Metro

କର୍ଫ୍ୟୁ କଟକଣାର ବିକଳ୍ପ ଖୋଜନ୍ତୁ ରାଜ୍ୟ ସରକାର

Suvbharat Times | Bhubaneswar | 04042021 | www.suvbharattimes.in/  ରାଜଧାନୀ ଭୁବନେଶ୍ୱରରେ କର୍ଫ୍ୟୁ ଜାରି କରିବାକୁ ସରକାର ତତ୍ପର। ଯଦି ରାଜଧାନୀ ଉପରେ ଏତେ ଦୃଷ୍ଟି, ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ତଥା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ନିର୍ବାଚନ ରାଲିରେ ପ୍ରଥମେ କର୍ଫ୍ୟୁ ଲଗାନ୍ତୁ। ନଚେତ ସରକାର କର୍ଫ୍ୟୁର ବିକଳ୍ପ ଖୋଜନ୍ତୁ। ବର୍ଷକେ ଏକାଧିକବାର ଯେଉଁ ବେତନଭୋଗୀ କର୍ମଚାରୀଙ୍କୁ ଅନାୟାସରେ ବର୍ଦ୍ଧିତ ମହାଙ୍ଗା ଭତ୍ତା ଦେଇ ଗେହ୍ଲାକରି ପୋଷିଛନ୍ତି, ସେମାନଙ୍କୁ ରାସ୍ତାଘାଟ, ବଜାର ହାଟରେ ଛିଡ଼ା କରେଇ ଜନସାଧାରଣଙ୍କ ମଧ୍ୟରେ ଦୂରତା ବଜାୟ ରଖିବାରେ ନିୟୋଜିତ କରନ୍ତୁ। କେବଳ ପୋଲିସ ଉପରେ ଏତେ ଅତ୍ୟାଚାର କାହିଁକି, ରାଜ୍ୟ ପୋଲିସ କ’ଣ ବାରି ବାଇଗଣ?

www.suvbharattimes.in/ କୋଭିଡ୧୯ ର ନିରାକରଣ ତଥା ଅସ୍ତବ୍ୟସ୍ତ ଜନଜୀବନ ସାଧାରିବାକୁ କେନ୍ଦ୍ର ସରକାର ଓଡିଶା ସରକାରକୁ ୨୨ ହଜାର କୋଟି ସହାୟତା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରେସମିଟରେ ଏକଥାକୁ ଦୋହରାଇଛନ୍ତି। ଏହାସତ୍ୱେ ରାଜ୍ୟର ମଧ୍ୟବିତ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇବାକୁ କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ମଧ୍ୟବିତ୍ତଙ୍କୁ କର୍ଫ୍ୟୁ କଟକଣାରେ ଛନ୍ଦି ବେରୋଜଗାରୀ କରିବାକୁ ଏତେ ଉତ୍ସୁକତା କାହିଁକି? ଦମ୍ଭ ଅଛି ତ ବିକଳ୍ପ ଖୋଜନ୍ତୁ।

www.suvbharattimes.in/ ଏପ୍ରିଲ ୫ରୁ ସୁନ୍ଦରଗଡ, ବରଗଡ଼, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ୧୦ଟି ଜିଲ୍ଲାରେ ଲାଗୁହେବ ନାଇଟ୍ କର୍ଫ୍ୟୁ। ରାଜ୍ୟର ସମସ୍ତ ସୀମାବର୍ତ୍ତୀ ଜିଲ୍ଲା ଉପରେ ସରକାର ନଜର ରଖୁଛନ୍ତି। କିନ୍ତୁ ସାଧାରଣଲୋକଙ୍କ ପ୍ରଶ୍ନ କୋଭିଡ୍ ସଂକ୍ରମଣକୁ ରୋକିବାକୁ ସରକାର କେବଳ କର୍ଫ୍ୟୁ ଲାଗୁ ପାଇଁ ଯେଭଳି ଆଗଭର ହେଉଛନ୍ତି, କର୍ଫ୍ୟୁ କଟକଣାକୁ ନେଇ ଯେଉଁ ଯନ୍ତ୍ରଣା ଭୋଗିବାକୁ ପଡୁଛି; ଏହାର ନିରାକରଣ ପାଇଁ କେତେ ଚିନ୍ତିତ!

www.suvbharattimes.in/ କର୍ଫ୍ୟୁର ପରିଣତି ସଂକ୍ରମଣ ଠାରୁ ଆହୁରି ଭୟଙ୍କର। ଗତଦିନର ହାହାକାର ପରିସ୍ଥିତିକୁ ସରକାର ନିଶ୍ଚିତ ରୂପେ ଅନୁଭବ କରିଛନ୍ତି। କୋଭିଡ୧୯ ର ଭୟାବହତା ରାଜ୍ୟବାସୀଙ୍କ ମୁହଁରେ ହୁଏତ ତାଲା ପକାଇ ଦେଇଛି, କିନ୍ତୁ, ସରକାର ସମସ୍ତ ଘଟଣା ଜାଣି ମଧ୍ୟ ପୁନର୍ବାର କର୍ଫ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ପୂର୍ବରୁ ରାଜ୍ୟରେ କର୍ଫ୍ୟୁ ଜାରି ବେଳେ ଗାଁରୁ ସହର ସବୁଠି ହାହାକାର ପରିସ୍ଥିତି ଦେଖାଯାଇଥିଲା। ଅଜି ସୁଦ୍ଧା କର୍ଫ୍ୟୁ କଟକଣାର ଯନ୍ତ୍ରଣା ମନରୁ ଲିଭିନି, କର୍ଫ୍ୟୁ କାଙ୍ଗାଳ କରିଦେଇଛି, ଅନେକଙ୍କ ଜୀବନ ନେଇଯାଇଛି। ରାଜ୍ୟବାସୀ ରୋଜଗାର ହରାଇ ଏଯାଏଁ ଅଣ୍ଟା ସଳଖି ଠିଆ ହୋଇପାରି ନାହାଁନ୍ତି, ତଥାପି ସରକାରଙ୍କ ଚେତା ପଶୁନି।

Leave a Reply

Your email address will not be published. Required fields are marked *