Lifestyle

ବଦଳି ଗଲାଣି ଟ୍ରେଣ୍ଡ୍

ଶୁଭ୍ ଭାରତ ଟାଇମ୍ସ, ୧୮.୧.୨୦୧୯- ବଦଳି ଗଲାଣି ଟ୍ରେଣ୍ଡ। ଗ୍ଳାମର ଆଗରେ ଫିକା ପଡୁଛି ଟ୍ୟାଲେଣ୍ଟ। ଦର୍ଶକ ୧୫ ବା ୭୫ ବର୍ଷର ହୁଅନ୍ତୁ ପଛେ, ପର୍ଦ୍ଦାରେ ଝଲସୁଥିବା ଫିମେଲ ଫିଗରରେ ମାଦକତା ଭରି ରହିଥିବା ଆବଶ୍ୟକ। ତେବେ ତ ଶୁଣିବାକୁ ମିଳିବ କରତାଳି ଓ ହୁଇସିଲ୍। ହିରୋଇନ ଛବିରେ ସବୁ ବଡ ବଡ ଥିବା ଦରକାର। ଯେତେ ଖୋଲାମେଲା ସେତେ କ୍ରେଜିନେସ୍, ସେତେ ଉନ୍ମାଦନା।

ଯେତେ ବୋଲ୍ଡ ସିନ୍ସ ସେତେ ଡିମାଏଣ୍ଡ। ମାନସିକ ସ୍ଥିତି ଏଭଳି ବର୍ଡର ଲାଇନ ଟପିଲାଣି, ପ୍ରେକ୍ଷାଳୟ ଚିତ୍ର ବିଷୟ ସକାଳ ଚା-ଖଟିରେ ରିଭର୍ସ ନହେଲା ଯାଏଁ କଥା ସରେନି। ଉଭୟ ବ୍ୟାଚଲର୍ ଓ ଅଧାଳିଆମାନେ ସିନେମା ଦେଖିବାରେ ଏତେ ଘେସେରା ହୋଇଗଲେଣି ଯେ ସେମାନଙ୍କ ପାଇଁ ପୁରୁଣା ବିକିନୀ ପିନ୍ଧା ସୁନ୍ଦରୀ ହିରୋଇନମାନେ ବି ଅଲୋଡା ହୋଇଗଲେଣି। ବଜାର ଚାହୁଁଛି ଯେଉଁମାନେ ଫୁଙ୍ଗୁଳା ମର୍ଡନ ଡ୍ୟାନ୍ସରେ ପାରଙ୍ଗମ ସେମାନଙ୍କୁ ନେଲେ ଚଳିବ।

ଆଡଲ୍ଟ ସିନେମାରେ ସେକ୍ସ ଉପାଦାନଗୁଡିକୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଦର୍ଶିତ କରାଯାଉଛି, ସେଭଳି ସିକ୍ୟୁଏନ୍ସ ସିନେମାରେ କିଛି କିଛି ସମୟ ଅନ୍ତରାଳରେ ନିହାତି ଜରୁରୀ ହୋଇପଡିଛି। ନିର୍ଦ୍ଦେଶକମାନେ ମଧ୍ୟ ବୁଝିଛନ୍ତି ଆବଶ୍ୟକତା। ପ୍ରେକ୍ଷାଳୟ କିଭଳି ସିନ୍ସ ଚାହୁଁଛି, ତାକୁ ନେଇ ନିର୍ମାଣ ହେଉଛି ଚଳଚିତ୍ର। ସୁଟିଂ ଆରମ୍ଭରୁ କ୍ଳାଇମାକ୍ସ ପର୍ଯ୍ୟନ୍ତ ସେଥିପାଇଁ ଭଳିକି ଭଳି ଟ୍ରିଟମେଣ୍ଟ କରାଯାଉଛି।

ହିରୋଇନ ରାଜି ହେଉନଥିଲେ ସିନେମା ଚଳାଇବା ଖାତିରରେ ଅଧିକ ମୁନାଫା ଦିଆଯାଉଛି। ପ୍ରତିବାଦ କଲେ ସୁଟିଂ ପୂର୍ବରୁ ବଡ ଅଫର ପ୍ରଲୋଭନ ସହ ମଦ ପିଆଇ ହିରୋଇନମାନଙ୍କ ମନରେ ଯୋଶ ବଢାଇ ଦିଆଯାଉଛି। ତାଙ୍କ ନିଭୃତ ଲୁକ୍କାୟିତ ପାର୍ଟ ଗୁଡିକରୁ ବସ୍ତ୍ର ହଟାଇ ସିନେମା ମାଧ୍ୟମରେ ବଜାରକୁ ଛଡାଯାଉଛି।

ଏସବୁର ଏକ ପାକ୍ଷିଆ ଚର୍ଚ୍ଚା ନିନ୍ଦନୀୟ, କାରଣ ଆଜିକାଲି ମହିଳା ଦର୍ଶକଙ୍କୁ ଛାଡି ସିନେମା ଓ ପ୍ରେକ୍ଷାଳୟ ବିଷୟରେ ଆଲୋଚନା ଅଧୂରା। ଯେହେତୁ ଘରେ ଟେଲିଭିଜନ୍ ପର୍ଦ୍ଦାରେ ପରିବାର ସମୁହ ପ୍ରତ୍ୟେକ ହଟ୍ ସିନ୍ସଗୁଡିକୁ ମିଳିମିଶି ଦେଖିବାର ଅଭ୍ୟାସ କଲେଣି। ସେଭଳି ତରିକା ପ୍ରେକ୍ଷାଳୟରେ ଚଳିବା ସ୍ୱାଭାବିକ୍। ଚୁଲବୁଲ୍ ହିରୋଇନକୁ ଦେଖି ଟୋକା ଓ ବୁଢା ଯେମିତି ମତୁଆଲା ହେଉଛନ୍ତି, ମନପସନ୍ଦର ହିରୋଙ୍କ ଫୁଙ୍ଗୁଳା ସିକ୍ସ ପ୍ୟାକ୍ ପ୍ରତି ଝିଅମାନଙ୍କର ମଧ୍ୟ ଉତ୍ସୁକତା ରହିଛି।

ପୂର୍ବାପେକ୍ଷା ପ୍ରେକ୍ଷାଳୟ ସିଟ୍ ମୂଲ୍ୟ ଯେମିତି ହୁ ହୁ ହୋଇ ବଢି ଚାଲିଛି ସେଭଳି ନିଆରା ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢି ବଢିଚାଲିଛି। ପ୍ରଡକସନ୍ ହାଉସ ଗୁଡିକ ଭିୟୁୟର୍ସ କ୍ରେଜ ଆଳରେ ନଗ୍ନତାକୁ ଅର୍ଥ ଉପାର୍ଜନର ବଳିଷ୍ଠ ମାଧ୍ୟମ ବନାଇଛନ୍ତି। ଏପରି ପାଗଳାମି ଯୋଗୁ ମାର୍କେଟକୁ ନୂଆମୁହଁ ଆସିବା ମାତ୍ରେ ୨/୪ଟି ସିନେମା ପରେ କେଉଁଆଡେ ହଜିଯାଉଛନ୍ତି, ପର ମୁହୂର୍ତ୍ତରେ ସେମାନଙ୍କୁ କାଁଭାଁ ଦେଖିବାକୁ ମିଳୁଛି। ଆକ୍ଟର କଥା ଅଲଗା, ମୁହଁରୁ ମେକଅପ୍ ଛାଡିଗଲେ ଆଉ କେଉଁଠି ଧସେଇ ପଶିଯାଉଛନ୍ତି > https://twitter.com/Suvbharat_Times

Leave a Reply

Your email address will not be published. Required fields are marked *