ମହାନଗର

ରିଲିଜ୍ ଅପେକ୍ଷାରେ କ୍ଷୁଦ୍ର ଚଳଚିତ୍ର “ଅଧାସ୍ୱପ୍ନ”

Suvbharat Times/ Bhubaneswar/ 10072020/ http://www.suvbharattimes.in/ ପରୀକ୍ଷା ପାଇଁ ଚଳଚଞ୍ଚଳ ବିଦ୍ୟାଳୟ ପରିବେଶ। ମୁଖ୍ୟ ଫାଟକ ଖୋଲିବା ମାତ୍ରେ ଶ୍ରେଣୀକକ୍ଷ ଅଭିମୁଖେ ଛୁଟିଛନ୍ତି ପରିକ୍ଷାର୍ଥୀ। ନିର୍ଦ୍ଧାରିତ ସମୟରେ ଉତ୍ତର ଖାତା ଓ ପ୍ରଶ୍ନପତ୍ର ମିଳିସାରିଛି। ବେଲ୍ ବାଜିବା କ୍ଷଣି ପ୍ରଶ୍ନପତ୍ର ପଢିବାରେ ଲାଗି ଯାଇଛନ୍ତି ପରୀକ୍ଷାର୍ଥୀ। ପିଲାମାନଙ୍କ ଗତିବିଧିରେ ନଜର ରଖାଯାଇଛି। ହଠାତ୍ ପରୀକ୍ଷା କକ୍ଷରେ ଜଣେ ଛାତ୍ରୀଙ୍କୁ କାନ୍ଦୁଥିବାର ଦେଖିଲେ ପରୀକ୍ଷକ।

Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ନେହା ନାମ୍ନୀ ଜଣେ ଛାତ୍ରୀ, ପ୍ରଶ୍ନପତ୍ର ପଢିବା ପରେ ଉତ୍ତର ଲେଖିବା ପରିବର୍ତ୍ତେ ସେ କାନ୍ଦୁଛିହେଲେ କାହିଁକି, ଘଟଣା କ’ଣ ବୋଲି ତା’ଠାରୁ ପଚାରି ବୁଝିବା ପୂର୍ବରୁ ନେହା ଚେତା ହରାଇ ପଡିଗଲେ। ମୁହୂର୍ତ୍ତକ ମଧ୍ୟରେ ପରୀକ୍ଷା କକ୍ଷର ନିସ୍ତବ୍ଦଦା ଭାଙ୍ଗିଗଲା। ପରୀକ୍ଷକ ଆଚମ୍ବିତ। ସାଥୀ ପରୀକ୍ଷାର୍ଥୀଙ୍କ ମନରେ ପ୍ରଶ୍ନ, କ’ଣ ହୋଇଛି ନେହାର ? ନେହା ମାତାପିତାଙ୍କୁ ଏନେଇ ସୂଚନା ଦିଆଗଲା। ତା’ର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କଲେ ବିଦ୍ୟାଳୟ କତ୍ତୃପକ୍ଷ।

Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ଡିପ୍ରେସନ୍‌, ଯାହା ଥିଲା ନେହା ଚେତାଶୂନ୍ୟ ହେବାର କାରଣ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର କହିଲେ ନେହାର ମାନସିକ ସ୍ଥିତି ବିଗିଡି ଯାଇଛି। ଝିଅଟି ନାନା ପକାର ଚିନ୍ତାରେ ଭାରାକ୍ରାନ୍ତ। ଏକଥା ଶୁଣିବା ପରେ ନେହାର ଡାକ୍ତର ଡାକ୍ତରାଣୀ ପିତାମାତାଙ୍କ ହୋସ୍ ଉଡିଗଲା। ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ସଂସ୍କାରୀ ଝିଅ ଭାବେ ଗଢିବା ପାଇଁ ସେମାନେ ପିଲାଟି ଦିନରୁ ନେହାକୁ ଜେଜେମା’ଙ୍କ ପାଖରେ ଛାଡି ଦେଇ ସହରରେ ଅର୍ଥ ଉପାର୍ଜନରେ ଲାଗିପଡିଥିଲେ।

Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ଅର୍ଥ ସର୍ବସ୍ୱ ଜୀବନଶୈଳୀ ମନୁଷ୍ୟକୁ ଅନ୍ଧ କରିଦିଏ। ନେହାର ପିତାମାତାଙ୍କ ଭଳି କେତେକ ଅର୍ଥଲୋଭୀ କେବେ ହେଲେ ନିଜ ପିଲାମାନଙ୍କ ମନକଥା ବୁଝିବାକୁ ସମୟ ପାଇନଥାନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ରଖିଛି ଲିପ୍ସା ମହାପାତ୍ରଙ୍କ ରଚିତ କଥାବସ୍ତୁ ଉପରେ ଆଧାରିତ କ୍ଷୁଦ୍ର ଚଳଚିତ୍ର “ଅଧାସ୍ୱପ୍ନ”। ଲକ୍ଷହୀନ ଜୀବନ କଟାଉଥିବା ଗୋଟିଏ ଡାକ୍ତର ପରିବାରର ଝିଅ କାହିଁକି ଆତ୍ମବିଶ୍ୱାସ ହରାଇଥିଲା, ଏହାର ନିଚ୍ଛକ ଦୃଶ୍ୟ ପ୍ରସ୍ତୁତ କରିଛି “ଅଧାସ୍ୱପ୍ନ”।

Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ଶିଶୁ କଳାକାର ବିଜୟଲକ୍ଷ୍ମୀ ମହାପାତ୍ର, ଅଭିନେତା ସୁଶାନ୍ତ, ସବିତା ପରିଡା ଓ ରବି ସେଠୀ ଅଭିନୀତ ତଥା ସଂଳାପ ଲେଖକ ସନ୍ତୋଷ ମହାପାତ୍ର, ଗୀତିକାର ନିଗମ ମିଶ୍ର, ଗାୟିକା ପ୍ରତିଭା ଦାସଙ୍କ ସମେତ ଚିତ୍ରନାଟ୍ୟ, ସଙ୍ଗୀତ ଓ ନିର୍ଦ୍ଦେଶକ ପ୍ରଶନ୍ନ ଉପାଧ୍ୟାୟଙ୍କ “ଅଧାସ୍ୱପ୍ନ” ରେକର୍ଡ ସୃଷ୍ଟି କରିବ ବୋଲି ସାଇସାଗର କ୍ରିଏସନ୍ ସଂସ୍ଥା ଖୁବ୍ ଆଶାବାଦୀ।

Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

Leave a Reply

Your email address will not be published. Required fields are marked *