National

ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ୧୨ ରୁ ୨୦ ନିୟୁତ ଟନ୍ ଲୁହାପଥର

Suvbharat Times/ Bhubaneswar/ www.suvbharattimes.in/ 18022021/ ଖଣି କ୍ଷେତ୍ରରେ ସଂସ୍କାରକୁ ଓଡିଶା ସର୍ବଦା ସମର୍ଥନ କରିଆସିଛି। ଓଡିଶା ମାଇନିଙ୍ଗ କର୍ପୋରେସନ୍ (ଓଏମସି) ଅଧିନରେ ଥିବା କେନ୍ଦୁଝର-ଗୁଆଳି ଏବଂ ଜିଲିଙ୍ଗ- ଲାଙ୍ଗାଲୋଟା ଅଞ୍ଚଳର ୨ଟି ଖଣି ବାର୍ଷିକ ୧୨ ନିୟୁତ ଟନରୁ ସର୍ବାଧିକ ୨୦ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିବ। ଏହାଦ୍ୱାରା ଲୁହାପଥର ବଜାର ସ୍ଥିର ରହିବା ସହ ଶିଳ୍ପର ଚାହିଦା ପୂରଣ କରିବାରେ ସହାୟତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

www.suvbharattimes.in/ ଫେବୃୟାରୀ ୧୮ରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର-ଗୁଆଳି ଏବଂ ଜିଲିଙ୍ଗ- ଲାଙ୍ଗାଲୋଟା ଠାରେ ୨ଟି ଲୁହାପଥର ଖଣିର ଉତ୍ପାଦନ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଖଣି କ୍ଷେତ୍ରରେ ଓଡିଶା ସବୁବେଳେ ଉନ୍ନତ ପଦକ୍ଷେପ ନେଇଛି। ଖଣି ପରିବହନରେ ସ୍ୱଚ୍ଛତା ପାଇଁ ଆଇ-ଥ୍ରୀ-ଏମଏସ୍ ସିଷ୍ଟମ ଲାଗୁ କରିଛି।

www.suvbharattimes.in/ କେନ୍ଦ୍ର ସରକାର ଖଣି ଆବଣ୍ଟନ ଓ ସ୍ୱଳ୍ପ ସମୟ ମଧ୍ୟରେ କ୍ଳିୟରାନ୍ସ ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡିଶାର ବିପୁଳ ସମ୍ଭାବନାକୁ ହୃଦୟଙ୍ଗମ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *