ନ୍ୟାସନାଲ୍

ଏମ୍ସ କାର୍ଡିଆକ୍ ଆଇସିୟୁରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ

RJD Supremo Lalu Prasad Yadav

Suvbharat Times/ New Delhi/ 23012021 http://www.suvbharattimes.in/ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଏବଂ ଫୁସଫୁସ୍ ସଂକ୍ରମଣ ହେତୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶନିବାର ରାତିରେ ଏମ୍ସ ହୃଦରୋଗ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ହୃଦରୋଗ ବିଭାଗର ପ୍ରଫେସର ଡାକ୍ତର ରାକେଶ ଯାଦବଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ଲାଲୁଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମେଡିକାଲ୍ କର୍ତ୍ତୃପକ୍ଷ ଅଧିକ ସୂଚନା ଦେଇ ନଥିବାବେଳେ ସ୍ୱାସ୍ଥାବସ୍ଥା ଗୁରୁତର ଥିବା କୁହାଯାଉଛି।

https://twitter.com/suvbharat_times // www.linkedin.com/in/editor.suvbharattimes

http://www.suvbharattimes.in/ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ପୂର୍ବରୁ ହୃଦରୋଗ ଏବଂ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଝାଡଖଣ୍ଡରେ ଚିକିତ୍ସାଧିନ ଥିଲେ। କିନ୍ତୁ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନେଇ ପରିସ୍ଥିତି ଗମ୍ଭୀର ହେବାରେ ମେଡିକାଲ ବୋର୍ଡ ତାଙ୍କୁ ଏମ୍ସ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ଶନିବାର ରାତି ପ୍ରାୟ ୯ଟା ୪୫ରେ ଲାଲୁ ଯାଦବଙ୍କୁ ରାଞ୍ଚିରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ବିମାନବନ୍ଦରକୁ ଅଣାଯାଇଥିଲା। ଏମ୍ସରେ ପହଁଚିବା କ୍ଷଣି ପୂର୍ବରୁ ପ୍ରସ୍ତୁତ ଡାକ୍ତରୀ ଦଳ ତାଙ୍କୁ ସିଧାସଳଖ ହୃଦରୋଗ ବିଭାଗ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଛନ୍ତି।

https://twitter.com/suvbharat_times // www.linkedin.com/in/editor.suvbharattimes

http://www.suvbharattimes.in/ ହୃଦରୋଗରେ ପୀଡିତ ଲାଲୁ ପ୍ରସାଦ ଯାଦବ ପୂର୍ବରୁ ବାଇପାସ୍ ସର୍ଜରୀ କରିଥିଲେ। ଝାଡଖଣ୍ଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହେବାରେ ରାଞ୍ଚି ମେଡିକାଲ ବୋର୍ଡ ତାଙ୍କୁ ଏମ୍ସ ସ୍ଥାନାନ୍ତର କରିଛନ୍ତି। ଏନେଇ ଲାଲୁଙ୍କ ପୁତ୍ର ତଥା ବିହାରର ପୁର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ଲାଲୁଙ୍କ ଫୁସଫୁସ ସମସ୍ୟା ଗମ୍ଭୀର ହେବା ପରେ ତାଙ୍କ ମୁହଁ ଫୁଲି ଯାଇଥିଲା। ମାତ୍ର ଚିକିତ୍ସାରେ ସୁଧାର ପାଇଁ ଏମ୍ସରେ ଭର୍ତ୍ତି ହୋଇଥିବା ଲାଲୁଙ୍କ ଅବସ୍ଥା ଚିନ୍ତାଜନକ ରହିଛି।

https://twitter.com/suvbharat_times // www.linkedin.com/in/editor.suvbharattimes

http://www.suvbharattimes.in/ ଏମ୍ସ କାର୍ଡିଆକ୍ ଆଇସିୟୁରେ ଚିକିତ୍ସିତ ଲାଲୁଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୁଲମୋନାରୀ ମେଡିସିନ୍, ନେଫ୍ରୋଲୋଜି ଓ କ୍ରିଟିକାଲ୍ କେୟାର ସମେତ ବିଭିନ୍ନ ବିଭାଗର ଏକ ଡାକ୍ତରୀ ଦଳ ଲାଲୁଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି। ଫୁସଫୁସରେ ସଂକ୍ରମଣ ଏବଂ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରେ ସୁଧାର ପରେ ଲାଲୁଙ୍କ ସ୍ୱାସ୍ଥାବସ୍ଥାରେ ପରିବର୍ତ୍ତନ ଘଟିପାରେ ବୋଲି ଆଶା କରାଯାଉଛି। ଆରଜେଡି ସୁପ୍ରିମୋ ତଥା ବାର୍ଷିୟାନ୍ ନେତା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟରେ ଅବନତି ଖବର ବ୍ୟାପିବା ପରେ ଦେଶବାସୀ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

https://twitter.com/suvbharat_times // www.linkedin.com/in/editor.suvbharattimes

Leave a Reply

Your email address will not be published. Required fields are marked *