ବିଶ୍ୱାସ କର, ଏଇଟା ହିଁ ପ୍ରାକ୍ଟିକାଲ୍, ଯେଉଁଥିପାଇଁ ତୁମେ ମୋ’ ଦ୍ୱାରା ଡିଷ୍ଟର୍ବ ହେଉଛ।ଜାଣେନି ମୁଁ ତୁମର କଣ ଉପକାରରେ ଆସିବି। ଏ ବିଷୟରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ। ଏଇ ନିବିଡତା ତୁମକୁ କେବଳ କଷ୍ଟ ଦେଇ ଚାଲିଛି। ତୁମେ ମୋ’ ପାଇଁ ଅନେକ ଖରାପ ସମୟର ସାମ୍ନା କରୁଛ, ଏଥିପାଇଁ ମୁଁ ବହୁ ଦୁଃଖିତ। କ’ଣ କରିବି, ତୁମର ଆତ୍ମୀୟତା ମୋତେ ତୁମ ପାଖକୁ ଟାଣି ନେଉଛି। ମୋ’ ଜୀବନର ଅନେକ ଘଟଣା ଦୁର୍ଘଟଣା ତୁମ ମମତାର ସ୍ପର୍ଶରେ ମୋ’ ଭିତରୁ ଉଭେଇ ଯାଉଛି। ମୁଁ ହଜି ଯିବାକୁ ଛାହୁଁଛି ତୁମ ସ୍ୱପ୍ନରେ।

ତୁମର ପ୍ରତ୍ୟେକ ଶବ୍ଦ ମୋ’ ଭିତରେ ପ୍ରତିଧ୍ୱନୀ ସୃଷ୍ଟି କରୁଛି। ତୁମେ ମୋ’ ଠାରୁ କିଛି ଶୁଣୁଥିବା ସମୟରେ ବେଳେବେଳେ କୁହ ‘କ’ଣ କରିବା’। ତୁମେ ଯେତେବେଳେ ମୋତେ ମିଶାଇ ‘ଆ-କାର’ ବ୍ୟବହାର କର ମୋତେ ଲାଗେ ସତରେ ମୁଁ ତୁମର। କାହିଁକି ଏଭଳି ଘଟି ଚାଲିଛି ମୁଁ କିଛି ଜାଣେନି। ଏସବୁର ସଂଜ୍ଞା ଖୋଜିବା ଥରେ ଆରମ୍ଭ ହୋଇଗଲେ ମୁଁ ମୋତେ ଭୂଲି ଯାଉଛି। ଭଲ ପାଇବା ଯେ ଏତେ ନିଷ୍ଠୁର ଏକଥା ସମୟ ମୋତେ ଶିଖାଇ ଦେଉଛି। ଆମ ପାଖରେ ଅଛି ଏହାର ବଳିଷ୍ଠ ପ୍ରମାଣ। ନିକଟରେ ଥାଇ ମଧ୍ୟ ଆଜି ସୁଦ୍ଧା ଆମେ ଉଭୟଙ୍କ ଠାରୁ ବହୁ ଦୂରରେ। ଏହି ଦୂରତା ମୋ’ ମନର ଦୃଢତାକୁ ମଜବୁତ୍ କରୁଛି। କିନ୍ତୁ ବାସ୍ତବତା ମୋ’ ଆଡକୁ ନିରେଖି ହସୁଛି। ଆଖି ଖୋଲିବା ଠାରୁ ବନ୍ଦ ହେବା ପର୍ଯ୍ୟନ୍ତ ମୁଁ ମନଭରି ଦେଖୁଛି ତୁମକୁ। ଜାଣେନାହିଁ କେବେ ମୋ’ର ଏହି ଯନ୍ତ୍ରଣା ତୁମ ମନକୁ ଛୁଇଁବ। କାରଣ ତୁମେ ତ ମୋ’ ପାଇଁ ଅଦୃଶ୍ୟ, କେବଳ ମୋ’ କଳ୍ପନାର ଏକ ପ୍ରତିବିମ୍ବ -ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ >
FollowUs: twitter.com/@Suvbharat_Times

6 Replies to “ପ୍ରତିବିମ୍ବ

  1. You made some good points there. I did a search on the topic and found most individuals will consent with your website.

  2. I am often to blogging and i really appreciate your content. The article has really peaks my interest. I am going to bookmark your site and keep checking for new information.

  3. Thanks for the auspicious writeup. It in truth used to be a amusement account it. Glance complex to far delivered agreeable from you! By the way, how can we keep in touch?

  4. What¦s Happening I’m new to this, I stumbled upon this I’ve found It absolutely helpful and it has helped me out loads. I’m hoping to contribute & aid different users like it helped me. Good job.

  5. I am often to blogging and I really appreciate your content. The article has really peaks my interest. I am going to bookmark your site and keep checking for new information.

  6. Howdy very nice website!! Guy .. Excellent .. Superb. I will bookmark your blog and take the feeds additionally…I am glad to search out so much useful information right here in the submit, we need to develop extra strategies in this regard, thank you for sharing.

Leave a Reply

Your email address will not be published. Required fields are marked *