Metro

ଜାତୀୟ ରାଜପଥରେ ରାହାଜାନି, ଜଙ୍କିଆ ପୋଲିସ୍ ଜଳକା

Suvbharat Times | Tangi/Khordha | 15042021 | www.suvbharattimes.in/ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ପଲସର୍ ଆତଙ୍କ। ଗୁରୁବାର ଜଙ୍କିଆ ଥାନା ନିକଟରେ ଘଟିଯାଇଛି ବଡଧରଣର ଲୁଟପାଟ୍। ୨ଟି ପଲସର୍’ ରେ ଆସିଥିବା ୬ ଜଣ ଲୁଟେରା ଜଣେ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ଭୁଜାଲି, ପିସ୍ତଲ ଦେଖାଇ ଲୁଟି ନେଇଛନ୍ତି ୪ ଲକ୍ଷ ୫୦ ହଜାର ଟଙ୍କା। ଲୁଟପାଟ୍ ପରେ ଜଗନ୍ନାଥ ସଡକ ରଣପୁର ରାସ୍ତାରେ ଲୁଟେରା ଗ୍ୟାଙ୍ଗକୁ ପିଛା କରି ପୋଲିସ କୋଣସି ଟେର୍ ପାଇନି।

www.suvbharattimes.in/ ଆମ ପ୍ରତିନିଧି ରାମଚନ୍ଦ୍ର ପରିଡା କହିଛନ୍ତି, ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପାଇକରାୟ ପେଟ୍ରୋଲ୍ ପମ୍ପ କର୍ମଚାରୀ ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଟଙ୍କା ଡିପୋଜିଟ ପାଇଁ ସ୍କୁଟିରେ ଯାଉଥିଲେ। ପୂର୍ବରୁ ପ୍ରସ୍ତୁତ ୬ଜଣ ଦୁର୍ବୃତ୍ତ ସ୍କୁଟିକୁ ଗୋଇଠା ମାରି ତାଙ୍କୁ ଜାତୀୟ ରାଜପଥ ଡିଭାଇଡର ଆଡକୁ ଠେଲି ଦେଇଥିଲେ। ଘଟଣାରେ ଭୟଭୀତ କର୍ମଚାରୀ ରାସ୍ତାରେ ପଡି ଛଟପଟ ହେଉଥିବାବେଳେ ଦୁର୍ବୃତ୍ତମାନେ ଭୁଜାଲି ଓ ପିସ୍ତଲ୍ ଦେଖାଇ ସ୍କୁଟି ଚାବି ଛଡାଇ ନେଲେ, ଗାଡି ଡିକିରୁ ଟଙ୍କା ବ୍ୟାଗ୍ ଧରି ଚମ୍ପଟ୍ ମାରିଲେ।

www.suvbharattimes.in/ ଜଙ୍କିଆରେ ଚାଲିଥିବା ରାହାଜାନି ସ୍ଥାନୀୟ ପୋଲିସ୍ ପାଇଁ ନୂଆକଥା ନୁହେଁ। ଜାତୀୟ ରାଜପଥ ଜଙ୍କିଆ ଓ ଟାଙ୍ଗି ମଧ୍ୟରେ ରୀତିମତ ଅଘଟଣ ପରେ ଅଘଟଣ ଘଟି ଚାଲିଛି। କିନ୍ତୁ, ଜଙ୍କିଆ ପୋଲିସ୍ ପାଇଁ କିଛି ଫରକ ପଡେନି। ଜିଲ୍ଲା ପୋଲିସ୍ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ପରିବର୍ତ୍ତନ ସତ୍ୱେ ରାହାଜାନି ଚାଲିଛି। ସ୍ଥାନୀୟ ଲୋକ କହିଲେ ଜାତୀୟ ରାଜପଥରେ ଧନଜୀବନ ଅସୁରକ୍ଷିତ। ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍। ଶେଷରେ ଲୁଟେରାଙ୍କୁ ପିଛା କରି ବିଫଳ ହେଲା ଜଙ୍କିଆ ପୋଲିସ୍, ଘଟଣା ଖୁବ୍ ଚର୍ଚ୍ଚାରେ ..  

Leave a Reply

Your email address will not be published. Required fields are marked *