Lifestyle

୧୯’ର ଥିମ୍ : ସେଫ୍ ଆଣ୍ଡ ଇଫେକ୍ଟିଭ୍ ମେଡ଼ିସିନ୍ସ ଫର ଅଲ୍

Suvbharat Times/ Sarada Prasanna Behera/ 26092019/ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଜ୍ଞାନକୌଶଳ ତଥା ବିଜ୍ଞାନକୁ ଫାର୍ମାସୀ କୁହାଯାଏ। ଅନେକ ହୁଏତ ଜାଣଥିବେ ଯେ ଉଭୟ ଚିକିତ୍ସା ଓ ରସାୟନ ବିଜ୍ଞାନର ମିଶ୍ରଣ ହେଉଛି ଫାର୍ମାସୀ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ପ୍ରାୟ ୨.୬ ମିଲିୟନ ଫାର୍ମାସିଷ୍ଟ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି।

ଆନ୍ତର୍ଜାତୀୟ ଫାର୍ମାସିୟୁଟିକାଲ ଫେଡେରେସନ ପକ୍ଷରୁ ୨୦୦୯ ମସିହାରେ ତୁର୍କୀର ଇସ୍ତାନବୁଲରେ ପ୍ରଥମେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ କରାଯାଇଥିଲା। ଏହି ଅନୁଷ୍ଠାନ ପ୍ରତିବର୍ଷ ବିଭିନ୍ନ ଥିମ୍ ମାଧ୍ୟମରେ ଲୋକମାନଙ୍କୁ ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟାବଳୀ ସମ୍ବନ୍ଧରେ ସଚେତନ କରୁଛି। ଚଳିତବର୍ଷର ଥିମ୍ ରହିଛି ‘ସେଫ୍ ଆଣ୍ଡ ଇଫେକ୍ଟିଭ୍ ମେଡ଼ିସିନ୍ସ ଫର ଅଲ’ (ସମସ୍ତଙ୍କ ପାଇଁ ନିରାପଦ ଓ ପ୍ରଭବୀ ଔଷଧ)। ଫାର୍ମାସିଷ୍ଟଙ୍କୁ ମେଡ଼ିସିନ ଏକ୍ସପର୍ଟର ମାନ୍ୟତା ଦେବା ଲକ୍ଷ୍ୟରେ ଏହି ଥିମ୍ ରଖାଯାଇଥିବା ଏଫ୍ଆଇପିର ମତ।

ଆଜି ଚିକିତ୍ସା ବିଜ୍ଞାନରେ ଅନେକ ପରିବର୍ତ୍ତନ ଘଟିଛି। ରୋଗୀଙ୍କ ଅବସ୍ଥାକୁ ଦେଖି ସମସ୍ତଙ୍କ ପାଇଁ ସୁଲଭ ଉପଲବ୍ଧ ହୋଇପାରୁଥିବା ଚିକିତ୍ସା ଓ ଔଷଧର ବ୍ୟାପକ ବ୍ୟବହାର ଦ୍ୱାରା ଅନେକ ଦୂରାରୋଗରୁ ମୁର୍ମୁଷୁମାନେ ଆରୋଗ୍ୟ ହେଉଛନ୍ତି। ଡାକ୍ତରମାନଙ୍କ ଭଳି ଫାର୍ମାସିଷ୍ଟ ବା ଭେଷଜ ତତ୍ତ୍ୱବଧାରକମାନେ ଉନ୍ନତମାନର ଔଷଧ ପ୍ରସ୍ତୁତ କରି ସମାଜକୁ ରୋଗମୁକ୍ତ ରଖିବାକୁ ଅବିରତ ଉଦ୍ୟମ କରୁଛନ୍ତି। ଫାର୍ମାସିଷ୍ଟଙ୍କ କାର୍ଯ୍ୟଦକ୍ଷତା ବଦଳରେ ସେମାନଙ୍କୁ ସାଧୁବାଦ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୫କୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ଭାବେ ପାଳନ କରାଯାଉଛି।

