
Suvbharat Times/ www.suvbharattimes.in/ 18022021/ ପଥର ଦେହରେ ଜୀବନ ଯୈାବନର ଚିତ୍ର। ଯେତିକି ଆଶ୍ଚର୍ଯ୍ୟ ସେତିକି ବିଚିତ୍ର। କୋଣାର୍କ ଏବଂ ଖଜୁରାହୋ ମନ୍ଦିର କାନ୍ଥରେ ଖୋଦିତ ମୂର୍ତ୍ତି ଏସବୁର ସାକ୍ଷୀ। ମୂର୍ତ୍ତିକାରଙ୍କ ନିଚ୍ଛକ ଅଭିବ୍ୟକ୍ତି ଦେଖଣାହାରୀଙ୍କୁ ଅଭିଭୂତ କରୁଛି। ଉଚ୍ଚକୋଟିର ସ୍ଥାପତ୍ୟ ଜ୍ଞାନ, ଜଟିଳ ଖୋଦନ ଏବଂ କାମକଳାର ମୂର୍ତ୍ତି ପାଇଁ ପ୍ରସିଦ୍ଧ ଏହି ଦୁଇଟି ମନ୍ଦିର। ଯଦିଓ ଦେଶର ଅନେକ ମନ୍ଦିର କାନ୍ଥରେ ଏଭଳି ସମ୍ବେଦନଶୀଳ ଏବଂ ଯୈାନ ସମ୍ଭୋଗ ମୂର୍ତ୍ତିଗୁଡିକୁ ସ୍ଥାପନ କରାଯାଇଛି, ମାତ୍ର କୌଣସି ମନ୍ଦିର କେବେ ଖଜୁରାହୋ ମନ୍ଦିର ସହ ତୁଳନା କରାଯାଇନାହିଁ।

www.suvbharattimes.in/ କୋଣାର୍କ ଏବଂ ଖଜୁରାହୋ କାନ୍ଥରେ ସମ୍ଭୋଗ ଭଙ୍ଗିରେ ଦୃଶ୍ୟମାନ ପୁରୁଷ ଓ ନାରୀ ମୂର୍ତ୍ତିଗୁଡିକୁ ଗାନ୍ଧର୍ବ ଏବଂ ଅପସରା ବୋଲି ଗ୍ରହଣ କରୁଛନ୍ତି ଶିଳ୍ପୀକୂଳର ବୁଦ୍ଧିଜୀବୀ। ମୂର୍ତ୍ତିକାରଙ୍କ ବଂଶଜ ପୂର୍ବେ ଭବିଷ୍ୟ ପିଢି ପାଇଁ ଛାଡି ଯାଇଥିଲେ ଏହି ନିଖୁଣ ଏବଂ ଚମତ୍କାର ସ୍ଥାପତ୍ୟ। ମନ୍ଦିର ଗାତ୍ରରେ ଖୋଦିତ ଦିବ୍ୟ ମୂର୍ତ୍ତି ଗୁଡିକର ନିର୍ମାଣ ପଛରେ କ’ଣ ଥିଲା ରହସ୍ୟ! ଏହା କ’ଣ ପତ୍ନୀ କିମ୍ବା ପ୍ରେମିକା ଠାରୁ ବିରହ ସମୟର ପ୍ରତିକ୍ରିୟା ନା ମନ୍ଦିର ନିର୍ମାଣରେ ନିରବଚ୍ଛିନ ଭାବେ ନିୟୋଜିତ ମୁର୍ତିକାରଙ୍କ ଉଦବେଗ୍ର ବିସ୍ଫୋରିତ ଚିତ୍ର!

www.suvbharattimes.in/ ଯୈାନ ସମ୍ଭୋଗ ଦୃଶ୍ୟଗୁଡିକୁ କାହିଁକି ମନ୍ଦିର କାନ୍ଥରେ ଖୋଦନ କରିଛନ୍ତି ମୂର୍ତିକାର ? ଏନେଇ ଅନେକ ପ୍ରଶ୍ନବାଚୀ ଯାହାର ମୁକସାକ୍ଷୀ ପାଲଟିଛି କୋଣାର୍କ ଏବଂ ଖଜୁରାହୋ। କାମ ବାସନା ହେଉଛି ଐଶ୍ୱରୀୟ ବରଦାନ ସଂସାରିକ ଜୀବନ ଏକ ମୁଲ୍ୟବାନ ଅଙ୍ଗ। ଖଜୁରାହୋ ଏବଂ କୋଣାର୍କ ମନ୍ଦିର କାନ୍ଥରେ ଖୋଦିତ ନିର୍ଜୀବ ମୂର୍ତ୍ତି କାମନା ପୁର୍ତ୍ତୀ ସମୟର ବାସ୍ତବ ଦୃଶ୍ୟର ନିଖୁଣ ପ୍ରଦର୍ଶନ କରୁଛନ୍ତି! ମୂର୍ତିକାରମାନେ ପ୍ରେମ ଏବଂ ମନର ଆବେଗକୁ ସମ୍ବେଦନଶୀଳ ଦୃଶ୍ୟ ମାଧ୍ୟମରେ ପରିପ୍ରକାଶ କରିଛନ୍ତି।

www.suvbharattimes.in/ ଅନେକ ମୂର୍ତ୍ତି ପୁରୁଷ ଏବଂ ମହିଳାଙ୍କ ଅନ୍ତରଙ୍ଗ ତଥା ଅବରୋଧିତ ପାରସ୍ପରିକ କାର୍ଯ୍ୟରେ ନିୟୋଜିତ। ମଧ୍ୟଯୁଗୀୟ ଭାରତର ଯୁବକ ବ୍ରହ୍ମଚର୍ଯ୍ୟ ଅଭ୍ୟାସ କରୁଥିଲେ। ବୟସ୍କ ହେବା ପର୍ଯ୍ୟନ୍ତ ସେମାନେ ଗୁରୁକୂଳରେ ଥିଲେ। କୁହାଯାଏ ଏହି ମୂର୍ତ୍ତି ସମୂହ ସେମାନଙ୍କୁ ବୟସ୍କ ହେବା ପାଇଁ ପ୍ରସ୍ତୁତ କରିବା ଏବଂ କାମକଳାକୁ ଭଲଭାବେ ଶିକ୍ଷିବା ପାଇଁ ଖୋଦିତ କରାଯାଇ ଥିଲା, ଯାହା କାମଶାସ୍ତ୍ର ଉପରେ ଆଧାରିତ। ଏହି ନଗ୍ନ ମୂର୍ତ୍ତି ପ୍ରେମ ଓ ସମ୍ଭୋଗ ସମୟର ନିକୃଷ୍ଟ ଅନୁଭବକୁ ଚିତ୍ରଣ କରିଛି।

www.suvbharattimes.in/ ଯୌନ କ୍ରିୟାରେ ଲିପ୍ତ ମହିଳାଙ୍କ ସମ୍ପୂର୍ଣ୍ଣ ବକ୍ଷୋଜ ଏବଂ ବକ୍ର ଶରୀର ସହିତ ଖୋଦିତ ମୂର୍ତ୍ତି ସେମାନଙ୍କ ସୌନ୍ଦର୍ଯ୍ୟର ସିଦ୍ଧତାର ପ୍ରତୀକ। କୋଣାର୍କ ଏବଂ ଖଜୁରାହୋ ମୂର୍ତ୍ତି ଗୁଡିକ କେବଳ ସୃଜନଶୀଳ ଶକ୍ତି ଓ ସକରାତ୍ମକ ଉର୍ଜା। ଏହି ମୂର୍ତ୍ତି ଯୈାନ ଅନ୍ତରଙ୍ଗତା ଏବଂ ଯୈାନ ସମ୍ପର୍କକୁ ଚିତ୍ରଣ କରନ୍ତି। ଖଜୁରାହୋର ମୂର୍ତ୍ତି ଏକ ସମ୍ପୂର୍ଣ୍ଣ ପ୍ରଲୋଭନକାରୀଙ୍କ ମଡେଲ ଭାବେ ନିର୍ମାଣ ହୋଇଥିବା ବିଶ୍ୱାସ କରାଯାଏ।

www.suvbharattimes.in/ ମନ୍ଦିରର ପ୍ରତ୍ୟେକ ଅଂଶ ଜଣେ ମହିଳାଙ୍କ ଶରୀରର ଅଂଶକୁ ଦର୍ଶାଇଥାଏ। ମୂର୍ତ୍ତିକାରଙ୍କ ନିହଣ ମୂନ ମହିଳାଙ୍କ ମୂର୍ତ୍ତିକୁ ବିଭିନ୍ନ ଅଳଙ୍କାରରେ ମଣ୍ଡିତ କରି ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିଛି। ଏହି ବିଶ୍ୱ ପ୍ରସିଦ୍ଧ ଯୈାନଦ୍ଧିପକ ମୂର୍ତ୍ତି କୌଣସି ତନ୍ତ୍ର ସାଧନ ପାଇଁ ଉଦ୍ଧିଷ୍ଟ ଯୈାନ ଅଭ୍ୟାସର ପ୍ରତିବିମ୍ବ ନା କୌଣସି ସାଂସ୍କୃତିକ ପରମ୍ପରାର ଏକ ଅତ୍ୟାବଶ୍ୟକ ଅଂଶ ! ଏସବୁର କଳ୍ପନାଜଳ୍ପନା ଏବେ ବି ରହସ୍ୟାବୃତ।

