Metro

ଚାନ୍ଦପୁର ବାଇପାସରେ ମର୍ମନ୍ତୁଦ ଦୁର୍ଘଟଣା, ଗୁରୁତର ଚାଳକ ଭୁବନେଶ୍ୱର ସ୍ଥାନାନ୍ତର

Suvbharat Times | Tangi/Khordha | 11042021 | www.suvbharattimes.in/ ରବିବାର ପୁର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଏବଂ ନୟାଗଡ ଜିଲ୍ଲା ସୀମାବର୍ତ୍ତୀ କନ୍ଧ ନୟାଗଡ ବାଇପାସ୍ ଛକରେ ଘଟିଛି ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ୍ ହମ୍ପସ୍ ପାଖରେ ହଠାତ୍ ବ୍ରେକ୍ ଦେବାରେ ପଛରୁ ଆସୁଥିବା ମାଲ୍ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଛି। ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡି ଯାତାୟତ ସୁଧାରିବା ସହ ଟ୍ରକ୍ କ୍ୟାବିନ୍ ଭିତରୁ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ, ଏବଂ ଅବସ୍ଥା ଗୁରୁତର ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

www.suvbharattimes.in/ ଆହତ ଚାଳକ ଖୋର୍ଦ୍ଧା ଦେଉଳ ଟାଙ୍ଗୀ ଅଞ୍ଚଳର ପପୁ ମାଝୀ। ଦୁର୍ଘଟଣାରେ ପପୁଙ୍କ ଦୁଇ ଗୋଡରେ ଶକ୍ତ ଆଘାତ ଲାଗିଛି। ଚାନ୍ଦପୁର ଡାକ୍ତର ଗୁରୁତର ପପୁଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେଫର୍ କରିଛନ୍ତି। ଏନଏଚ୍-୧୬ ସଲଗ୍ନ ଚାନ୍ଦପୁର-ଟାଙ୍ଗୀ ବାଇପାସ୍ ଅଞ୍ଚଳରେ ଦୀର୍ଘଦିନ ଧରି ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି। କିନ୍ତୁ, କାର୍ଯ୍ୟ ସଂକ୍ରାନ୍ତରେ କୌଣସି ସୂଚନା ଫଳକ ନାହିଁ ଏବଂ ରାଜପଥରେ ଥିବା ହମ୍ପସକୁ ହାଇଲାଇଟ୍ କରିବାକୁ ଭୂଲିଯାଇଛି ବିଭାଗ। ଫଳରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍ ଚାଳକ ହଠାତ୍ ହମ୍ପସ୍ ଦେଖିବା ପରେ ବ୍ରେକ୍ ଦେଇଛି ଏବଂ ପଛରୁ ଆସୁଥିବା ମାଲ୍ ବୋଝେଇ ଟ୍ରକ୍ ଉକ୍ତ ଗାଡିକୁ ପଛରୁ ଧକ୍କା ଦେଇଛି।

www.suvbharattimes.in/ ଆମ ଟାଙ୍ଗୀ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଆକ୍ସିଡେଣ୍ଟାଲ ଜୋନ୍ ପାଲଟିଛି କନ୍ଧ ନୟାଗଡ ବାଇପାସ୍ ଛକ। ଏନଏଚଏଆଇ କାର୍ଯ୍ୟାଳୟକୁ ଟାଙ୍ଗୀରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ପରେ ୧୬ ନମ୍ବର ଜାତୀୟ ରାଜପଥରେ ଘଟୁଥିବା ଅଘଟଣକୁ ଏଡାଇ ଚାଲିଛି ବିଭାଗ। ସ୍ଥାନୀୟ ଜନସାଧାରଣଙ୍କ ଦାବି ଏନଏଚଏଆଇ ଅଧିକାରୀଙ୍କ ବେପରୁଆ କାର୍ଯ୍ୟ ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ। ନଚେତ ଦୁର୍ଘଟଣା ପ୍ରବଣ ଚାନ୍ଦପୁର-ଟାଙ୍ଗୀ ବାଇପାସ୍ ରାସ୍ତା ଅବରୋଧ ପାଇଁ ସେମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *