Lifestyle

ବ୍ରେନ୍ ଟ୍ୟୁମରର କାରଣ ଅଗରବତୀ ଧୂଆଁ

Suvbharat Times/ www.suvbharattimes.in/ 12102020/ ସିଗାରେଟ୍ ଧୂଆଁ ଏବଂ ଧୂପକାଠିର ଧୂଆଁ ଉଭୟ ହାନୀକାରକ। ଅଗରବତୀ ଧୂଆଁ ପାଇଁ ଶିଶୁ ଲ୍ୟୁକୋମିଆର ଶିକାର ହୁଅନ୍ତି। ବ୍ରେନ୍ ଟ୍ୟୁମରର ଅନ୍ୟତମ କାରଣ ମଧ୍ୟ ଜଳୁଥିବା ଅଗରବତୀର ଧୂଆଁ। ଅଗୁରୁ କାଠ ଓ ଚନ୍ଦନକାଠରେ ପ୍ରସ୍ତୁତ ଅଗରବତୀ ଧୂଆଁ ଏବଂ ସିଗାରେଟ ଧୂଆଁ ମଧ୍ୟରେ ତୁଳନା ପରେ ଜଣାଗଲା ଧୂପକାଠି ଧୂଆଁ ସହ ମିଶ୍ରିତ ମ୍ୟୁଟାଜେନିକ୍ ପଦାର୍ଥ ଶରୀରର ଜିନ୍ ସଂରଚନାରେ ପରିବର୍ତନ ଆଣିପାରେ। ସିଗାରେଟ୍ ଧୂଆଁ ଠାରୁ ଅଗରବତୀ ଅଧିକ ବିପଜ୍ଜନକ।

www.suvbharattimes.in/ ଅଗରବତୀ ଧୂଆଁରେ ଥିବା ସୂକ୍ଷ୍ମାତିସୁକ୍ଷ୍ମ କଣିକା ଶରୀର କୋଷକୁ କ୍ଷତି ପହଁଚାଏ। ପ୍ରାୟ ପ୍ରତ୍ୟେକ ଅଗରବତୀରେ ୬୪ ପ୍ରକାରର ରାସାୟନିକ ଉପାଦାନ ଥାଏ। ଏଗୁଡ଼ିକ ମଧ୍ୟରେ ଥିବା କେତେକ ବିଷାକ୍ତ ପାଦାର୍ଥ ଯୋଗୁ ଧୂପକାଠି ଧୂଆଁ ନାକରେ ବାଜିବାର କିଛି ମୁହୂର୍ତ ପରେ ମନରେ ବିରକ୍ତି ଭାବ ସୃଷ୍ଟି କରେ। ଏହି ଧୂଆଁରେ ତିନୋଟି ବିପଜ୍ଜନକ ଉପାଦାନ ଥାଏ, ଯାହା କର୍କଟ ରୋଗର କାରଣ। ଏହି ଧୂଆଁ ଶ୍ୱାସନଳୀରେ ଜ୍ୱଳନ ସୃଷ୍ଟି କରିବା ସହ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେବା ଏବଂ ଆଜ୍‌ମା ରୋଗର ଆଶଙ୍କା ବଢାଇଦିଏ।

ଅଗରବତୀ ଧୂଆଁ ପ୍ରଭାବରେ ମୁଣ୍ଡ ବୁଲାଇବା ସହ ପୂଜାସ୍ଥଳରେ କିମ୍ବା ଘରେ ଏହାର ବହୁଳମାତ୍ରାରେ ବ୍ୟବହାର ଜନିତ ସ୍ମରଣଶକ୍ତି ହ୍ରାସ ଘଟିବା ସମ୍ଭାବନା ଥାଏ। ନିହାତି ଆବଶ୍ୟକ ନଥିଲେ ଧୂପକାଠି ଜଳାଇବା ଅନୁଚିତ। ଏହା ସ୍ନାୟବିକ ପ୍ରଣାଳୀକୁ ପ୍ରଭାବିତ କରେ। ଆମେରିକାନ୍ କ୍ୟାନସର୍ ସୋସାଇଟ୍ ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଧୂପକାଠି ଧୂଆଁରେ ଅଧିକ ସମୟ ରହୁଥିବା ଲୋକଙ୍କ ଠାରେ ଶ୍ୱାସ ପ୍ରଣାଳୀ କ୍ୟାନସରର ଆଶଙ୍କା ଅଧିକ। ଏହି ଧୂଆଁ ଶରୀରରେ ବିଷାକ୍ତ ଉପାଦାନ ପରିମାଣ ବୃଦ୍ଧି କରି କିଡ଼୍‌ନୀ ଏବଂ ହୃଦ୍‌ରୋଗର ଆଶଙ୍କା ବଢ଼ାଏ > www.suvbharattimes.in/

Leave a Reply

Your email address will not be published. Required fields are marked *