Metro

ମୋ’ ସରକାର କାହା ସରକାର?

Suvbharat Times/ Bhubaneswar/ www.suvbharattimes.in/ 09022021/ ହାସଟ୍ୟାଗ୍ ଜାରିଆରେ ବ୍ରାଣ୍ଡ୍ ବଞ୍ଚାଇବା ଯୋଜନା ପ୍ରଚଳନ କରିଛି ବିଜେଡି। ଦଳର ସୁପ୍ରିମୋଙ୍କ ପାଖରେ କେନ୍ଦ୍ର ବିଜେପିର ଆନୁଗତ୍ୟ ଏହି ପ୍ରକ୍ରିୟାକୁ ସାମର୍ଥ୍ୟ ଯୁଟାଉଛି। ବିଜେଡି ସରକାର ଅମଳରେ ଶତାଧିକ ଯୋଜନା ହୋଇଛି, ଏବଂ ମୁଖ୍ୟମନ୍ତ୍ରୀଙ୍କ ମୋହର ଲାଗିଯିବା ପରେ ଆର୍କାଇଭକୁ ଚାଲିଯାଉଛି। ଦୁଇ ଟଙ୍କିଆ ଚାଉଳ, ୫ ଟଙ୍କିଆ ଭାତ ଡାଲମା ଯୋଜନା ଛଡା ସମସ୍ତ ଯୋଜନାର ସ୍ଥିତି ଦୋହଲି ଗଲାଣି। ହେଲେ ଶସ୍ତା ଭାତ, ଡାଲମା, ଚାଉଳ ଯୋଜନାରେ ଅତିଷ୍ଠ ହୋଇ ହିତାଧିକାରୀ ଟୁପୁର ଟାପର ଆରମ୍ଭ କରିବା ପରେ ଆରମ୍ଭ ହୋଇଛି ମୋ’ ସରକାର ଯୋଜନା। ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଇଥିବା ଏଭଳି ସ୍ଳୋଗାନକୁ ବୁଦ୍ଧିଜୀବୀ ନାକ ଟେକୁଛନ୍ତି।

www.suvbharattimes.in/ ବଗଙ୍କୁ ପାଣି ପିଆଇ ଧଳା କରିବାକୁ ମନ ବଳାଇଛି ତୃତୀୟ ମହଲା। ରାଜ୍ୟର ଦିବଂଗତ ମୁଖ୍ୟମନ୍ତ୍ରୀମାନଙ୍କୁ ଲୋକଙ୍କ ସ୍ମୃତିପଟଳରୁ ଲିଭାଇ ଦେବା ପାଇଁ ବିକୃତ ପଦକ୍ଷେପ ନିଆଯାଇଛି। ରାଜ୍ୟର ବୁଦ୍ଧିଜୀବୀଙ୍କ ପ୍ରଶ୍ନ ମୋ’ ସରକାର, କାହା ସରକାର ? କୌଣସି ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗରେ ଆଲୋଚନା ମାତ୍ରେ ଲୋକଙ୍କ ପାଟିରୁ ବାହାରି ଆସେ ମହତାବ କିମ୍ବା ବିଜୁ ପଟ୍ଟନାୟକ ସରକାର, ନନ୍ଦିନୀ ଶତପଥୀ କିମ୍ବା ଜାନକୀ ପଟ୍ଟନାୟକ ସରକାର ଅଥବା ନବୀନ ପଟ୍ଟନାୟକ ସରକାର। ହେଲେ ମୋ’ ସରକାର କେଉଁ ଦିଗ୍ଗଜଙ୍କୁ ବୁଝାଉଛି ବିଜେଡି ସୁପ୍ରିମୋ ରାଜ୍ୟବାସୀଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଅନ୍ତୁ।

www.suvbharattimes.in/ ଓଡିଆ ଶାନ୍ତିପ୍ରିୟ, ପୂଜ୍ୟପୂଜାରେ ବିଶ୍ୱାସ ରଖନ୍ତି। ପ୍ରତ୍ୟେକ ଓଡିଆ ରାଜ୍ୟର କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଭଲଭାବେ ମୁଖସ୍ତ କରିଛନ୍ତି। ତାଙ୍କୁ ଯେତେ ପାଣି ପିଆଇଲେ ବି ସେମାନେ ରାଜ୍ୟର ସ୍ୱାଭିମାନକୁ ଜଳାଞ୍ଜଳୀ ଦେବାକୁ ଚାହିଁବେନି, କିମ୍ବା କୌଣସି ଚାପର ବଶବର୍ତ୍ତୀ ହୋଇ ଭୂଲ ନିଷ୍ପତ୍ତିକୁ ସ୍ୱୀକାର କରିବେନି। ଆଜି ସମସ୍ତଙ୍କ ମନରେ ଏକମାତ୍ର ପ୍ରଶ୍ନ, କ’ଣ ଏହି ମୋ’ ସରକାର? କୌଣସି ପ୍ରାସଙ୍ଗିକତା ହୀନ ଶବ୍ଦରେ ସରକାରୀ ଯୋଜନା କରି ଓଡିଆଙ୍କ ମନୋବଳ ବଢାଉଛ ନା ପଛରୁ ଛୁରୀ ମାରୁଛ?

www.suvbharattimes.in/ ଦଳମତ ନିର୍ବିଶେଷରେ ଓଡିଆଙ୍କ ସ୍ୱାର୍ଥ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିତ୍ୱ ଓଡିଆଙ୍କ ପାଇଁ ଗୌରବ ମଣ୍ଡନ କରନ୍ତି। ବିଭିନ୍ନ ସମୟରେ ବହୁ ପ୍ରତିଭାଶାଳୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ରାଜନୀତିର ମଙ୍ଗ ଧରିଛନ୍ତି। ସେମାନଙ୍କ କାର୍ଯ୍ୟକାଳରେ ଯାହାବି ଘଟିଥାଉ ନା କାହିଁକି ଓଡିଶାବାସୀ “ମୁଖ୍ୟମନ୍ତୀ ଆସନ”କୁ ସବୁବେଳେ ସମ୍ନାନ ଦେଇ ଆସିଛନ୍ତି। କିନ୍ତୁ ନବୀନ ପଟ୍ଟନାୟକଙ୍କ ଜୀବିତାବସ୍ଥାରେ ନବୀନ ସରକାର ବ୍ୟତିତ ଯୋଜନାର ଏଭଳି ନାମକରଣ ଓ ସ୍ଳୋଗାନ କାହା ସ୍ୱାର୍ଥରେ ? ଏଭଳି ସ୍ଳୋଗାନକୁ ନେଇ ବୁଦ୍ଧିଜୀବୀ ବିଜେଡି ସରକାରଙ୍କ ପାଇଁ ପ୍ରଶ୍ନ ରଖିଛନ୍ତି, ରାଜ୍ୟବାସୀଙ୍କୁ ଆଉ କେତେ ହାରକିନ୍ ଦେଖାଇଲେ ତୁମ ସଙ୍ଗଠନ ସୁଦୃଢ ହେବ ?

Leave a Reply

Your email address will not be published. Required fields are marked *