ଆଜିର ଉଦବେଗଜନକ ପରିସ୍ଥିତିରେ ସ୍ୱାସ୍ଥ୍ୟ ସଙ୍କଟ ସମୟରେ ସରକାରୀ ଡାକ୍ତରୀଖାନା ହେଉ କିମ୍ବା ଘରୋଇ ନର୍ସିଂହୋମ୍ ଡାକ୍ତରଙ୍କ ଠାରୁ ବେଶୀ ଖୋଜା ପଡ଼ିଥାନ୍ତି ଫାର୍ମାସିଷ୍ଟମାନେ। ଘଣ୍ଟା ଘଣ୍ଟା, ରାତି ରାତି ଅନିଦ୍ରା ହୋଇ ନିଃସ୍ୱାର୍ଥପର ଭାବରେ କେବଳ ଦରମା ଗଣ୍ଡାକରେ ସନ୍ତୁଷ୍ଟ ହୋଇ ମୁର୍ମୁଷୁଙ୍କ ସେବା କରିଥାନ୍ତି। ସେବା କଲାବେଳେ ସେମାନେ ଅନେକ ସମୟରେ ନିଜ ଜୀବନକୁ ବିପନ୍ନ କରୁଥିଲେ ବି ସାମାନ୍ୟତମ ଭାବରେ ସେମାନଙ୍କ ମନରେ ତିଳେମାତ୍ର ଅନୁଶୋଚନା ନଥାଏ। କାରଣ ସେବାକୁ ସେମାନେ ବ୍ରତ ଭାବେ ଗ୍ରହଣ କରିଛନ୍ତି। ହେଲେ ଅନେକ ସମୟରେ ସେମାନେ ଭୁଲବୁଝାମଣାର ଶିକାର ହୋଇଥାନ୍ତି। ଅନ୍ୟପକ୍ଷରେ ପ୍ରଶାସନିକ ବ୍ୟବସ୍ଥାର ନାଲିଫିତା ତଳେ ସେମାନଙ୍କ ଆବେଦନ ଓ ନିବେଦନ ବନ୍ଧା ପଡ଼ିଯାଏ। ଆର୍ଥିକ ସହାୟତା ହେଉ ବା ବୃତ୍ତିଗତ କ୍ଷେତ୍ରରେ ପଦୋନ୍ନତି ଏହାକୁ ଅନେକ ସମୟରେ ଅଣଦେଖା କରାଯାଇଥାଏ। ଅନେକ ଫାର୍ମାସିଷ୍ଟ ବର୍ଷ ବର୍ଷ ଧରି ଏହି ବୃତ୍ତିରେ ନିଜକୁ ସାମିଲ କରି ସେବା ପାଇଁ ଆଗଭର ହୋଇଥାନ୍ତି।

ବିଶ୍ୱର ଅଧିକାଂଶ ସ୍ୱାସ୍ଥ୍ୟ ବିକାଶଭିମୁଖୀ ରାଷ୍ଟ୍ରରେ ଏହି ଫାର୍ମାସିଷ୍ଟମାନଙ୍କ ଦାବି ଆନ୍ଦୋଳନ ପର୍ଯ୍ୟନ୍ତ କଥା ଯାଇନଥାଏ। ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଏହି ରାଷ୍ଟ୍ରରେ ସେମାନଙ୍କୁ ପ୍ରାଥମିକତା ଦିଆଯାଇ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ସୁବିଧା ମିଳିଥାଏ। କିନ୍ତୁ ଭାରତରେ ତାହା ଏଯାବତ୍ ସମ୍ଭବ ହୋଇପାରୁନାହିଁ। ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସମସ୍ତଙ୍କ ଭିତରେ ସଚେତନତା ସୃଷ୍ଟି ହେବାର ସମୟ ଆଗତ। ଅତି ବେଶୀରେ ବୃତ୍ତିଗତ ପେଶାରେ ନିୟୋଜିତ ମଣିଷମାନଙ୍କ ପାଇଁ ଅନ୍ତତଃପକ୍ଷେ ଭଲପାଇବା ଓ ସମବେଦନାର ହାତ ବଢ଼ାଇବା ଆବଶ୍ୟକ। ଯାହାଦ୍ୱାରା ଏହି ଦିବସର ଅନ୍ତର୍ନିହିତ ତାତ୍ପର୍ଯ୍ୟ ବୃଦ୍ଧି ପାଇପାରିବ > ଭେଷଜ ତତ୍ତ୍ୱାବଧାରକ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

2 Replies to “୧୯’ର ଥିମ୍ : ସେଫ୍ ଆଣ୍ଡ ଇଫେକ୍ଟିଭ୍ ମେଡ଼ିସିନ୍ସ ଫର ଅଲ୍

  1. I am typically to blogging and i really respect your content. The article has really peaks my interest. I am going to bookmark your web site and preserve checking for new information.

Leave a Reply

Your email address will not be published. Required fields are marked *