Metro

ବୋର୍ଡ ପରୀକ୍ଷା ସଂକ୍ରାନ୍ତରେ ସରକାର ନିରବ

Suvbharat Times | Bhubaneswar | 06042021 | www.suvbharattimes.in/ ରାଜ୍ୟର ୬୬,୭୬୫ ବିଦ୍ୟାଳୟ ମଧ୍ୟରୁ ୪୪୩୩ ଘରୋଇ ବିଦ୍ୟାଳୟ। ସମଗ୍ର ଶିକ୍ଷାନୁଷ୍ଠାନ ମଧ୍ୟରୁ ଅଧିକାଂଶ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଅଧିନରେ ପରିଚାଳିତ ଏବଂ ଅନ୍ୟଗୁଡିକ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଏବଂ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଆଇସିଏସ୍ଇ) ବୋର୍ଡ ସହ ଜଡିତ। ଆଉ ମାତ୍ର ୨୮ ଦିନ ପରେ ସିବିଏସ୍ଇ ବୋର୍ଡ କ୍ଲାସ୍ ଟେନ୍ ପରୀକ୍ଷା। କିନ୍ତୁ, ପରୀକ୍ଷା ହେବ ନା ବାତିଲ୍ ହେବ, ଏନେଇ ସରକାର କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ନେଉନାହାଁନ୍ତି, ଯାହା ଶିକ୍ଷାର୍ଥୀ ଏବଂ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି।

www.suvbharattimes.in/ ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ମାତ୍ର, ମେ ମାସ ୪ ତାରିଖରୁ ବୋର୍ଡ ଏକ୍ସାମ୍ ପାଇଁ ସିବିଏସ୍ଇ ଦିନ ଧାର୍ଯ୍ୟ କରିସାରିଛି। ଅଭିଭାବକଙ୍କ ପ୍ରଶ୍ନ ବୋର୍ଡ ପରୀକ୍ଷାବେଳେ ରାଜ୍ୟ ସରକାର ସଂକ୍ରମଣ ରୋକିବାକୁ କିଭଳି ନିଷ୍ପତ୍ତି ନେଉଛନ୍ତି ଆଗୁଆ ସ୍ପଷ୍ଟ କରନ୍ତୁ। ଅଥବା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ବୋର୍ଡ ପରୀକ୍ଷା ହେବ ନା ବାତିଲ୍ ହେବ ଅଥବା ଅନଲାଇନ୍’ରେ ନା ଅଫଲାଇନ୍ ପରିକ୍ଷା ହେବ, ବିବୃତ୍ତି ରଖନ୍ତୁ।

www.suvbharattimes.in/ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ କୋଭିଡ୍ ସଂକ୍ରମଣ ମୁକ୍ତ ବୋଲି ବୟାନ ଦେଇ ଶିକ୍ଷାମନ୍ତ୍ରୀ ସମିର୍ ଦାଶ ସ୍ପଷ୍ଟ କଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂରାଜୀ କହିବାରେ ସ୍ପୃହା ରଖନ୍ତି; କିନ୍ତୁ ସିବିଏସ୍ଇ ପାଠ୍ୟକ୍ରମ ପ୍ରତି ବିତସ୍ପୃହ। ବିଜେଡି ଶାସକଙ୍କ ହାବଭାବ ଦେଖି ଅଭିଭାବକ ଭାଙ୍ଗି ପଡିଛନ୍ତି। ସିବିଏସ୍ଇ ହେଉଛି ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଭାରତରେ ଏକ ଜାତୀୟ ସ୍ତରର ଶିକ୍ଷା ବୋର୍ଡ, ଯାହା ଭାରତ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଏବଂ ପରିଚାଳିତ। କିନ୍ତୁ ନବୀନ ବାବୁଙ୍କ ଶିକ୍ଷା ବିଭାଗ ଆଗକୁ ବୋର୍ଡ ପରୀକ୍ଷା କିଭଳି ନିୟନ୍ତ୍ରଣ କରିବେ, ଏକଥା ଅସ୍ପଷ୍ଟ।

Leave a Reply

Your email address will not be published. Required fields are marked *